Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମହିଳାମାନେ ଏହି ଜାଗାରେ ସିନ୍ଦୁର ଲଗାନ୍ତୁ, ନଚେତ୍...

Lifestyle

ମହିଳାମାନେ ଏହି ଜାଗାରେ ସିନ୍ଦୁର ଲଗାନ୍ତୁ, ନଚେତ୍...

Rashmita Mishra
Browse all articles by Rashmita Mishra
·1 year ago·2 min read
ମହିଳାମାନେ ଏହି ଜାଗାରେ ସିନ୍ଦୁର ଲଗାନ୍ତୁ, ନଚେତ୍...


ପ୍ରତ୍ୟେକଟି ବିବାହିତା ମହିଳାଙ୍କର ସିନ୍ଦୁର ହେଉଛି ତାଙ୍କ ସଧବାର ପ୍ରତୀକ । ଝିଅଟି ବିବାହ କରିସାରିବା ପରେ ନିଜ ସ୍ଵାମୀଙ୍କ ନାମରେ ନିଜ ମଥାରେ ସିନ୍ଦୁର ଲଗାଇଥାଏ । ତେବେ ସନାତନ ଧର୍ମରେ ପ୍ରତ୍ୟେକଟି ବିବାହିତା ମହିଳା ନିଜ ମଥାରେ ସିନ୍ଦୁର ଲଗାଇବା ପ୍ରଥା ରହିଆସିଛି । ତେବେ ମହିଳା ମାନେ କେବଳ ଯେ ମଥାରେ ନୁହେଁ, ବରଂ ଶରୀରର ଅନ୍ୟ 4 ଗୋଟି ସ୍ଥାନରେ ମଧ୍ୟ ସିନ୍ଦୁର ଲଗାଇବା ନିୟମ ଶାସ୍ତ୍ରରେ ଉଲ୍ଲେଖ ରହିଛି । ତେବେ ଶରୀରର କେଉଁ 4 ଟି ସ୍ଥାନରେ କେଉଁ ଦେବୀଙ୍କୁ ସ୍ମରଣ କରି ସିନ୍ଦୁର ଲଗାଇବା ଦ୍ଵାରା ସ୍ଵାମୀର ମଙ୍ଗଳ ହୋଇଥାଏ ଆସନ୍ତୁ ଜାଣିବା ।


ମଥା ବା ସିନ୍ଥି:- ମହିଳା ମାନେ ମାତା ଲକ୍ଷ୍ମୀଙ୍କୁ ସ୍ମରଣ କରି ନିଜ ମଥା ଅର୍ଥାତ ସିନ୍ଥିରେ ସିନ୍ଦୁର ଲଗାଇବା ଉଚିତ । ଏହା ପ୍ରତିଦିନ କରିବା ଦ୍ଵାରା ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ଉକ୍ତ ଦମ୍ପତ୍ତି ତଥା ସଂପୂର୍ଣ୍ଣ ପରିବାର ଉପରେ ରହିଥାଏ । ଏଥିସହ ସେହି ମହିଳାଙ୍କ ସ୍ଵାମୀର ଆର୍ଥିକ ସ୍ଥିତି କେବେବି ଖରାପ ହୋଇନଥାଏ । ତେଣୁ ମଥାରେ ସିନ୍ଦୁର ଲଗାଇବା ସମୟରେ ମାତା ଲକ୍ଷ୍ମୀଙ୍କୁ ସ୍ମରଣ କରି ସିନ୍ଦୁର ଲଗାନ୍ତୁ । ସ୍ଵାମୀ ସବୁବେଳେ ଲକ୍ଷ୍ମୀମନ୍ତ ହୋଇ ରହିବେ ।


କପାଳ ମଝିରେ:- ମହିଳା ମାନେ ମାତା ଚଣ୍ଡୀଙ୍କୁ ସ୍ମରଣ କରି ନିଜ କପାଳ ମଝିରେ ସିନ୍ଦୁର ଲଗାଇବା ଉଚିତ। ଏହା ପ୍ରତିଦିନ କରିବା ଦ୍ଵାରା ମାତା ଚଣ୍ଡୀଙ୍କ ଆଶ୍ରୀବାଦ ଆପଣଙ୍କ ସ୍ଵାମୀଙ୍କ ଉପରେ ସବୁବେଳେ ରହିଥାଏ। ଯେତେବେଳେ ନିଜ କପାଳରେ ସିନ୍ଦୁର ଧାରଣ କରୁଛନ୍ତି। ସବୁବେଳେ ମାତା ଚଣ୍ଡୀଙ୍କୁ ସ୍ମରଣ କରି ସିନ୍ଦୁର ଲଗାନ୍ତୁ । ସ୍ଵାମୀଙ୍କ ଉପରେ କୌଣସି ବଡ ସ୍ଵାସ୍ଥ ଜନିତ ସଙ୍କଟ ଆସିବ ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କଣ୍ଠ ବା ଗଳା:- ମହିଳା ମାନେ ମାତା ସରସ୍ଵତୀଙ୍କୁ ସ୍ମରଣ କରି ନିଜ କଣ୍ଠରେ ସିନ୍ଦୁର ଲଗାଇବା ଉଚିତ । ଯେପରି କୌଣସି ସମୟରେ ତାଙ୍କର ତାଙ୍କ ସ୍ଵାମୀ ପ୍ରତି କୌଣସି କଟୁ କି ଅପଶବ୍ଦ ନବାହାରୁ। ସ୍ଵାମୀ ସ୍ତ୍ରୀ ମଧ୍ୟରେ ସୁସମ୍ପର୍କ ବଜାୟ ରଖିବା ପାଇଁ ଆପଣ ମାତା ସରସ୍ଵତୀଙ୍କୁ ଧ୍ୟାନରେ ରଖି କଣ୍ଠରେ ସିନ୍ଦୁର ଲଗାନ୍ତୁ ।


ଶଙ୍ଖା:- ମହିଳା ମାନେ ଶଙ୍ଖାରେ ସିନ୍ଦୁର ଲଗାଇବା ସମୟରେ ମାତା ସାବିତ୍ରୀଙ୍କୁ ସ୍ମରଣ କରି ସିନ୍ଦୁର ଲଗାଇବେ । ମାତା ସାବିତ୍ରୀଙ୍କୁ ଧ୍ୟାନରେ ରଖି ନିଜ ସ୍ଵାମୀର ଦୀର୍ଘାୟୁ କାମନା କରି ସ୍ତ୍ରୀ ମାନେ ମାତା ସାବିତ୍ରୀଙ୍କୁ ସ୍ମରଣ କରି ସିନ୍ଦୁର ଲଗାନ୍ତୁ ।


Sponsored
Women should apply vermilion on this area, otherwise... | Argus News