Videos
|
Lifestyle

ଚିଅର୍ସ କାହିଁକି କରନ୍ତି? କ'ଣ ଏହା ପଛର କାରଣ ଜାଣନ୍ତୁ...

Rashmita Mishra
Browse all articles by Rashmita Mishra
·1 year ago·2 min read
ଚିଅର୍ସ କାହିଁକି କରନ୍ତି? କ'ଣ ଏହା ପଛର କାରଣ ଜାଣନ୍ତୁ...

Key Points

ମଦ ପିଇବା ପୂର୍ବରୁ କୁହାଯାଏ ଚିଅର୍ସ
ହେଲେ କାହିଁକି ? କ'ଣ ଏହା ପଛର କାରଣ?
ଖାଲି ଭାରତରେ ନୁହେଁ ସାରା ବିଶ୍ୱରେ କୁହନ୍ତି ଚିଅର୍ସ
ଆସନ୍ତୁ ଜାଣିବା ଏହା ପଛରେ କାହାଣୀ...

ଭାରତ ହେଉ କି ଆମେରିକା କିମ୍ବା ଲଣ୍ଡନ... ଯେଉଁ ଦେଶକୁ ବି ଆପଣ ଯିବେ ଦେଖିବେ ଲୋକମାନେ ମଦ ପିଇବା ପୂର୍ବରୁ ଗ୍ଲାସ ଟେକି କୁହନ୍ତି... ଚିଅର୍ସ । ତେବେ ଚିଅର୍ସ କାହିଁକି କୁହନ୍ତି.. ସେଇ ପ୍ରଶ୍ନ ଆପଣଙ୍କ ମନରେ ବି ଦିନେ ନା ଦିନେ ଆସିଥିବ ।


ଚିଅର୍ସ' ଶବ୍ଦଟି ପୁରୁଣା ଫରାସୀ ଶବ୍ଦ 'ଚିଏରେ' ରୁ ଆସିଛି ଯାହାର ଅର୍ଥ... ମୁହଁ । ବହୁ ବର୍ଷ ପୂର୍ବରୁ ଏହି ଶବ୍ଦଟି ଖୁସି ଏବଂ ଉତ୍ସାହ ପ୍ରକାଶ କରିବାର ଏକ ଉପାୟ ଭାବରେ ବ୍ୟବହାର କରାଗଲା । ଆହୁରି ମଧ୍ୟ ମଦ୍ୟପାନ କରିବା ପୂର୍ବରୁ ଚିଅର୍ସ କହି ଶୁଭକାମନା ଜଣାଉଥିଲେ ଲୋକେ ।


ପୂର୍ବ କାଳରେ ମଦରେ ବିଷ ମିଶିବାର ଭୟ ମଧ୍ୟ ରହୁଥିଲା, ତେଣୁ ଚିଅର୍ସ କଲା ବେଳେ ଯେତେବେଳେ ଗ୍ଲାସକୁ ଗ୍ଲାସ ବାଜେ.. ସେତେବେଳେ ଗୋଟିଏ ଗ୍ଲାସରୁ ମଦ ଛିଟିକି ଅନ୍ୟ ଗ୍ଲାସକୁ ପଡ଼େ । ତେଣୁ ଏଥିରୁ ସ୍ପଷ୍ଟ ହୋଇଯାଏ ଯେ ମଦରେ ବିଷ ମିଶି ନାହିଁ ।


ଖାଲି ସେତିକି ନୁହେଁ କୁହାଯାଏ ଯେ ଏଥିରେ ସମସ୍ତ ପାଞ୍ଚଟି ଇନ୍ଦ୍ରିୟ ଅନ୍ତର୍ଭୁକ୍ତ - ଦୃଷ୍ଟି, ସ୍ପର୍ଶ, ସ୍ୱାଦ, ଗନ୍ଧ ଏବଂ ଶ୍ରବଣ ଶକ୍ତି । ଆପଣ ମଦକୁ ଦେଖିପାରିବେ, ସ୍ପର୍ଶ କରିପାରିବେ, ଚାଖିପାରିବେ ଏବଂ ବାସ୍ନା ନେଇପରିବେ ପାଞ୍ଚଟି ଯାକ ଇନ୍ଦ୍ରିୟକୁ ସକ୍ରିୟ କରିବା ପାଇଁ 'ଚିଅର୍ସ' ଶବ୍ଦ କରିଥାନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହା ମଧ୍ୟ ବିଶ୍ୱାସ ରହିଛି, ପୂର୍ବ କାଳରୁ ଲୋକମାନେ ବିଶ୍ୱାସ କରୁଥିଲେ ଯେ ଜୋରରେ ଶବ୍ଦ କରିବା ଦ୍ୱାରା ଦୁଷ୍ଟ ଆତ୍ମା ଭୟଭୀତ ହୋଇଯାନ୍ତି । ସେମାନଙ୍କ ଠାରୁ ଦୂରେଇ ରୁହନ୍ତି । ସେଥିପାଇଁ ଉଚ୍ଚ ସ୍ୱରରେ ସେମାନେ 'ଚିଅର୍ସ କରନ୍ତି ।


ଚିଅର୍ସ ପ୍ରାଚୀନ ଯଜ୍ଞ ପ୍ରଥା ସହିତ ମଧ୍ୟ ଜଡିତ ବୋଲି କୁହାଯାଏ । ଯେଉଁଠାରେ ଆଶୀର୍ବାଦ ଏବଂ ଦୀର୍ଘାୟୁ ଆଶାରେ ଦେବତାମାନଙ୍କୁ ମଦ ଅର୍ପଣ କରାଯାଉଥିଲା। ସେଥିଲାଗି ମଦ ଚିଅର୍ସ କରାଯାଉଛି ।