Videos
|
Lifestyle

ଏହି ଘରୋଇ ଉପଚାର ଦ୍ୱାରା, ବ୍ଲାକହେଡ୍ସ ଏବଂ ବ୍ରଣ କିଛି ମିନିଟ୍ ମଧ୍ୟରେ ଦୂର ହୋଇଯିବ ଜାଣନ୍ତୁ...

Rashmita Mishra
Browse all articles by Rashmita Mishra
·1 year ago·2 min read
ଏହି ଘରୋଇ ଉପଚାର ଦ୍ୱାରା, ବ୍ଲାକହେଡ୍ସ ଏବଂ ବ୍ରଣ କିଛି ମିନିଟ୍ ମଧ୍ୟରେ ଦୂର ହୋଇଯିବ ଜାଣନ୍ତୁ...

Key Points

ବ୍ଲାକହେଡ୍ସ୍ ହେଉଛି ନାକରେ ଦେଖାଯାଉଥିବା ଛୋଟ କଳା ଦାଗ, ଯାହା ମୁହଁର ସୌନ୍ଦର୍ଯ୍ୟକୁ ନଷ୍ଟ କରିଦିଏ। ଏଗୁଡ଼ିକୁ ଦୂର କରିବା ପାଇଁ ଲୋକମାନେ ଅନେକ କସମେଟିକ ବ୍ୟବହାର କରିଥାନ୍ତି କିନ୍ତୁ ଏହା କମି ନଥାଏ । ହେଲେ ଆପଣଙ୍କୁ ଆଉ ମହଙ୍ଗା କସମେଟିକ କିଣିବାର ଆବଶ୍ୟକ ନାହିଁ । ଆପଣଙ୍କ ରୋଷେଇ ଘରେ ଅନେକ ଜିନିଷ ଅଛି, ଯାହା ସାହାଯ୍ୟରେ ଆପଣ ଏହି କଳାଦାଗରୁ ମୁକ୍ତି ପାଇପାରିବେ। ତେବେ କଳାଦାଗରୁ ମୁକ୍ତି ପାଇବା ପାଇଁ ଏହି ଘରୋଇ ଉପଚାରଗୁଡ଼ିକୁ ବ୍ୟବହାର କରନ୍ତୁ ଯାହା କିଛି ମିନିଟ୍ ମଧ୍ୟରେ ବ୍ଲାକହେଡ୍ସ୍ ଏବଂ ବ୍ରଣ ଦୂର କରିବ, ଜାଣନ୍ତୁ କିପରି ବ୍ୟବହାର କରିବେ ଏହି ଜିନିଷକୁ ।

https://argusnewdashboard.s3.ap-south-1.amazonaws.com/assets/c0958eea-6338-44e5-a621-b35ab2f88012.jpgହଳଦୀ,ବେସନ ଓ ଗୋଲାପ ଜଳ: ହଳଦୀ ବ୍ୟାକ୍ଟେରିଆକୁ ଦୂର କରେ, ବେସନ ସ୍କିନକୁ ସ୍କ୍ରବ୍ କରେ, ଏବଂ ଗୋଲାପ ଜଳ ସ୍କିନକୁ ହାଇଡ୍ରେଟ୍ ରଖେ । ଆବଶ୍ୟକ ଅନୁସାରେ ୧ ଚାମଚ ହଳଦୀ, ୨ ଚାମଚ ବେସନ ଏବଂ ଗୋଲାପ ଜଳ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ। ଏହାକୁ ଆପଣଙ୍କ ମୁହଁରେ, ବିଶେଷକରି ନାକ ଏବଂ ଗାଲରେ ଲଗାନ୍ତୁ। ଏହାକୁ ୧୫ ମିନିଟ୍ ପାଇଁ ଶୁଖିବାକୁ ଦିଅନ୍ତୁ। ଆପଣଙ୍କ ଆଙ୍ଗୁଠିରେ ଧୀରେ ଘସି ବାହାର କରନ୍ତୁ ଏବଂ ତା'ପରେ ଧୋଇ ଦିଅନ୍ତୁ। ଏହି ପ୍ୟାକକୁ ଲଗେଇବା ଦ୍ଵାରା ବ୍ରଣର ସମସ୍ୟା କମିଥାଏ ଏବଂ ସ୍କିନକୁ ନରମ ଓ ଉଜ୍ଜ୍ୱଳ କରିଥାଏ।

https://argusnewdashboard.s3.ap-south-1.amazonaws.com/assets/fa6ba381-18ee-4acb-abb3-8c2eadd20a6e.jpgଷ୍ଟିମ୍ ଓ ମୁଲତାନି ମାଟି: ଷ୍ଟିମ୍ ନେବା ଦ୍ଵାରା ସ୍କିନ ହାଇଡ୍ରେଟ୍ ରହିଥାଏ । ଆଉ ମୁଲତାନି ମାଟି ଲଗେଇବା ଦ୍ଵାରା ସ୍କିନରେ ଥିବା ବ୍ଲାକହେଡ୍ସକୁ ସଫା କରିଥାଏ । ଏକ ପାତ୍ରରେ ଉଷୁମ ପାଣି ନିଅନ୍ତୁ, ଆପଣଙ୍କ ମୁଣ୍ଡକୁ ଏକ ତଉଲିଆରେ ଘୋଡ଼ାନ୍ତୁ ଏବଂ ଆପଣଙ୍କ ମୁହଁକୁ ୫-୭ ମିନିଟ୍ ପାଇଁ ଷ୍ଟିମ୍ ଦିଅନ୍ତୁ। ମୁଲତାନି ମାଟିକୁ ଗୋଲାପ ଜଳ କିମ୍ବା ଆଲୋଭେରା ଜେଲ ସହିତ ମିଶ୍ରଣ କରି ଏକ ପେଷ୍ଟ ତିଆରି କରନ୍ତୁ। ଷ୍ଟିମ୍ ଦେବା ପରେ ଏହାକୁ ମୁହଁରେ ଲଗାନ୍ତୁ। ଏହାକୁ ଶୁଖିବାକୁ ୫ ମିନିଟ୍ ଦିଅନ୍ତୁ ଏବଂ ତାପରେ ଧୋଇ ଦିଅନ୍ତୁ।

https://argusnewdashboard.s3.ap-south-1.amazonaws.com/assets/3b71faf6-f60f-4810-92ab-ac533f401b87.jpgଟମାଟୋ ଘଷିବା: ଯଦି ଆପଣ ଅନ୍ୟ କୋଣସି କସମେଟିକ ବ୍ୟବହାର କରିବାକୁ ଚାହୁଁନାହାନ୍ତି ତେବେ ଏକ ଟମାଟୋକୁ ଅଧା କରି କାଟି ଆପଣଙ୍କ ନାକ ଏବଂ କଳାପଡି ଥିବା ଜାଗା ଗୁଡ଼ିକରେ ଧୀରେ ଧୀରେ ଘଷନ୍ତୁ । ଟମାଟୋ ରସକୁ ଆପଣଙ୍କ ମୁହଁରେ ୧୦ ମିନିଟ୍ ପାଇଁ ଛାଡି ଦିଅନ୍ତୁ। ତାପରେ ଏହାକୁ ପାଣିରେ ଧୋଇ ଦିଅନ୍ତୁ। ଟମାଟୋରେ ଏସିଡିକ୍ ଗୁଣ ଅଛି ଯାହା ସ୍କିନକୁ ଚିକ୍କଣ କରିବାରେ ସାହାଯ୍ୟ କରେ ।

https://argusnewdashboard.s3.ap-south-1.amazonaws.com/assets/00c9c648-9c00-4c67-aef6-6d5a4e0b25a9.jpg ମହୁ ,ଡାଲଚିନି: ମହୁ ,ଡାଲଚିନି ଗୁଣ୍ଡକୁ ଏକ ପେଷ୍ଟ୍ କରି ସ୍କିନରେ ଲଗାନ୍ତୁ । ଏହାକୁ ଲଗାଇବା ଦ୍ଵାରା ମୁହଁରେ ଥିବା କଳା ଦାଗ ଦୂର କରିବାରେ ସାହାଯ୍ୟ କରେ। ଏକ ଚାମଚ ମହୁରେ ଏକ ଚିମଚ ଡାଲଚିନି ମିଶାନ୍ତୁ। ଏହାକୁ କଳାଦାଗ ଥିବା ସ୍ଥାନରେ ଲଗାନ୍ତୁ ଏବଂ ୧୦-୧୫ ମିନିଟ୍ ପାଇଁ ଛାଡି ଦିଅନ୍ତୁ ଏବଂ ପରେ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ମହୁ ଜୀବାଣୁକୁ ନଷ୍ଟ କରିଥାଏ ଏବଂ ଡାଲଚିନି ରକ୍ତ ପ୍ରବାହକୁ ଠିକ୍ କରେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

https://argusnewdashboard.s3.ap-south-1.amazonaws.com/assets/c37cce96-2327-461a-9a93-69f5bc7b2759.jpgଚାଉଳ ସ୍କ୍ରବ୍: ଚାଉଳ ସ୍କ୍ରବ୍ ଏକ ସୁନ୍ଦର ଆଇ ସହଜ ପଦ୍ଧତି ଯାହା ଆପଣଙ୍କ ସ୍କନରୁ ସମ୍ପୂର୍ଣ୍ଣ ଭାବେ କଳାଦାଗ ଦୂରେଇ ଦେବ। କିଛି କଞ୍ଚା ଚାଉଳକୁ ପିସ କରି ଏକ ପାଉଡର ତିଆରି କରନ୍ତୁ। ଏହାକୁ ଦହି କିମ୍ବା କଞ୍ଚା କ୍ଷୀର ସହିତ ମିଶାନ୍ତୁ। ସପ୍ତାହରେ ଥରେ କିମ୍ବା ଦୁଇଥର ଏହି ପେଷ୍ଟକୁ ଆପଣଙ୍କ ମୁହଁରେ ଲଗାନ୍ତୁ କିଛି ସମୟ ପରେ ଏହାକୁ ଧୀରେ ଧୀରେ ଘଷନ୍ତୁ। ଚାଉଳ ଭିଟାମିନରେ ଭରପୁର, ଏବଂ ଦହି ଆପଣଙ୍କ ସ୍କିନକୁ ଉଜ୍ଜ୍ୱଳ ଏବଂ କୋମଳ କରିବାରେ ସାହାଯ୍ୟ କରିଥାଏ ।

https://argusnewdashboard.s3.ap-south-1.amazonaws.com/assets/0d0596bb-c8db-4fa1-94ec-9a21c871cb08.jpg