Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

Sneeze Blessing / ଛିଙ୍କିବା ପରେ ‘GOD BLESS YOU’ କୁହନ୍ତି କାହିଁକି ?

Banajyotshna Ray
Browse all articles by Banajyotshna Ray
·8 months ago·2 min read
ଛିଙ୍କିବା ପରେ ‘GOD BLESS YOU’ କୁହନ୍ତି କାହିଁକି ?

Key Points

ଛିଙ୍କିବା ବେଳେ କିଛି ଲୋକ ରାଗିବା ବଦଳରେ ‘GOD BLESS YOU’ କୁହନ୍ତି
ଏହା ପଛରେ ରହିଛି ଏକ ବଡ଼ କାରଣ

ପାଗ ବଦଳିବା ସହିତ ଅନେକ ଲୋକ ଛିଙ୍କିବା ଆରମ୍ଭ କରନ୍ତି। କିଛି ଲୋକ ସବୁବେଳେ ଛିଙ୍କୁଥିବାର ନଜର ଆସନ୍ତି। ସର୍ବସାଧାରଣ ସ୍ଥାନରେ ଛିଙ୍କିବା ବେଳେ ମୁହଁରୁ ଆପେ ଆପେ SORRY ଶବ୍ଦଟି ବାହାରି ଆସେ। ଅନ୍ୟପଟେ ସାମ୍ନା ଲୋକ ମଧ୍ୟ ଅନେକ ଥର ହସି କରି କୁହେ ‘GOD BLESS YOU’ ଅର୍ଥାତ ଭଗବାନ ତୁମର ମଙ୍ଗଳ କରନ୍ତୁ ନଚେତ ‘ଆୟୁଷ୍ମାନ ଭବ’।ଏହା ପଛରେ କଣ ରହିଛି ବୈଜ୍ଞାନିକ ସତ୍ୟତା ଆସନ୍ତୁ ଜାଣିବା। ବହୁ ପୁରାତନ କାଳରୁ ଲୋକ ମାନେ ବିଶ୍ବାସ କରୁଥିଲେ କି ଆମେ ଛିଙ୍କିବା ସମୟରେ ଆମ ଶରୀରରୁ ଆତ୍ମା କିଛି ସମୟ ପାଇଁ ଅଲଗା ହୋଇଯାଇଥାଏ ଏଣୁ ଭଗବାନ ତୁମର ମଙ୍ଗଳ କରନ୍ତୁ ବୋଲି ସେମାନେ କହୁଥିଲେ ଯାହାକି ଏବେ ମଧ୍ୟ ବ୍ୟବହାର କରାଯାଉଛି।

ଛିଙ୍କିବା ପରେ ‘sorry’ କାହିଁକି କହିଥାଉ:

ମଣିଷ ଛିଙ୍କିବା ସମୟରେ ଶରୀରରେ ଥିବା ଜୀବାଣୁ ବାହ୍ଯମଣ୍ଡଳକୁ ବା ବାହାରକୁ ଚାଲିଆସେ। ଯାହାକି ସାମ୍ନା ଲୋକର ଶରୀରରେ ନିଶ୍ବାସ ବାଟେ ଯିବାର ସମ୍ଭାବନା ରହିଥାଏ। ଏଣୁ ପ୍ରାୟତ୍ଃ ଛିଙ୍କିବା ସମୟରେ ନାକରେ ହାତ କିମ୍ବା ରୁମାଲ ଦେବା ପାଇଁ କୁହନ୍ତି। ଏଣୁ ପବ୍ଲିକ ପ୍ଲେସରେ ଛିଙ୍କିବା ବେଳେ ‘sorry’ କହିଥାଆନ୍ତି। ସାମ୍ନାରେ ଥିବା ଲୋକ ‘GOD BLESS YOU’ କାହିଁକି କହିଥାଏ: ଛିଙ୍କିବା ସମୟରେ ଆମ ଶରୀରରେ ଅନେକ ପରିବର୍ତ୍ତନ ହୋଇଥାଏ। ଏଣୁ ଛିଙ୍କିବା ସମୟରେ ‘GOD BLESS YOU’ ବା ଭଗବାନ ତୁମର ମଙ୍ଗଳ କରନ୍ତୁ ବୋଲି କୁହାଯାଏ। ଏହାଛଡା କିଛି ଲୋକ ପିଲା ଛିଙ୍କିବା ମାତ୍ରେ କୁହନ୍ତି କି ‘ଆୟୁଷ୍ମାନ ଭବ’।

ଏହି ପ୍ରକ୍ରିୟା ସମୟରେ ଶରୀରରୁ ଜୀବାଣୁ ଓ ନାକରେ ଜମିଥିବା ମଇଳା ମଧ୍ୟ ସଫା ହୋଇଯାଏ। ଏଣୁ ଏହା ଶରୀର ପାଇଁ ଭଲ। ମାତ୍ର ଅନେକ ସମୟରେ ଲୋକ ସର୍ବସାଧାରଣ ସ୍ଥାନରେ ଛିଙ୍କ ଆସିବାରୁ ଏହାକୁ ଅଟକାଇ ଦିଅନ୍ତି ଯାହାକି ଶରୀର ପାଇଁ ଭଲ ନୁହେଁ। ତେବେ ସମୟ ସମୟେ ଛିଙ୍କିବା ସମୟରେ ଲୋକଙ୍କ ଜୀବନ ଯିବାର ଘଟଣା ସାମ୍ନାକୁ ଆସେ। ଏହା ବହୁତ ବିରଳ। ଏନେଇ ଡରିବା ଅନୁଚିତ।ଥଣ୍ଡା ଅନୁଭବ କରିବା ଏବଂ ଛିଙ୍କିବା କାହା ପାଇଁ ଅସୁବିଧାର କାରଣ ହୋଇପାରେ। ଆପଣ କେବଳ ନିଜକୁ ଅସୁବିଧାରେ ପକାନ୍ତି ନାହିଁ, ଏହି ସଂକ୍ରମଣକୁ ଅନ୍ୟମାନଙ୍କ ନିକଟରେ ବିସ୍ତାର କରିବାର ବିପଦ ମଧ୍ୟ ରହିଥାଏ। କିନ୍ତୁ ଆପଣ ଜାଣନ୍ତି କି ମଣିଷ କେବଳ ଆଜି ନୁହେଁ ଶତାବ୍ଦୀ ଧରି ଛିଙ୍କୁଛି। ପ୍ରଥମ ଥର ପାଇଁ ବୈଜ୍ଞାନିକମାନେ ଏହାର ପ୍ରମାଣ ପାଇଛନ୍ତି।

ଏଥିସହ ପଢ଼ନ୍ତୁ: ଠାକୁର ଘରେ ଏସବୁ ଜିନିଷ ରଖିଛନ୍ତି କି ? ହୋଇପାରେ ଅର୍ଥ ସମସ୍ୟା

ଲାଇଭ ସାଇନ୍ସର ରିପୋର୍ଟ ଅନୁଯାୟୀ ବୈଜ୍ଞାନିକମାନେ ଆବିଷ୍କାର କରିଛନ୍ତି ଯେ ଅତି କମରେ ୩୦୦,୦୦୦ ବର୍ଷ ପୂର୍ବେ ମଣିଷ ପ୍ରଥମ ଥର ପାଇଁ ଥଣ୍ଡା ଅନୁଭବ କରିଥାଇପାରେ। ଏହା ହେଉଛି ସେହି ସମୟ ଯେତେବେଳେ ଆମ ପ୍ରଜାତିର ପୁରାତନ ପ୍ରତ୍ନତାତ୍ତ୍ୱିକ ପ୍ରମାଣ ମିଳିଥିଲା। ପ୍ରାଚୀନ ମାନବ ଦାନ୍ତରେ ମଧ୍ୟ କିଛି ପ୍ରମାଣ ମିଳିଛି, ଯାହା ଏହାକୁ ପ୍ରମାଣ କରେ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Sneeze Blessing | Why People Say “God Bless You” When You Sneeze? | Argus News | Argus News