Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ମକର ସଂକ୍ରାନ୍ତିରେ କାହିଁକି ଶନିଦେବଙ୍କ ପୂଜା କରାଯାଏ ?

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ମକର ସଂକ୍ରାନ୍ତିରେ କାହିଁକି ଶନିଦେବଙ୍କ ପୂଜା କରାଯାଏ ?

ବାର ମାସରେ ପାଳନ ହେଉଥିବା ୧୨ ଟି ସଂକ୍ରାନ୍ତି ମଧ୍ୟରୁ ମକର ସଂକ୍ରାନ୍ତି ଅନ୍ୟତମ। ଆଜିର ଦିନରେ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ ଗତି କରିଥାନ୍ତି । ଏହି ଶୁଭ ଦିନରେ ସୂର୍ଯ୍ୟଙ୍କ ନିକଟରେ ତିଳ ତର୍ପଣ କଲେ ଜାତକ ଦୋଷ ଦୂର ହୁଏ , ଅଟକି ରହିଥିବା ଶୁଭ କାର୍ଯ୍ୟ ଆଗକୁ ବଢେ। ମକର ସକ୍ରାନ୍ତିରେ କେବଳ ସୂର୍ଯ୍ୟ ନୁହଁନ୍ତି, ସୂର୍ଯ୍ୟଙ୍କ ଉପାସନା ସହ ଶନିଦେବଙ୍କ ପୂଜାର୍ଚ୍ଚନା କଲେ ଶୁଭଫଳ ପ୍ରାପ୍ତି ହୁଏ ବୋଲି ମଧ୍ୟ ବିଶ୍ବାସ ରହିଛି।


ମକର ସଂକ୍ରାନ୍ତିରେ କାହିଁକି ଶନିଦେବଙ୍କ ପୂଜା କରାଯାଏ ?


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପୌରାଣିକ କଥା ଅନୁସାରେ , ସୂର୍ଯ୍ୟଙ୍କ ସହ ତାଙ୍କ ପୁତ୍ର ଶନିଦେବଙ୍କର ମତଭେଦ ରହିଥିଲା। ଯାହାର କାରଣ ଥିଲେ ଶନିଦେବଙ୍କ ମାତା ଛାୟା ଦେବୀ। ଛାୟାଙ୍କ ଦେବୀଙ୍କ ପ୍ରତି ସୂର୍ଯ୍ୟଙ୍କର ସେନ୍ଦେହ ମନୋଭାବକୁ ନେଇ ଅବସାଦରେ ରହୁଥିଲେ ଶନିଦେବ। ଶନିଦେବଙ୍କର ଜନ୍ମ ବେଳେ ତାଙ୍କ କଳା ରଙ୍ଗକୁ ନେଇ ମାତା ଛାୟା ଦେବୀଙ୍କ ଚରିତ୍ରକୁ ସନ୍ଦେହ କରି ସୂର୍ଯ୍ୟ ଦେବ ନିଜ ଠାରୁ ଶନି ଓ ତାଙ୍କ ମା ଛାୟାଙ୍କୁ ଅଲଗା କରିଦେଇଥିଲେ। ସୂର୍ଯ୍ୟଦେବଙ୍କର ଏଭଳି ଆଚରଣ ଯୋଗୁଁ କ୍ରୋଧିତ ଛାୟା ତାଙ୍କୁ କୃଷ୍ଠ ରୋଗର ଅଭିଶାପ ଦେଇଥିଲେ। ଏହି ଅଭିଶାପରେ କ୍ରୋଧାନ୍ବିତ ହୋଇ ସୂର୍ଯ୍ୟଦେବ ଶନି ଓ ଛାୟା ଦେବୀଙ୍କ ଘରକୁ ପୋଡି ଦେଇଥିଲେ। ପରେ ସୂର୍ଯ୍ୟଙ୍କୁ ଏହି ଅଭିଶାପରୁ ମୁକ୍ତ କରିଥିଲେ , ସୂର୍ଯ୍ୟ ଓ ସନ୍ଧ୍ୟାଦେବୀଙ୍କ ପୁତ୍ର ଯମ। ଶନି ଓ ମାତା ଛାୟାଙ୍କ ପ୍ରତି ଥିବା ମନୋଭାବ ବଦଳାଇବା ପାଇଁ ସୂର୍ଯ୍ୟଙ୍କୁ ପରାମର୍ଶ ଦେଇଥିଲେ ଯମ। ଅନୁତପ୍ତ ହୋଇ ସୂର୍ଯ୍ୟେଦେବ ଯେବେ ଶନି ଓ ଛାୟା ଦେବୀଙ୍କୁ ଭେଟିବାକୁ ଯାଇଥିଲେ , ସେ ଦେଖିଥିଲେ ଅଗ୍ନିର ଜ୍ବାଳାରେ ଶନି ଦେବଙ୍କ ଘର ପୋଡି ଛାରଖାର ହୋଇ ଯାଇଥିଲା।


ସୂର୍ଯ୍ୟଙ୍କୁ ନିଜ ଘରେ ଦେଖି ଖୁସି ହୋଇ ଯାଇଥିଲେ ଶନିଦେବ। ପିତାଙ୍କୁ ସ୍ବାଗତ କରିବା ପାଇଁ ପୋଡା ତେଲରେ ଦୀପ ଲଗାଇଥିଲେ। ଏଥିରେ ପ୍ରସନ୍ନ ହୋଇ ସୂର୍ଯ୍ୟେଦବ ନୂଆ ଘର ଦେଇଥିଲେ ଶନି ଦେବଙ୍କୁ। ଯେଉଁ ଘରର ନାଁ ଥିଲା ମକର। ସେବେଠୁ ଶନିଦେବ ଦୁଇ ରାଶି ମକର ଓ କୁମ୍ଭର ରାଶିର ଅଧିପତି ହୋଇଗଲେ। ସୂର୍ଯ୍ୟେଦେବ ଶନିଙ୍କୁ ବରଦାନ ସ୍ବରୂପ ବଚନ ଦେଇଥିଲେ , ଯେବେ ସେ ଶନିଙ୍କ ମକର ଘରେ ପ୍ରବେଶ କରିବେ, ଘର ଧନଧାନ୍ୟରେ ପୁରି ଉଠିବ। ମକର ଦିନ ଯେଉଁ ବ୍ୟକ୍ତି କଳା ତୈଳରେ ଦୀପ ଜାଳି ମାର୍ଜନା କରିବେ ତାଙ୍କ ପରିବାରରେ ସୁଖ ସମୃଦ୍ଧି ଭରିଯିବ।

Sponsored
why-shani-dev-is-worshipped-on-makar-sankranti- | Argus News