Videos
|
Lifestyle

କୁକୁର ଏତେ ବୁଦ୍ଧିଆ କେମିତି ?

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
କୁକୁର ଏତେ ବୁଦ୍ଧିଆ କେମିତି ?

ସତରେ ହେଉକି ସିନେମାରେ ଆପଣ ଦେଖିଥିବେ କୁକୁରର କୌଶଳ ଆଉ ପାରିବା ପଣିଆକୁ। ଉଚିତ ଶିକ୍ଷା ପାଇଲେ କୁକୁର ମଣିଷ ଭଳି ବୁଦ୍ଧିଆ ହୋଇପାରେ। କୁକୁର ବିପଦ ବେଳରେ ବନ୍ଧୁ ହୁଏ। ଆପଣଙ୍କ ସେବା କରେ। ଆପଣ ଘରେ ନଥିଲେ ଘର ଜଗିଥାଏ। ଉଠ୍ କହିଲେ ଉଠେ ବସ୍ କହିଲେ ବସେ। ଆପଣ ଫୋପାଡୁଥିବା ବଲ୍ ପାଟିରେ ଆଣି ହାତରେ ଦିଏ। ଘରେ ପାଳନ ହେଉଥିବା ବିଦେଶୀ କୁକୁର କଥା ଛାଡନ୍ତୁ, ରାସ୍ତାରେ ବୁଲୁଥିବା ଦେଶୀ କୁକୁର ବି ମଣିଷର ହାବଭାବରୁ ତାର କଥା ବୁଝିପାରେ। ହେଲେ ଆପଣ କେବେ ଚିନ୍ତା କରିଛନ୍ତି କି ଅନ୍ୟ ଜୀବ ତୁଳନାରେ କୁକୁର ଏତେ ବୁଦ୍ଧିଆ କାହିଁକି ?


ଆମେରିକାର ସାଇକୋଲୋଜିକାଲ ଆସୋସିଏସନର ଗବେଷଣା ଅନୁସାରେ କୁକୁର ୧୬୫ ଟି ଶବ୍ଦ ଶିଖିପାରିବ ଏବଂ ୨୫୦ ଶବ୍ଦ ବୁଝିପାରିବ। ସାଇଣ୍ଟିଫିକ୍‌ ରିପୋର୍ଟରେ ଜଣା ପଡିଛି ୨୦୨୦ ମସିହାରେ ଗବେଷକ ମାନେ ଏମଆରଆଇ ଚାମ୍ବରରେ ରଖିଥିଲେ। ସେମାନଙ୍କ ପାଖରେ ବିଭିନ୍ନ ମଣିଷ ସ୍ବରର ରେକଡିଂ ଶବ୍ଦ ବଜାଇଥିଲେ। ଆଉ ପରେ ଯେତେବେଳେ କୁକୁରଙ୍କ ମସ୍ତିଷ୍କ ପରୀକ୍ଷା କରାଯାଇଥିଲା। ଜଣା ପଡିଥିଲା କୁକୁର ଗୁଡିକ ସବୁ ଶବ୍ଦର ପ୍ରତିକ୍ରିୟା ଦେଇଥିଲେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆପଣ ଆଶ୍ଚର୍ଯ୍ୟ ହେବେ, କୁକୁର ମଣିଷ ଭଳି ଚିନ୍ତା କରନ୍ତି। କୁକୁର ଯାହାକୁ ଆଗରୁ ଥରେ ଦେଖିଥାନ୍ତି ତାକୁ ଏକାଥରେ ମନେ ରଖନ୍ତି। ଥରେ ଭାବନ୍ତୁ, ମନେକର ଆପଣ ଗୋଟିଏ ଜାଗା ଛାଡି ଆଉ ଗୋଟିଏ ଜାଗାରେ ନୂଆ ଘର ନେଇ ରହିଥିଲେ। ଲକ୍ଷ୍ୟ କରିଥିବେ ପ୍ରଥମେ ପ୍ରଥମେ ରାତିରେ ଆପଣଙ୍କୁ କୁକୁର ଭୁକନ୍ତି। ମାତ୍ର ଥରେ ଦୁଇଥର ଦେଖିବା ପରେ ଭୁକିବା ବନ୍ଦ କରିଦିଅନ୍ତି। ଆପଣ ଯେତେ ବିଳମ୍ବିତ ରାତିରେ ଆସିଲେ ମଧ୍ୟ କୁକୁର ଆପଣଙ୍କ ଗାଡି ଶବ୍ଦ କିମ୍ବା ସୁଗନ୍ଧ ବାରି ଚୁପଚାପ ଚାଲି ଯାଆନ୍ତି। ପ୍ରମାଣରୁ ଜଣାପଡିଛି ଯେ କୁକୁର ଏବଂ ମଣିଷ ମଧ୍ୟ କେତେକ ପରିସ୍ଥିତିରେ ସମାନ ମସ୍ତିଷ୍କର କାର୍ଯ୍ୟକଳାପ ଦେଖାଇଥାନ୍ତି ।


ବୈଜ୍ଞାନିକମାନେ ଦର୍ଶାଇଛନ୍ତି ଯେ ମଣିଷ ଏବଂ କୁକୁର ମସ୍ତିଷ୍କ ସମାନ ଢଙ୍ଗରେ ପରିଚାଳିତ ହୁଏ। କୁକୁରର ମନ ଏକ ଛୋଟ ପିଲା ଭଳି। ସେମାନେ ଖେଳ ମାଧ୍ୟମରେ ନିଜର ସୃଜନଶୀଳତା ଦେଖାଇଥାନ୍ତି। ୨୦୨୧ ର ଏକ ସାମ୍ପ୍ରତିକ ଜୀବବିଜ୍ଞାନ ଅଧ୍ୟୟନରୁ ଜଣାପଡିଛି ଯେ ଆଠ ସପ୍ତାହର କୁକୁର ପିଲାବି ମଣିଷର ଠାରକୁ ଭଲଭାବେ ବୁଝିପାରେ। ୬ ରୁ ୧୨ ମାସର ମଣିଷ ଶିଶୁର ଯେତିକି ବୁଦ୍ଧି ରହିଥାଏ, ସାଧାରଣ କୁକୁରର ମଧ୍ୟ ସେମିତି ବୁଦ୍ଧି ରହିଥାଏ। ପ୍ରକୃତରେ କୁକୁର ଆମେ କହୁଥିବା ଶବ୍ଦକୁ ବୁଝି ପାରନ୍ତି ନାହିଁ। ଆମ କହିବାର ଶୈଳୀ ଓ ଅଙ୍ଗଭଙ୍ଗୀକୁ ସହଜରେ ବୁଝି ପାରନ୍ତି।


why-dogs-easily-understand-human-beings | Argus News