୩୦ ବର୍ଷ ପରେ ମହିଳାମାନେ ପ୍ରତିଦିନ ଖାଆନ୍ତୁ ଏହି ଫ୍ରୁଟ୍ସ ଜମା ବି ବାର୍ଦ୍ଧକ୍ୟ ଛୁଇଁବନି

ଆଜିକାଲି ସମସ୍ତେ ବ୍ୟସ୍ତବହୁଳ ଜୀବନ ବିତାଉଛନ୍ତି। ନିଜକୁ ସମୟ ଦେବା ବି ସମସ୍ତେ ଭୁଲିଯାଉଛନ୍ତି। କିନ୍ତୁ ବ୍ୟସ୍ତବହୁଳ ଜୀବନ ମଧ୍ୟରୁ ନିଜ ପାଇଁ ସମୟ ବାହାର କରିବାକୁ ପଡ଼ିବ। ନଚେତ ଆପଣଙ୍କ ଜୀବନରେ ଅବଶୋଷ ରହିଯିବ। ୩୦ବର୍ଷ ପରେ ମହିଳାଙ୍କ ଶରୀରରେ ବହୁତ ସାରା ପରିବର୍ତ୍ତନ ହୋଇଥାଏ। ୨୫ ବର୍ଷ ହେଲେ ଶରୀରରେ ଥିବା କୋଲାଜେନ କମ ହେବାରେ ଲାଗିଥାଏ। ଯେଉଥିପାଇଁ ଆପଣଙ୍କ ସ୍କିନ ଲୁସ ହେବାରେ ଲାଗିଥାଏ। ଏମିତିରେ ମହିଳାଙ୍କର ଏକ ସଠିକ ବୟସ ଆସିଲେ ମହିଳାଙ୍କୁ ଅଧିକ ଯତ୍ନ ନେବାକୁ ପଡ଼ିଥାଏ। କିଛି ବିଶେଷ ଖାଦ୍ୟକୁ ନିଜ ଡାଏଟରେ ସାମିଲ କରିବାକୁ ପଡ଼େ। ଯାହାକି ସ୍କିନରେ ଆଣ୍ଟିଏଜିଙ୍ଗ ଭଳି କାମ କରିବ। ସ୍କିନ ଟାଇଟ ରହିବା ସହ ଆପଣ ସବୁବେଳେ ୟଙ୍ଗ ଦିଶିବେ।
ପାଚିଲା ଅମୃତଭଣ୍ଡା ଏକ ଏପରି ଫଳ ଯାହା କେବଳ ଆଣ୍ଟିଏଜିଙ୍ଗ ବେନିଫିଟ୍ସ ପାଇଁ ଜଣାଯାଏ। ପାଚିଲା ଅମୃତଭଣ୍ଡାରେ ଥିବା ଭିଟାମିନ A ଏବଂ C ସ୍କିନକୁ ପୋଷଣ ଦିଏ। ଏଥିରେ ପପେନ ନାମକ ଏକ ଏଞ୍ଜାୟମ ରହିଛି। ଯାହା ତ୍ବଚାକୁ ରିଙ୍କଲସ ଏବଂ ବୟସ ବଢ଼ିବା ଭଳି ଦେଖାଯିବା ଲକ୍ଷଣରୁ ଦୂର କରିବ। ଯାହା ସବୁବେଳେ ଯୁବାବସ୍ଥା ଏବଂ ସୁସ୍ଥ ଦେଖାଯିବାରେ ସହାୟକ ହୋଇଥାଏ। ଆଣ୍ଟି ଅକ୍ସିଡାଣ୍ଟରେ ଭରପୁର ପାଚିଲା ଅମୃତଭଣ୍ଡା ଖାଇଲେ ସ୍କିନର ସନ ଟ୍ୟାନ ମଧ୍ୟ ଦୂର ହୋଇଥାଏ। ଆପଣ ଅମୃତଭଣ୍ଡା ଯଦି ବ୍ୟବହାର କରିବେ ତେବେ ନିଶ୍ଚିତ ଧ୍ୟାନ ଦେବେ ଯେ, ଏହା ଆପଣଙ୍କ ସ୍କିନ ପାଇଁ ବ୍ୟବହାର ଉପଯୋଗୀ କି ନାହିଁ। ଆପଣ ଏନେଇ ଡାକ୍ତରଙ୍କ ପରାମର୍ଶ ନେଇ ବ୍ୟବହାର କରିପାରିବେ।
