Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

 ମଦ ପିଉଥିବା ମହିଳାଙ୍କ କ୍ଷେତ୍ରରେ ହୃଦଘାତର ଆଶଙ୍କା ଅଧିକ

Smruti Parija
Browse all articles by Smruti Parija
·2 years ago·1 min read
 ମଦ ପିଉଥିବା ମହିଳାଙ୍କ କ୍ଷେତ୍ରରେ ହୃଦଘାତର ଆଶଙ୍କା ଅଧିକ

ଅର୍ଗସ ବ୍ୟୁରୋ: ଆଜିକାଲି ଯୁବପିଢିଙ୍କ କ୍ଷେତ୍ରରେ ହାର୍ଟ ଆର୍ଟାକ୍ ଅଧିକ ଦେଖିବାକୁ ମିଳୁଛି । ଆଉ ଏହାକୁ ନେଇ ଆସିଛି ଏକ ଆଶ୍ଚର୍ଯ୍ୟ କରିବା ଭଳି ରିପୋର୍ଟ । ମଦ ପିଉଥିବା ମହିଳାଙ୍କ କ୍ଷେତ୍ରରେ ହୃଦଘାତର ଆଶଙ୍କା ଅଧିକ ରହୁଛି । ଯେଉଁ ମହିଳାମାନେ ସପ୍ତାହକୁ 8 ରୁ ଅଧିକ ଥର ମଦ ପିଉଛନ୍ତି ତାଙ୍କ କ୍ଷେତ୍ରରେ ହୃଦରୋଗର ଆଶଙ୍କା ଅଧିକ ରହୁଛି । ଆଲକୋହଲିକ୍ ଡ୍ରିଙ୍କ୍ସ୍ ଉପରେ ଏକ ଷ୍ଟଡିରୁ ଏହା ଜଣାପଡିଛି । 

କମ୍ ମଦ ପିଉଥିବା ମହିଳାଙ୍କ ଅପେକ୍ଷା ଯେଉଁ ମହିଳାମାନେ ସପ୍ତାହକୁ 8 ଥର କିମ୍ବା 8 ରୁ ଅଧିକ ଥର ମଦ ପିଉଛନ୍ତି ତାଙ୍କ କ୍ଷେତ୍ରରେ ହୃଦରୋଗର ସମସ୍ୟା 33 ରୁ 51 ପ୍ରତିଶତ ରହୁଛି । ଅଧିକ ପିଉଥିବା ମହିଳାଙ୍କ କ୍ଷେତ୍ରରେ ହୃଦଘାତର ସମସ୍ୟା ଅଧିକ ରହୁଛି । 

ଆମେରିକାନ୍ କଲେଜ ଅଫ୍ କାର୍ଡିଓଲୋଜିରେ ଏହି ରିସର୍ଚ୍ଚ କରାଯାଇଥିବାବେଳେ ଡ. ଜମାଲ ରାଣା ଏହି ରିପୋର୍ଟକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
women-who-drink-more-than-8-alcoholic-beverages-a-week-are-at-greater-risk-of-developing-heart-disease | Argus News