Videos
|
National

ବିଜେପିର ହାଟ୍ରିକ ବିଜୟ ପରେ ସୈନିଙ୍କୁ ଅଭିନନ୍ଦନ ଜଣାଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ

Sangram Tripathy
Browse all articles by Sangram Tripathy
·1 year ago
ବିଜେପିର ହାଟ୍ରିକ ବିଜୟ ପରେ ସୈନିଙ୍କୁ ଅଭିନନ୍ଦନ ଜଣାଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ

ଅର୍ଗସ ବ୍ୟୁରୋ:ହରିୟାଣାରେ ବିଜେପି ହ୍ୟାଟ୍ରିକ ବିଜୟ ହାସଲ କରିଛି,ପୁଣି ଚମକିଛନ୍ତି ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି। ଭାରତୀୟ ଜନତା ପାର୍ଟି ବହୁମତ ହାସଲ କରିଛି । ମୁଖ୍ୟମନ୍ତ୍ରୀ ନାୟବ ସୈନୀଙ୍କ ନେତୃତ୍ବରେ ବିଜେପିର ସରକାର ଗଠନ ହେବ ହରିୟାଣାରେ । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି,ବିଜେପିର ହାଟ୍ରିକ ବିଜୟ ପରେ ସୈନିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ନୂଆଦିଲ୍ଲୀ ହରିୟାଣା ଭବନରେ ବିଜୟ ଉତ୍ସବ ପାଳନ କରାଯାଇଛି।୨୦୨୪ ବିଧାନସଭା ନିର୍ବାଚନରେ ହରିୟାଣାରେ ମୋଟ ୯୦ ଆସନ ପାଇଁ ଲଢେଇ ହେଉଥିଲା । ୯୦ ଆସନ ମଧ୍ୟରୁ ବିଜେପିକୁ ସର୍ବାଧିକ ୫୦ ଆସନରେ ବିଜୟ ମିଳିଛି । କଂଗ୍ରେସ ଖାତାକୁ ଯାଇଛି ୩୫ ଆସନ । ଆପ ଖାତା ଖୋଲିପାରିନଥିବା ବେଳେ ଜନନାୟକ ଜନତା ପାର୍ଟି, ଜେଜେପି କୌଣସି ଆସନରେ ବିଜୟ ଲାଭ କରିନାହିଁ । ପୁଣି ମୋଦୀ ସରକାରଙ୍କ ଉପରେ ଭରଷା କରିଛନ୍ତି ଭୋଟର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Prime Minister Modi congratulated Saini after BJP's hat-trick victory | Argus News