କେମିତି ନେବେ ନିଜ କିଡନୀର ଯତ୍ନ ?

ଆଜି ଅନ୍ତର୍ଜାତୀୟ କିଡନୀ ଦିବସ । ଏହି ଅବସରରେ ଆଜି କେୟାର ହସ୍ପିଟାଲ ପକ୍ଷରୁ ୱାକାଥନ୍ ଆୟୋଜିତ ହୋଇଯାଇଛି । କିଡନୀ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ କେୟାର ହସ୍ପିଟାଲରୁ ବାହାରି ଏହି ୱାକାଥନ୍ ବୁଦ୍ଧ ପାର୍କ ଦେଇ ଯାଇଥିଲା । ଚଳିତ ବର୍ଷର ଥିମ ରହିଛି Are Your Kidneys OK ? Detect Early, Protect Kidney Health । କାହିଁକି କିଡନୀ ରୋଗରେ ପୀଡ଼ିତ ହୁଅନ୍ତି । କଣ ଖାଇବା ଦ୍ଵାରା କିଡନୀ ରୋଗ ହୋଇଥାଏ ।
। ଏହି ସମ୍ପର୍କରେ ସଚେତନତା ସହ ସାଧାରଣ ଲୋକଙ୍କୁ ବୁଝାଇଥିଲେ କେୟାର ହସ୍ପିଟାଲର ଡାକ୍ତର । ଏହି ୱାକଥନରେ କେୟାର ହସ୍ପିଟାଲର କିଡନୀ ବିଭାଗର ଡାକ୍ତରଙ୍କ ସହ ହସ୍ପିଟାଲ ସଦସ୍ୟମାନେ ସାମିଲ ହୋଇଥିଲେ ।ସାରା ବିଶ୍ୱରେ ମାର୍ଚ୍ଚ ମାସର ଦ୍ୱିତୀୟ ଗୁରୁବାର World କିଡନୀ ଦିବସ ଭାବରେ ପାଳନ କରାଯାଏ ।
ବିଶ୍ୱ କିଡନୀ ଦିବସ ହେଉଛି ଏକ ବିଶ୍ୱବ୍ୟାପୀ ସ୍ୱାସ୍ଥ୍ୟ ସଚେତନତା ଅଭିଯାନ । ପ୍ରତିବର୍ଷ ମାର୍ଚ୍ଚ ଦ୍ୱିତୀୟ ଗୁରୁବାରରେ ଏହି ଦିବସ ପାଳନ କରାଯାଏ । ଏହା ଇଣ୍ଟରନ୍ୟାସନାଲ ସୋସାଇଟି ଅଫ୍ ନେଫ୍ରୋଲୋଜି(ISN) ଏବଂ ଇଣ୍ଟରନ୍ୟାସନାଲ ଫେଡେରେସନ୍ ଅଫ୍ କିଡନୀ ଫାଉଣ୍ଡେସନ-ୱାର୍ଲ୍ଡ କିଡନୀ ଆଲାଏନ୍ସ (IFKF-WKA)ର ମିଳିତ ପ୍ରୟାସ । 2006ଠାରୁ ପ୍ରତିବର୍ଷ ଏହି ଦିନ ପାଳନ କରାଯାଏ ।
ସୁସ୍ଥ ଜୀବନ ପାଇଁ କିଡନୀର ଆବଶ୍ୟକତା ଏବଂ ତା'ର ଯତ୍ନ ନେବା ବାବଦରେ ଏହି ଦିବସ ଲୋକଙ୍କୁ ସଚେତନ କରାଏ । ପ୍ରତିବର୍ଷ ବିଶ୍ୱ କିଡନୀ ଦିବସ ଏକ ବିଶେଷ ବିଷୟବସ୍ତୁ(ଥିମ୍) ଆଧାରରେ ପାଳନ କରାଯାଏ ।
ଇତିହାସ ଓ ଉଦ୍ଦେଶ୍ୟ:
📱 Get Argus News App
✨ପ୍ରଥମ ବିଶ୍ୱ କିଡନୀ ଦିବସ "ଆପଣଙ୍କ କିଡନୀ ଠିକ ଅଛି ତ ?" ଥିମ୍ ଉପରେ ପାଳନ କରାଯାଇଥିଲା । ସେବେଠାରୁ ଏହି ଦିନର ପାଳନ କ୍ରନିକ୍ କିଡନୀ ରୋଗ(CKD), ମଧୁମେହର ପ୍ରଭାବ, ରକ୍ତଚାପ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଅବସ୍ଥାର କିଡନୀ ଉପରେ ପ୍ରଭାବ, ମହିଳା ଏବଂ ଶିଶୁଙ୍କ କିଡନୀ ସ୍ୱାସ୍ଥ୍ୟ ଉପରେ ଆଲୋକପାତ କରାଯାଏ । ବିଶ୍ୱ କିଡନୀ ଦିବସର ଅନେକ ଉଦ୍ଦେଶ୍ୟ ରହିଛି । କିଡନୀ ରୋଗ ସାରା ବିଶ୍ୱରେ ଏକ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା ପାଲଟିଲାଣି । ଏହା ପ୍ରତିବର୍ଷ ଲକ୍ଷଲକ୍ଷ ଲୋକଙ୍କ ଜୀବନ ନେଉଛି । ମୁଖ୍ୟତଃ ବୃକକ୍(kidney)ର ମହତ୍ତ୍ବ ଏବଂ ଶରୀରରେ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ବିଷୟରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୂଳ ଉଦ୍ଦେଶ୍ୟ ।
ଅନ୍ୟ ଏକ ଲକ୍ଷ୍ୟ ହେଉଛି CKD ମଧୁମେହ ଏବଂ ଉଚ୍ଚ ରକ୍ତଚାପ ପ୍ରଭାବରେ ଦୁର୍ବଳ ହୋଇଥାଏ ବୋଲି ଲୋକଙ୍କୁ ଅବଗତ ଏବଂ ସଚେତନ କରାଇବା । ଏହି ଅଭିଯାନ ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଥିବା ସମସ୍ତ ରୋଗୀଙ୍କୁ କିଡନୀ ସ୍ବାସ୍ଥ୍ୟର ଧ୍ୟାନ ଦେବାକୁ ଉତ୍ସାହିତ କରେ । ଏହା ସହିତ ତୃଣମୂଳ ସ୍ତରରୁ ପ୍ରତ୍ୟେକ ବ୍ୟକ୍ତି କିପରି ଏହି ରୋଗରେ ପୀଡିତ ନହେବେ ଏବଂ ପୀଡିତ ରୋଗୀ କିପରି ସହଜରେ ସାହାଯ୍ୟ ପାଇପାରିବେ ସେଥିପାଇଁ ଡାକ୍ତରମାନଙ୍କ ଭୂମିକାକୁ ଗୁରୁତ୍ବାରୋପ କରେ । ଏହି ଦିନରେ ଅନେକ ସ୍ଥାନରେ ସ୍ବାସ୍ଥ୍ୟ କ୍ୟାମ୍ପ କରାଯାଇ ଲୋକଙ୍କୁ ସଚେତନ କରାଯାଏ ।
ଶରୀରରେ କିଡନୀର ଅବସ୍ଥିତି ଓ କାର୍ଯ୍ୟ:
କିଡନୀ ଦୁଇଟି ବିନ୍ ଆକୃତିର ଅଙ୍ଗ, ଯାହା ପେଟରେ ଅବସ୍ଥିତ । ଏହାକୁ ଓଡିଆରେ ବୃକକ ବୋଲି କୁହାଯାଏ । ଶରୀରରୁ ବର୍ଜ୍ୟବସ୍ତୁ ଏବଂ ଅତ୍ୟଧିକ ତରଳ ପଦାର୍ଥ ନିଷ୍କାସନ କରି ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ କିଡନୀ । ଏହା ବ୍ୟତୀତ ବୃକକ ରକ୍ତଚାପକୁ ନିୟନ୍ତ୍ରଣ କରିବା, ଲୋହିତ ରକ୍ତ କଣିକା ଉତ୍ପାଦନ କରିବା ଏବଂ ଶରୀରରେ ଇଲେକ୍ଟ୍ରୋଲାଇଟ୍ ସନ୍ତୁଳନ ବଜାୟ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ।
ଅଧିକ ପଢ଼ନ୍ତୁ ଦେଶ ଖବର:
