୪ ବର୍ଷରେ ଥରେ କାହିଁକି ଫେବ୍ରୁଆରୀ ମାସ ୨୯ ଦିନ ହୁଏ ?

Key Points
ବର୍ଷର ଅନ୍ୟ ମାସ ଗୁଡିକ ୩୦ କିମ୍ବା ୩୧ ଦିନିଆ ହୋଇଥିବା ବେଳେ ଫେବ୍ରୁଆରୀ ମାସ କାହିଁକି ୨୮ ଦିନିଆ ହୋଇଥାଏ। ତାକୁ ନେଇ ଆଜିବି ଅନେକଙ୍କ ମନରେ ଦ୍ବନ୍ଦ ଅଛି।
ଜାଣନ୍ତୁ କାହିଁକି ଫେବ୍ରୁଆରୀ ମାସ ୨୮ ଦିନ ହୋଇଥାଏ ?
📱 Get Argus News App
✨କାରଣ ହେଉଛି ଆମେ ବ୍ୟବହାର କରୁଥିବା କ୍ୟାଲେଣ୍ଡର ରୋମାନ କ୍ୟାଲେଣ୍ଡରକୁ ନେଇ ଆଧାରିତ। ପୂର୍ବରୁ ରୋମାନ କ୍ୟାଲେଣ୍ଡର ୧୦ ମାସିଆ ଥିଲା। ଏଥିରେ ୧୦ ଟି ମାସକୁ ସ୍ଥାନିତ କରାଯାଉଥିଲା। ବର୍ଷକୁ ୩୦୪ ଦିନ ହିସାବ କରାଯାଉଥିଲା। ପୂର୍ବ କ୍ୟାଲେଣ୍ଡରରେ ୬ ମାସ ୩୦ ଦିନ ଏବଂ ୪ ମାସ ୩୧ ଦିନ ଥିଲା। ପରେ ଯେତେବେଳେ ଏହାକୁ ସଂଶୋଧନ କରାଗଲା ଏଥିରେ ଜାନୁଆରୀ ଓ ଫେବ୍ରୁଆରୀ ମାସକୁ ଯୋଡା ଯାଇଥିଲା। ସେତେବେଳେ ଏହି କ୍ୟାଲେଣ୍ଡରକୁ ନେଇ ବିବାଦ ଦେଖା ଦେଇଥିଲା। କାରଣ ପୂଜାପର୍ବ ଗୁଡିକ ଠିକ ସମୟରେ ଓ ସମାନ ବ୍ୟବଧାନରେ ପଡୁ ନଥିଲା। ପରେ ପୁଣି ଏଥିରେ ସଂଶୋଧନ କରାଯାଇଥିଲା। ଫେବ୍ରୁଆରୀ ମାସରୁ ୨ ଦିନକୁ କାଟି ଦିଆଯାଇଥିଲା। ଯାହା ଫଳରେ ବର୍ଷକ ୩୬୫ ଦିନ ହିସାବରେ ଫେବ୍ରୁଆରୀ ମାସ ୨୮ ଦିନିଆ ହେଲା। ସୂର୍ଯ୍ୟଙ୍କ ପରିକ୍ରମାକୁ ଅନୁସରଣ କରି ଏହି କ୍ୟାଲେଣ୍ଡର ତିଆରି କରାଯାଇଥିଲା। ସେହି ଅନୁସାରେ ପ୍ରତି ୪ ବର୍ଷରେ ଥରେ ଫେବ୍ରୁଆରୀ ମାସ ୨୯ ଦିନ ହୁଏ ।
୪ ବର୍ଷରେ ଥରେ କାହିଁକି ଫେବ୍ରୁଆରୀ ମାସ ୨୯ ଦିନ ହୁଏ ?
ଯେଉଁ ବର୍ଷ ଫେବ୍ରୁଆରୀ ୨୯ ଦିନ ପଡେ ସେହି ବର୍ଷକୁ ଅଧିବର୍ଷ କୁହାଯାଏ। ପ୍ରତି ୪ ବର୍ଷରେ ଥରେ ଅଧିବର୍ଷ ପଡେ। ସାଧାରଣତଃ କ୍ୟାଲେଣ୍ଡରରେ ବର୍ଷକୁ ୩୬୫ ଦିନ ଧରାଯାଏ। ସରଳ ଭାଷାରେ ବୁଝିବାକୁ ଗଲେ ପୃଥିବି ସୂର୍ଯ୍ୟକୁ ପରିକ୍ରମା କରିବାକୁ ୩୬୫ ଦିନ ପାଖାପାଖି ୬ ଘଣ୍ଟା ସମୟ ନେଇଥାଏ। ଏହି ହିସାବରେ ପ୍ରତି ଚାରି ବର୍ଷରେ ୨୪ ଘଣ୍ଟା ସମୟ ବୃଦ୍ଧି ହୁଏ। ତେଣୁ ପ୍ରତି ଚାରି ବର୍ଷରେ ଥରେ ବଳକା ୨୪ ଘଣ୍ଟା ସମୟକୁ ଯୋଡି ଫେବ୍ରୁଆରୀ ମାସକୁ ୨୯ ଦିନ ଗଣନା କରଯାଏ। ଯାହାକୁ ଲିପ ଇୟର ବା ଅଧିବର୍ଷ କୁହାଯାଏ। ଗତ ୨୦୨୪ ମସିହାରେ ଅଧିବର୍ଷ ପଡିଥିବା ବେଳେ ପୁଣି ୨୦୨୮ ମସିହାରେ ଅଧିବର୍ଷ ପଡିବ। ୨୦୨୪ ରେ ବର୍ଷକ ୩୬୫ ବଦଳରେ ୩୬୬ ଦିନ ହୋଇଥିଲା।
ଫେବ୍ରୁଆରୀ ୩୦ ତାରିଖ ଯୋଜନା ବିଫଳ ହୋଇଥିଲା ?
୧୭୦୦ ମସିହା ପରେ ସ୍ବିଡେନରେ ଫେବ୍ରୁଆରୀ ମାସକୁ ୩୦ ଦିନିଆ କରିବାକୁ ଯୋଜନା କରାଯାଇଥିଲା। ବିଭିନ୍ନ ଦେଶର ତାରିଖକୁ ବାଦ୍ ଦେଇ ଏଠାରେ ଜୁଲିଆନ କ୍ୟାଲେଣ୍ଡରରୁ ଗ୍ରେଗୋରୀ କ୍ୟାଲେଣ୍ଡରକୁ ପରିବର୍ତ୍ତନ କରାଯାଇଥିଲା। ୧୭୦୦ ରୁ ୧୭୪୦ ଯାଏ ସମସ୍ତ ଅଧିବର୍ଷକୁ ବାଦ ଦେଇ ଫେବ୍ରୁଆରୀ ମାସ ୩୦ ତାରିଖ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ହେଲେ ଗ୍ରେଟ ନର୍ଥନ ଓ୍ବାର ଯୋଗୁ କ୍ୟାଲେଣ୍ଡର ବଦଳାଇବା ଉପରୁ ସ୍ବିଡେନବାସୀଙ୍କର ଧ୍ୟାନ ହଟିଥିଲା।