ସନ୍ଦୀପ ଘୋଷଙ୍କଠୁ ସତ ଉଗାଳିବ ସିବିଆଇ
·1 year ago

ନୂଆଦିଲ୍ଲୀ: କୋଲକାତା ଆରଜି କର୍ ମେଡିକାଲ କଲେଜ ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କଠୁ ସତ ଉଗାରିବ ସିବିଆଇ । ଦୁର୍ନୀତି ମାମଲାରେ ଗତକାଲି ଗିରଫ ହୋଇଛନ୍ତି ସନ୍ଦୀପ୍ । ମେଡିକାଲରେ ମହିଳା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ବିବାଦ ଘେରକୁ ଆସିଥିଲେ ।
ଗତ ସପ୍ତାହରେ ଶହେ ଘଣ୍ଟାରୁ ଅଧିକ ସମୟ ଜେରା କରିଥିଲା ସିବିଆଇ । ସନ୍ଦୀପ ମେଡିକାଲରେ ବିଭିନ୍ନ ବେଆଇନ କାର୍ଯ୍ୟ କରୁଥିବା ନେଇ ହୋଇଥିଲା ଅଭିଯୋଗ । ମୃତଦେହ ବିକ୍ରି, ଅଙ୍ଗ ତସ୍କରୀ, ମେଡିକାଲ୍ ସାମଗ୍ରୀ କିଣିବାରେ ଅର୍ଥ କାରବାର ସହ କଲେଜରେ ବିଭିନ୍ନ କାମ ପାଇଁ କମିଶନି ନେଉଥିବା ଅଭିଯୋଗ କରିଥିଲେ ଆର ଜି କରର ପୂର୍ବତନ ଉପ ଅଧିକ୍ଷକ ଅଖତାର ଅଲ୍ଲି । କଲେଜରେ ତାଙ୍କ ଚାକିରି ସମୟରେ ସନ୍ଦୀପ ବିଭିନ୍ନ ଆର୍ଥିକ ଅନିୟମିତତା କରିଥିବା ନେଇ ସିବିଆଇ ଏଫଆଇଆର ମଧ୍ୟ ରୁଜୁ କରିଥିଲା।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: