Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମେହେନ୍ଦିର ବ୍ୟବହାର, ଜାଣନ୍ତି କି ଏହା କେତେ କ୍ଷତିକାରକ ...

Lifestyle

ମେହେନ୍ଦିର ବ୍ୟବହାର, ଜାଣନ୍ତି କି ଏହା କେତେ କ୍ଷତିକାରକ ...

Rashmita Mishra
Browse all articles by Rashmita Mishra
·1 year ago·2 min read
ମେହେନ୍ଦିର ବ୍ୟବହାର, ଜାଣନ୍ତି କି ଏହା କେତେ କ୍ଷତିକାରକ ...

ଅର୍ଗସ ବ୍ୟୁରୋ: ସମସ୍ତେ ଚାହାଁନ୍ତି ନିଜର କେଶ ସୁନ୍ଦର ଦେଖାଯାଉ । ଆଉ ସମସ୍ତେ କେଶକୁ ସୁନ୍ଦର ଏବଂ କଳା କରିବା ପାଇଁ ମେହେନ୍ଦି ବ୍ୟବହାର କରନ୍ତି । ଆଜିକାଲି ଅନେକ ଲୋକ ଧଳା କେଶକୁ କଳା କରିବା ପାଇଁ ହେନା ମେହେନ୍ଦି ବ୍ୟବହାର କରନ୍ତି। କିନ୍ତୁ ଆପଣ ଜାଣନ୍ତି କି ଏହା ମଧ୍ୟ କ୍ଷତିକାରକ ହୋଇପାରେ। କିଛି ଲୋକଙ୍କ ପାଇଁ ହେନା ବ୍ୟବହାର କରିବା ଦ୍ୱାରା କ୍ଷତି ହୋଇପାରେ । ହେନାର ମେହେନ୍ଦି କେଶରେ ଲଗାଇଵା ଏକ ପୁରାତନ ପ୍ରକ୍ରିୟା ହେଲେବି ଏହା ସମସ୍ତଙ୍କୁ ପସନ୍ଦ କିନ୍ତୁ ଆପଣ ଜାଣନ୍ତି କି ଏହା ସମସ୍ତଙ୍କ ପାଇଁ ଭଲ ନୁହେଁ । ହେନା ବ୍ୟବହାର କରିବାର ଅନେକ ଅସୁବିଧା ହୋଇପାରେ, ଯେଉଁମାନଙ୍କ ମଧ୍ୟରୁ କେତେକ ବିଶେଷ ଭାବରେ ଯତ୍ନବାନ ହେବା ଉଚିତ । ତେବେ ଆସନ୍ତୁ ଜାଣିବା କିଏ କେଶରେ ହେନା ଲଗାଇବା ଉଚିତ୍ ନୁହେଁ 

କେଶରେ ହେନା ପ୍ରୟୋଗ କରିବାର ଅସୁବିଧା :-
ତ୍ୱଚା ସମସ୍ୟା :- ଯଦି ଆପଣଙ୍କର ତ୍ୱଚାରେ କୌଣସି ପ୍ରକାରର ସମସ୍ୟା ଅଛି ଯେପରିକି ଡାଣ୍ଡ୍ରଫ୍ କିମ୍ବା ଚର୍ମ ଆଲର୍ଜିଥାଏ ତେବେ ହେନା ବ୍ୟବହାର କରିବା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ ।ଏହା ଆପଣଙ୍କ ତ୍ୱଚାକୁ ଅଧିକ କ୍ଷତି ପହଞ୍ଚାଇପାରେ ।

କେମିକାଲ ଚିକିତ୍ସା ପରେ :-ଯଦି ଆପଣ କିଛି ଦିନ ମଧ୍ୟରେ କେଶକୁ ରଙ୍ଗ କିମ୍ବା ସିଧା କରିବା କାର୍ଯ୍ୟ କରିଛନ୍ତି ତେବେ ହେନା ମେହେନ୍ଦି ବ୍ୟବହାର କରନ୍ତୁ ନାହିଁ । ଏହା ଆପଣଙ୍କ କେଶକୁ ଅଧିକ କ୍ଷତି ପହଞ୍ଚାଇପାରେ ଏବଂ କେଶ ଦୁର୍ବଳତା କରିଦେବ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଧୂସର କେଶ ପାଇଁ :- ଯଦି ତୁମର କେଶ ଧୂସର ତେବେ ହେନା ବ୍ୟବହାର କରନ୍ତୁ ନାହିଁ । ଧୂସର କେଶ ରଙ୍ଗ କରିବାରେ ହେନା ସହାୟକ ହୁଏ ନାହିଁ ବରଂ ଏହାକୁ ଅଧିକ ଗାଢା କରିଦେବ । 

କେମୋଥେରାପି :-
କେମୋଥେରାପି କିମ୍ବା ବିକିରଣ ପରେ ତ୍ୱଚା ଅତ୍ୟନ୍ତ ସମ୍ବେଦନଶୀଳ ହୋଇଯାଏ । ଏହି ସମୟରେ ହେନା ବ୍ୟବହାର କରିବା ଆପଣଙ୍କ ପାଇଁ ବିପଜ୍ଜନକ ହୋଇପାରେ କାରଣ ଏହା ଆପଣଙ୍କ ତ୍ୱଚା କୋମଳ ଥାଏ ସେଥିପାଇଁ ଅଧିକ ଅସୁବିଧା ହୋଇଥାଏ । 

ଅଧିକ ପଢନ୍ତୁ ଭାରତ ଖବର 

Sponsored
who-should-not-apply-henna-on-hair-balo-per-mehendi-lagane-ke-nuksan-safec-balo-per-mehndi-nagane-ke-ukshan | Argus News