Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଠ ସପ୍ତାହ ମଧ୍ୟରେ ସମସ୍ତ ବୁଲା କୁକୁରଙ୍କୁ ଆଶ୍ରୟସ୍ଥଳକୁ ପଠାଯିବ

Ritu Das
Browse all articles by Ritu Das
·11 months ago·2 min read
ଆଠ ସପ୍ତାହ ମଧ୍ୟରେ ସମସ୍ତ ବୁଲା କୁକୁରଙ୍କୁ ଆଶ୍ରୟସ୍ଥଳକୁ ପଠାଯିବ

Key Points

ରାଜଧାନୀ ରାଜରାସ୍ତାରେ ଦିଲ୍ଲୀ ବାସିନ୍ଦା

ସୁପ୍ରିମକୋର୍ଟର ନିର୍ଦ୍ଦେଶକୁ ମାନିବାକୁ ନାରାଜ ଲୋକେ

ଆଠ ସପ୍ତାହ ମଧ୍ୟରେ ସମସ୍ତ ବୁଲା କୁକୁରଙ୍କୁ ଆଶ୍ରୟସ୍ଥଳକୁ ପଠାଯିବ

ଏହି ନିର୍ଦ୍ଦେଶ ନ ଉଠିବା ଯାଏ ଆମେ ଧାରଣାରେ ବସିବୁ

ଦିଲ୍ଲୀ-ଏନସିଆରରେ ବଢ଼ୁଥିବା ବୁଲା କୁକୁର ସମସ୍ୟାର ସମାଧାନ ପାଇଁ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଆଗାମୀ ଆଠ ସପ୍ତାହ ମଧ୍ୟରେ ସମସ୍ତ ବୁଲା କୁକୁରଙ୍କୁ ଧରି କୁକୁର ଆଶ୍ରୟସ୍ଥଳରେ ରଖାଯାଉ। କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି, ଧରାପଡ଼ିଥିବା କୌଣସି କୁକୁରକୁ ଆଉ ଥରେ ରାସ୍ତାରେ ଛଡ଼ାଯିବ ନାହିଁ। ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ଉପରେ ଖୁସି ନାହାନ୍ତି ଦିଲ୍ଲୀ ବାସୀନ୍ଦା। ଏହାକୁ ନେଇ ବଲିଉଡ ଅଭିନେତା ବରୁଣ ଧଓ୍ବନ ଏବଂ ଅଭିନେତ୍ରୀ ଜାହ୍ନବୀ କପୁର ଏହାର ପ୍ରତିବାଦ କରୁଛନ୍ତି। କୁକୁର ମାନଙ୍କୁ ଆଶ୍ରୟସ୍ଥଳକୁ ନେଇଗଲେ କଣ ସବୁ ସମସ୍ୟାର ସାମଧାନ ହୋଇଯିବ। ସେମାନେ କଥା କହିପାରୁ ନାହାନ୍ତି ବୋଲି କଣ ସେମାନଙ୍କ ଉପରେ ଏଭଳି ଜୁଲମ କରାଯିବ ବୋଲି କହି ନିଜ ନିଜ ଇନଷ୍ଟା ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଦିଲ୍ଲୀରେ ପ୍ରାୟ ୧୦ ଲକ୍ଷ କୁକୁର ଅଛନ୍ତି। ଯେଉଁଥିରୁ କେବଳ ଅଧାରୁ କମ୍ କୁକୁରଙ୍କ ବନ୍ଧ୍ୟାକରଣ କରାଯାଇଛି। ଏତେ ସଂଖ୍ୟକ କୁକୁରଙ୍କୁ ଆଶ୍ରୟସ୍ଥଳରେ ରଖିବା କେବଳ ଅବ୍ୟବହାରିକ ନୁହେଁ ବରଂ ବହୁତ କଷ୍ଟକର। ପଶୁ ଜନ୍ମ ନିୟନ୍ତ୍ରଣ ନିୟମ ଅନୁସାରେ ଏହା କରିବା ମଧ୍ୟ ବେଆଇନ।


ଆଶ୍ରୟସ୍ଥଳରେ ସେମାନଙ୍କୁ ରଖିବା ଆହୁରି ବିପଦ ହୋଇପାରେ ଏବଂ ଅନ୍ୟାନ୍ୟ ଅନେକ ସମସ୍ୟା ମଧ୍ୟ ସୃଷ୍ଟି କରିବ। ସମସ୍ତ କୁକୁରଙ୍କୁ ବାହାର କରିବା ଅମାନବୀୟ ଏବଂ ନିଷ୍ଠୁରତାକୁ ଦର୍ଶାଉଛି। ମଣିଷ କଣ ବୃଦ୍ଧାଶ୍ରମରେ କେବେ ଖୁସି ରହୁଛି। ଯେତେ ଯାହା କରିଲେ ମଧ୍ୟ। ଅଧିକ କୁକୁରଙ୍କୁ ଆଶ୍ରୟସ୍ଥଳରେ ରଖିବା ଦ୍ୱାରା ଆଶ୍ରୟସ୍ଥଳଗୁଡ଼ିକର ଅବସ୍ଥା ଆହୁରି ଖରାପ ହେବ। କୁକୁର ମାନଙ୍କୁ ଠିକ ସେ ଖାଇବାକୁ ପାଇବେନି। ଶେଷରେ ମୃତ୍ୟୁବରଣ କରିବେ। ସୁପ୍ରିମକୋର୍ଟ ତାଙ୍କ ଆଦେଶରେ ଜାତୀୟ ରାଜଧାନୀ ଦିଲ୍ଲୀ, ଏମସିଡି ଏବଂ ନୂଆଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନକୁ କୁକୁରମାନଙ୍କ ପାଇଁ ତୁରନ୍ତ ଆଶ୍ରୟସ୍ଥଳ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ୫,୦୦୦ କୁକୁରଙ୍କ ପାଇଁ ଆଶ୍ରୟସ୍ଥଳ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ, କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଦିଲ୍ଲୀ-ଏନସିଆରକୁ ବୁଲା କୁକୁର ମୁକ୍ତ କରିବାକୁ ପଡିବ ଯାହା ଦ୍ଵାରା ପିଲା, ମହିଳା ଏବଂ ବୃଦ୍ଧମାନେ ରାସ୍ତାରେ ସୁରକ୍ଷିତ ରହି ପାରିବେ। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିରେ କୁକୁର ପ୍ରେମୀମାନେ କ୍ଷୁବ୍ଧ। କୁକୁର ପ୍ରେମୀ ବା Dog ଲଭରମାନେ କହିଛନ୍ତି ଯେ ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବା ଉଚିତ। ଏହି ସମୟରେ, ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି (ସିଜେଆଇ) ବିଆର ଗଭାଇ ବୁଧବାର କହିଛନ୍ତି ଯେ ସେ ଏହି ମାମଲାକୁ ତୁରନ୍ତ ଉଲ୍ଲେଖ କରିବା ଉପରେ ବିଚାର କରିବେ। ତେବେ ଦେଖାଯାଉ ସୁପ୍ରିମକୋର୍ଟ ଏହି ରାୟକୁ କେବେ ପରିବର୍ତ୍ତନ କରୁଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
all-stray-dogs-will-be-sent-to-shelters-within-eight-weeks | Argus News