Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କଂଗ୍ରେସ ଉପରେ ବର୍ଷିଲେ ଯୋଗୀ ଆଦିତ୍ୟନାଥ

Rashmita Mishra
Browse all articles by Rashmita Mishra
·2 years ago·1 min read
କଂଗ୍ରେସ ଉପରେ ବର୍ଷିଲେ ଯୋଗୀ ଆଦିତ୍ୟନାଥ

ଅର୍ଗସ ଵ୍ୟୁରୋ : କଂଗ୍ରେସ ଉପରେ ବର୍ଷିଲେ ଯୋଗୀ ଆଦିତ୍ୟନାଥ । ରାଜନୈତିକ ଆକ୍ରମଣ କରିବା ସହ ତୁହାକୁ ତୁହା ଅଭିଯୋଗ ଆଣିଲେ  ଯୋଗୀ । ଉତ୍ତରପ୍ରଦେଶ ମୁରାଦାବାଦର ନିର୍ବାଚନ ରାଲି ସମୟରେ ଏପରି ଦେଖିବାକୁ ମିଳିଛି । କଂଗ୍ରେସ ଉପରେ ବର୍ଷିବା ସହ କଂଗ୍ରେସର ଲୋକମାନଙ୍କୁ ଲଜ୍ୟାହୀନ ବୋଲି କହିଲେ । 

ଯୋଗୀ ଆଦିତ୍ୟନାଥ ସଂଭଲ ଲୋକସଭା ସିଟ ବିଜେପିର ପ୍ରାର୍ଥୀ  ପରମେଶ୍ଵର ଲାଲ ସୌନୀଙ୍କ ପାଇଁ ରାଲି କରୁଥିବା ସମୟରେ ଆକ୍ରୋଶମୂଳକ କଥା କହିଛନ୍ତି । ଏଜା ସହ ଯୋଗୀ ମୋଦିଙ୍କ ଭାଷଣକୁ କହିଥିଲେ, କଂଗ୍ରେସ ସ୍ତ୍ରୀଧନକୁ ଜବରଦଖଲ କରି ରୋହିଙ୍ଗ୍ୟା ଏବଂ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ମଧ୍ୟରେ ବଣ୍ଟନ କରିବାକୁ ଚାହୁଁଛନ୍ତି।

ନିଜର ଘୋଷଣାପତ୍ରରେ ଲୋକଙ୍କ ସମ୍ପତ୍ତିର ଏକ୍ସ-ରେ ବିଷୟରେ କହିଛି। ଏହାର ଅର୍ଥ ଲୋକଙ୍କ ଘର ଛଡାଇ ନେବା ସହ କଂଗ୍ରେସ ମହିଳା ମାନଙ୍କର ଆଭୂଷଣ ମଧ୍ୟ କବଜା କରିନେବ । ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂ କହିଥିଲେ ଦେଶର ସମଗ୍ର ଉପରେ ପ୍ରଥମେ ମୁସଲମାନଙ୍କର ଅଧିକାର ରହିଛି , ସେହି କଂଗ୍ରେସ ଦେଶ ବିଭାଜନ କରିଦେବ ବୋଲି ଅଭିଯୋଗ କରିଥିଲେ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଦେଶ ଖବର:

Sponsored
Yogi Adityanath over Congress | Argus News