Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଟ୍ୟାନ୍‌ ସମସ୍ୟାକୁ ନେଇ ଚିନ୍ତିତ କି? ଏହି ସବୁ ଘରେ ବ୍ୟବହାର କରନ୍ତୁ, ଟ୍ୟାନ ହଟାନ୍ତୁ...

Lifestyle

ଟ୍ୟାନ୍‌ ସମସ୍ୟାକୁ ନେଇ ଚିନ୍ତିତ କି? ଏହି ସବୁ ଘରେ ବ୍ୟବହାର କରନ୍ତୁ, ଟ୍ୟାନ ହଟାନ୍ତୁ...

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ଟ୍ୟାନ୍‌ ସମସ୍ୟାକୁ ନେଇ ଚିନ୍ତିତ କି? ଏହି ସବୁ ଘରେ ବ୍ୟବହାର କରନ୍ତୁ, ଟ୍ୟାନ ହଟାନ୍ତୁ...

ଖରାଦିନ ଆରମ୍ଭରୁ ପ୍ରଚଣ୍ଡ ଖରା ଅସ୍ତବ୍ୟସ୍ତ କଲାଣି । ଅତ୍ୟଧିକ ତାତି ଯୋଗୁଁ ସବୁ ସହରର ଲୋକେ ଅସ୍ତବ୍ୟସ୍ତ । ଘରୁ କୌଣସି କାର୍ଯ୍ୟ ପାଇଁ ବାହାରକୁ ପାଦ କାଢିବା ମାତ୍ରେ ସୂର୍ଯ୍ୟଙ୍କ ପ୍ରବଳ ଉତ୍ତାପ ଜାଳି ଦେଉଛି । ଏହି ଉତ୍ତାପରୁ ନିଜକୁ ରକ୍ଷା କରିବାକୁ ଆମେ ସମସ୍ତେ ସନସ୍କ୍ରିନର ବ୍ୟବହାର କରିଥାନ୍ତି । କିନ୍ତୁ ପ୍ରତି ଦୁଇ ଘଣ୍ଟାରେ ଏହାକୁ ବ୍ୟବହାର କରିବା ଆମେ ପକ୍ଷେ ସମ୍ଭବ ନୁହେଁ । ଆଉ କିଛି ଜଣଙ୍କ ତ୍ଵଚାରେ ସନସ୍କ୍ରିନ ଲଗାଇବା ଦ୍ଵାରା ଖରାପ ପ୍ରଭାବ ପକାଇଥାଏ । ଏହାକୁ ନେଇ ତ୍ଵଚା ବିଶେଷଜ୍ଞ ମାନେ କିଛି ଏପରି ଘରୋଇ ସାମଗ୍ରୀର ପରୀକ୍ଷା କରିଛନ୍ତି, ଯାହା ଆପଣଙ୍କୁ ସନଟ୍ୟାନରୁ ତୁରନ୍ତ ରକ୍ଷା କରିବ । ଏହାକୁ ଲଗାଇବା ଦ୍ଵାରା ଆପଣଙ୍କ ତ୍ଵଚା ଥଣ୍ଡା ରହିବା ସହ ତ୍ଵଚାରେ ଚମକ ମଧ୍ୟ ଆସିବ ।

ଦହି :

ଦହି ସନ୍‌ଟ୍ୟାନ୍‌ରୁ ରକ୍ଷା ପାଇବା ପାଇଁ ରାମବାଣ ଅଟେ । ଦହିରେ ପ୍ରୋବାୟୋଟିକ୍ ଏବଂ ଲାକ୍ଟିକ୍‌ ଏସିଡ ଥାଏ, ଏହା ଖରାପ ତ୍ଵଚାକୁ ଟ୍ୟାନକୁ ରକ୍ଷା କରିବାରେ ସାହାଯ୍ୟ କରେ । ଯେଉଁ ସ୍ଥାନରେ ଆପଣଙ୍କର ଆଗରୁ ଟ୍ୟାନ୍ ପଡିଛି, ସେହି ସ୍ଥାନରେ ଦହିକୁ ଲଗାଇ ୧୫ ମିନିଟ୍ ପାଇଁ ଛାଡି ଦିଅନ୍ତୁ । ଏହା ପରେ ଥଣ୍ଡା ପାଣିରେ ତ୍ଵଚାକୁ ଧୋଇ ଦିଅନ୍ତୁ । ଆପଣ ନିଜେ ଏହାର ପ୍ରଭାବ ଦେଖିପାରିବେ ।

ମହୁ :
ମହୁ ତ୍ଵଚା ପାଇଁ ଅତ୍ୟନ୍ତ ଉପକାରୀ । ତ୍ଵଚାକୁ ମଏଶ୍ଚର ରଖିବାରେ ସାହାଯ୍ୟ କରେ ମହୁ । ଯେଉଁ ସ୍ଥାନରେ ଟ୍ୟାନ୍ ରହିଛି, ସେହି ସ୍ଥାନରେ ମହିରୁ ଏକ ପତଳା ଆସ୍ତରଣର ଲେପ ଦିଅନ୍ତୁ । ଏହାକୁ ୨୦ ମିନିଟ୍ ପାଇଁ ଛାଡି ଦିଅନ୍ତୁ । ଟିକେ ଶୁଖି ଆସିଲା ପରେ ଏହାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଖୁବଶୀଘ୍ର ଏହା ଟ୍ୟାନ ହଟାଇବାରେ ସାହାଯ୍ୟ କରେ ।

ନଡିଆ ତେଲ :
ଅତ୍ୟଧିକ ଟ୍ୟାନ୍‌ ପଡିଲେ ଆପଣଙ୍କ ଚର୍ମର ପରସ୍ତ ଉଠିବା ଆରମ୍ଭ କରେ । ଏହି ସ୍ଥାନରେ ଆପଣ ନଡିଆ ତେଲ ଲଗାଇ ହାଲକା ମସାଜ ଦେବେ । ପ୍ରତିଦିନ ଏହି ସ୍ଥାନରେ ଅଳ୍ପ ଅଳ୍ପ ମାଲିସ କରନ୍ତୁ । ଏହା ସ୍କିନ୍‌କୁ ହାଇଡ୍ରେଟେଡ ରଖିବା ସହ କୋମଳ ରଖିବ ।
ଘରେ ଆପଣ ପ୍ରତିଦିନ ଏହି ଘରୋଇ ସାମଗ୍ରୀ ନିଜ ଟ୍ୟାନ୍‌ରୁ ରକ୍ଷା ପାଇବାକୁ ବ୍ୟବହାର କରିପାରିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Worried about tan problem? Use these home remedies to remove sun tan | Argus News