Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଇଫିଲ ଟାୱାରକୁ ବି ପଛରେ ପକାଇଛି ଏହି ବ୍ରିଜ

Arpita Mohanty
Browse all articles by Arpita Mohanty
·2 years ago·1 min read
ଆଇଫିଲ ଟାୱାରକୁ ବି ପଛରେ ପକାଇଛି ଏହି ବ୍ରିଜ

ଅର୍ଗସ ବ୍ୟୁରୋ: ଭାରତରେ ଏମିତି ଏକ ରେଳ ବ୍ରିଜ ଅଛି ଯାହା ଆଇଫିଲ ଟାୱାରଠୁ ବି ଅଧିକ ଉଚ୍ଚରେ ଅବସ୍ଥିତ। କଥାଟି ଆଶ୍ଚର୍ଯ୍ୟ ଲାଗୁଛି ନା ? କିନ୍ତୁ ଏହା ସତ। ଜାମ୍ମୁ କାଶ୍ମୀରର ରେସି ଜିଲ୍ଲାର ବକ୍କାଲ ଏବଂ କଉରୀ ମଧ୍ୟରେ ଚେନାଵ ନଦୀ ଉପରେ ଏହି ବ୍ରିଜ ଅବସ୍ଥିତ। ଯାହାର ନାମ ହେଉଛି ଚେନାଵ ବ୍ରିଜ। ୧.୩ କିଲୋମିଟର ଲମ୍ବା ବିଶିଷ୍ଟ ଏହି ବ୍ରିଜ ହେଉଛି ଦୁନିଆର ସବୁଠାରୁ ଲମ୍ବା ରେଳ ବ୍ରିଜ। ଆଇଫିଲ ଟାୱାରର ଉଚ୍ଚତା ୩୩୦ ମିଟର ହୋଇଥିବାବେଳେ ଚେନାଵ ବ୍ରିଜର ଉଚ୍ଚତା ୩୫୯ ମିଟର। ୨୬୬ କିଲୋମିଟରର ରାସ୍ତାରେ ଯାତାୟାତ କରିବା ପାଇଁ ଏହି ବ୍ରିଜ ହେଉଛି ଏକମାତ୍ର ମାଧ୍ୟମ।

ତେବେ ଏହି ବ୍ରିଜ ତିଆରି କରିବା ପାଇଁ ଖର୍ଚ୍ଚ ହୋଇଛି ୧୪୮୬ କୋଟି ଟଙ୍କା। ୧୩୦୦ ଶ୍ରମିକ ଏବଂ ୩୦୦ ଇଞ୍ଜିନିଅର ଏହି ବ୍ରିଜ ତିଆରି କରିବାରେ ଲାଗିଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ବ୍ରିଜ ବନେଇବାକୁ ଗୋଟେ କି ଦୁଇ ବର୍ଷ ନୁହେଁ ବରଂ ୨୨ ବର୍ଷ ସମୟ ଲାଗିଥିଲା । ୨୦୦୨ ରୁ ଆରମ୍ଭ ହୋଇ ୨୦୨୪ ରେ ଶେଷ ହୋଇଥିଲା। କୁହାଯାଏ ଏହି ବ୍ରିଜ ଦେଇ ୨୬୬ କିମି ବେଗରେ ପବନ ଅତିବାହିତ ହୁଏ ଯାହା ଝଡ ତୋଫାନ ଠୁ ବି ଅଧିକ। କିନ୍ତୁ ଏହି ବ୍ରିଜ ଏତେ ମଜଭୁତ ଯେ କୌଣସି ବି ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟ ଏମିତି କି ସୁନାମି ମଧ୍ୟ ବ୍ରିଜକୁ କିଛି କ୍ଷତି ପହଁଞ୍ଚାଇପାରିବ ନାହିଁ। ଆଗାମୀ ୧୨୦ ବର୍ଷ ପର୍ଯ୍ୟନ୍ତ ବ୍ରିଜଟି ସୁରକ୍ଷିତ ରହିବ।

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
railway bridge | Argus News