ସକାଳେ ଚାଲିବାର ଅନେକ ଲାଭ ଅଛି

ଅର୍ଗସ ବ୍ୟୁରୋ: ଚାଲିବା ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ , କିନ୍ତୁ ଲୋକମାନେ ତାହା ସଠିକ ସମୟରେ ଉପଯୋଗ କରନ୍ତି ନାହିଁ। ସକାଳୁ ଚାଲିବା ଦ୍ବାରା ଆପଣଙ୍କୁ ଅନେକ ବିଶେଷ ସୁବିଧା ମିଳିଥାଏ । ଆସନ୍ତୁ ଜାଣିବା ସକାଳେ ଚାଲିଲେ କେଉଁ ଉପକାର ମିଳିଥାଏ ।
ସକାଳେ ଚାଲିବାର ଅନେକ ଲାଭ ଅଛି ।ଏହା ଏକ ବ୍ୟାୟାମ ଯେଉଁଥିରେ କୌଣସି କଠିନ ପରିଶ୍ରମ ବିନା ଅନେକ ରୋଗରୁ ଦୂରେଇ ରହିବାର ।ଯେମିତିକି ଯଦି ଆପଣ ପ୍ରତିଦିନ ଚାଲନ୍ତି ତେବେ ଆପଣଙ୍କ ରକ୍ତ ସଞ୍ଚାଳନ ଭଲ ହେବ।ଦ୍ବିତୀୟ ତୁମର ହୃଦୟ ମଧ୍ୟ ଭଲରେ କାର୍ଯ୍ୟ କରିଵ ଏଵଂ ଅନେକ ପେଟ ସମ୍ବନ୍ଧୀୟ ରୋଗରୁ ନିଜକୁ ରକ୍ଷା କରିବାରେ ସକ୍ଷମ ହେବ ।ଏହା ବ୍ୟତୀତ ଯେଉଁମାନେ ମଧୁମେହ ରୋଗୀ ଓଜନ କମାଇଵା ପାଇଁ ଚେଷ୍ଟା କରିଛନ୍ତି ସେମାନେ ଚାଲିଵା ନିହାତି ଆଵଶ୍ୟକ ।
କିନ୍ତୁ ସକାଳେ ଚାଳିଵା ଅଧିକ ଗୁରୁତ୍ଵପୂଣ୍ଣ। ସକାଳୁ୫.୩୦ରୁ ଚାଲିବା ଫୁସଫୁସ ପାଇଁ ଲାଭଦାୟକ ହୋଇଥାଏ । କାରଣ ଏହି ସମୟରେ ବାୟୁମଣ୍ଡଳର ବାୟୁ ସବୁଠାରୁ ଶୁଦ୍ଧ ଅଟେ । ଦ୍ୱିତୀୟତ ଏହି ସମୟରେ ଚାଲିବା ସମୟରେ ଶରୀରରେ ପ୍ରଥମ ସୂର୍ଯ୍ୟ କିରଣ ପଡିଥାଏ । ଯାହା ଶରୀରର ସର୍କାଡିୟନ୍ ସ୍ଥିର କରିଥାଏ ଏବଂ ଶରୀରକୁ ଭଲରେ କାର୍ଯ୍ୟ କରିବାକୁ ସକ୍ଷମ କରିଥାଏ ।ସକାଳେ ଉଠିବା ଏବଂ ରାତିରେ ଶୋଇବାର ସମୟ ସ୍ଥିର କରେ ସକାଳ 5:30 ରେ ଚାଲିବାର ଲାଭ ।
ଡୋପାମାଇନ୍ ସନ୍ତୁଳନ କରେ :-
ଯେତେବେଳେ ଆପଣ ସକାଳେ ଉଠନ୍ତି ଶରୀର ହରମୋନ୍ ସେଟ୍ କରେ ଯାହା ସୂର୍ଯ୍ୟ କିରଣ ସହିତ ସନ୍ତୁଳିତ ହୋଇଥାଏ ।ଯେତେବେଳେ ଆପଣ ସକାଳ ୫.୩୦ରେ ଚାଲନ୍ତି, ଏହା ଡୋପାମାଇନ୍ ହରମୋନ୍ କୁ ପ୍ରୋତ୍ସାହିତ କରିଥାଏ ଯାହା ଚାପ ଏବଂ ଉଦାସୀନତାକୁ କମାଇଥାଏ ।ଏହା ସହିତ ଆପଣ ଦିନସାରା ଖୁସି ରୁହନ୍ତି ଏବଂ ଭଲ ଅନୁଭବ କରନ୍ତି
📱 Get Argus News App
✨ମୁଡ୍ ସୁଇଙ୍ଗ୍ ହ୍ରାସ କରେ
ସେରୋଟୋନିନ୍ ହେଉଛି ଏକ ହରମୋନ୍ ଯାହା ଆପଣଙ୍କୁ ଶୋଇବାରେ ସାହାଯ୍ୟ କରେ ଏବଂ ଆପଣଙ୍କ ମନୋବଳକୁ ଵଢାଇଥାଏ । ଯେତେବେଳେ ଆପଣ ଏହି ସମୟରେ ସକାଳେ ଉଠନ୍ତି ଏବଂ ବୁଲିବେ ଆପଣ ନିଜେ ଭଲ ଭାଵରେ ଗଭିର ନିଦରେ ଶୋଇପାରିଵେ । ଏହା ବ୍ୟତୀତ ଆପଣଙ୍କ ମନ ଦିନସାରା ଭଲ ରହିଥାଏ ଏବଂ ମୁଡ୍ ସୁଇଙ୍ଗ୍କୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।ଏହିପରି ଭୋରୁ ବୁଲିବା ସ୍ୱାସ୍ଥ୍ୟ ପାଇଁ ସବୁ କ୍ଷେତ୍ରରେ ଲାଭଦାୟକ ଅଟେ ।