|
logo
Live
Argus News App
GET APP

Argus News - ସଙ୍ଗୀତ ଶୁଣିଵା ଦ୍ଵାରା ସ୍ୱାସ୍ଥ୍ୟ ଠିକ୍ ରହିଥାଏ

Lifestyle

ସଙ୍ଗୀତ ଶୁଣିଵା ଦ୍ଵାରା ସ୍ୱାସ୍ଥ୍ୟ ଠିକ୍ ରହିଥାଏ

Rashmita Mishra
Browse all articles by Rashmita Mishra
·2 years ago·2 min read
ସଙ୍ଗୀତ ଶୁଣିଵା ଦ୍ଵାରା ସ୍ୱାସ୍ଥ୍ୟ ଠିକ୍ ରହିଥାଏ

ଅର୍ଗସ ବ୍ୟୁରୋ: ସଙ୍ଗୀତ ଶୁଣିବାକୁ  କାହାକୁ ଵା ଭଲ ନ ଲାଗେ ସଙ୍ଗୀତ ଶୁଣିଵା ଦ୍ଵାରା ସ୍ୱାସ୍ଥ୍ୟ ପାଇଁ ଏହାର ବିଶେଷ ଲାଭ ହୋଇଥାଏ।   ପିଆନୋରୁ ବାହାରୁଥିବା ସଙ୍ଗୀତ ଆପଣଙ୍କ ମସ୍ତିଷ୍କକୁ ଶାନ୍ତ କରିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ  କୋଷଗୁଡ଼ିକୁ ଆରାମ କରିବାରେ ମଧ୍ୟ ସାହାଯ୍ୟ କରେ । 

ଆଜି ହେଉଛି ପିଆନୋ ଡେ ଏହାର ସଙ୍ଗୀତ ଆପଣଙ୍କ ମନକୁ ଶାନ୍ତ କରିବାରେ ସାହାଯ୍ୟ କରିଥାଏ । ଏହା ଆପଣଙ୍କ ମସ୍ତିଷ୍କକୁ ଭିତରୁ ଆରାମ ଦେଇଥାଏ ଏବଂ ତା’ପରେ ସ୍ନାୟୁକୁ ଶାନ୍ତ କରିଥାଏ । ଏହା ବ୍ୟତୀତ, ସଙ୍ଗୀତ ହେଉଛି ଏପରି ଏକ ମାଧ୍ୟମ ଯାହା ଆପଣଙ୍କୁ ଅନେକ ରୋଗରୁ ରକ୍ଷା କରିପାରିବ । ଏହା ଆପଣଙ୍କ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିପାରେ ଏବଂ ଚିନ୍ତା ଏବଂ ଉଦାସୀନତା ଭଳି ରୋଗରୁ ରକ୍ଷା କରିଥାଏ । ଏହା ବ୍ୟତୀତ ସଙ୍ଗୀତ ଶୁଣିବାର ଅନେକ ଲାଭ ଅଛି ।  ଆସନ୍ତୁ ଜାଣିବା ସଙ୍ଗୀତ ଶୁଣିବା ଦ୍ୱାରା କ’ଣ ହୁଏ?

ସଙ୍ଗୀତ ଶୁଣିବା ଦ୍ୱାରା କ’ଣ ହୁଏ :-
ସଙ୍ଗୀତ ମସ୍ତିଷ୍କର କାର୍ଯ୍ୟ ଏବଂ ଆଚରଣକୁ ବିଭିନ୍ନ ଉପାୟରେ ପ୍ରଭାବିତ କରିଥାଏ ଚାପ, ଯନ୍ତ୍ରଣାର  ଲକ୍ଷଣକୁ ହ୍ରାସ କରିବା ସହିତ ଶରୀରର ସମସ୍ତ  କାର୍ଯ୍ୟରେ ଉନ୍ନତି ଆଣେ । ଏହା ମସ୍ତିଷ୍କର ଏକ ଅଂଶକୁ ତୀକ୍ଷ୍ଣ ଏବଂ ଗତିଶିଳ କରିଥାଏ । ଏହା ବ୍ୟତୀତ ଏହା ନ୍ୟୁରୋଜେନେସିସ୍ ପ୍ରକ୍ରିୟାରେ ଉନ୍ନତି ଆଣିଥାଏ, ଯାହା ମସ୍ତିଷ୍କକୁ ସୁସ୍ଥ ରଖେ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସ୍ୱାସ୍ଥ୍ୟ ପାଇଁ ସଂଗୀତର ଉପକାରିତା :- 
ସଙ୍ଗୀତ ଶରୀରକୁ ଆରାମ ଦିଏ 
 ସଙ୍ଗୀତ ଶୁଣିବା ଏକ ମୁଡ୍ ବୁଷ୍ଟର୍ ପରି କାମ କରେ ଏବଂ ଏହା ତୁମର ଭାବନାକୁ ଉନ୍ନତ କରେ । ଯେତେବେଳେ ତୁମେ ସଙ୍ଗୀତ ଶୁଣ ତୁମର ମସ୍ତିଷ୍କ ଶାନ୍ତ ରୁହେ ଏବଂ ତୁମର ମନ ଥଣ୍ଡା ହୋଇଯାଏ  ଏହା ବ୍ୟତୀତ, ଏହା ଆପଣଙ୍କ ଚିନ୍ତାଧାରାକୁ ମଧ୍ୟ ପ୍ରଭାବିତ କରିଥାଏ ସକାରାତ୍ମକ ଚିନ୍ତା ଧାରା ଆଡକୁ ଗତି କରନ୍ତି ।   

ଚିନ୍ତା ଏବଂ ବିପି କମାଏ 
ସଂଗୀତ ଶୁଣିବା ଲୋକମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ଯେଉଁମାନେ ଅତ୍ୟଧିକ ରାଗନ୍ତ କିମ୍ବା ଚିନ୍ତାରେ ରୁହନ୍ତି । ଏହା ମସ୍ତିଷ୍କର ବିଭିନ୍ନ ଅଂଶକୁ ଶାନ୍ତ କରିଥାଏ ଭାବନାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ଏବଂ ଏହିପରି ମସ୍ତିଷ୍କ ପାଇଁ ଲାଭଦାୟକ ଅଟେ ।  କେବଳ ଏତିକି ନୁହେଁ, ସଙ୍ଗୀତ ଶୁଣିବା ସ୍ମୃତି ଶକ୍ତି ଵଢିଇବାରେ ମଧ୍ୟ ସାହାଯ୍ୟ କରିଥାଏ ତାହା ସହ ଭାବିବା ଏବଂ ବୁଝିଵା ଶକ୍ତିରେ ମଧ୍ୟ ଉନ୍ନତ କରିଥାଏ ।

Sponsored
ସଙ୍ଗୀତ ଶୁଣିଵା ଦ୍ଵାରା ସ୍ୱାସ୍ଥ୍ୟ ଠିକ୍ ରହିଥାଏ | Argus News