Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରିଲେ  ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକରନ

Manini Pattanayak
Browse all articles by Manini Pattanayak
·1 year ago·1 min read
ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରିଲେ  ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକରନ

ନୂଆଦିଲ୍ଲୀ:  ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରିଛନ୍ତି ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଲ ମାକରନ। ସେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ବିସ୍ତାର ସପକ୍ଷରେ ନିଜ ମତ ରଖିଛନ୍ତି। କହିଛନ୍ତି ଜର୍ମାନୀ, ଜାପାନ, ଭାରତ ଓ ବ୍ରାଜିଲ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହେବା ଉଚିତ। ଏହା ସହିତ ସେ ଆଫ୍ରିକା ମହାଦେଶର ଦୁଇଟି ଦେଶକୁ ମଧ୍ୟ ସ୍ଥାୟୀ ସଦସ୍ୟତା ଦେବାକୁ କହିଛନ୍ତି।

ୟୁଏନଏସସି ସଂଗଠନରେ ସଦସ୍ୟତା ପାଇବାକୁ ଭାରତ ଦୀର୍ଘ ବର୍ଷ ହେଲା ଦାବି କରିଆସୁଛି। ୟୁଏନଏସସି ସଦସ୍ୟ ହେବାକୁ ଭାରତ ପାଖରେ ସମସ୍ତ ଯୋଗ୍ୟତା ରହିଥିଲେ ହେଁ ମିଳୁନି ସ୍ଥାୟୀ ସଦସ୍ୟତା। ଜାତିସଂଘ ସୁରକ୍ଷା ପରିଷଦରେ ବର୍ତ୍ତମାନ 5ଟି ବିକଶିତ ଦେଶ ସ୍ଥାୟୀ ସଦସ୍ୟତା ପାଇଛନ୍ତି। 1945 ମସିହା ଅକ୍ଟୋବର 24 ତାରିଖରେ ୟୁଏନଏସି ଗଠନ ସମୟରେ ଆମେରିକା, ଋଷିଆ, ଚୀନ, ବ୍ରିଟେନ ଓ ଫ୍ରାନ୍ସକୁ ସ୍ଥାୟୀ ସଦସ୍ୟତା ପ୍ରଦାନ କରାଯାଇଥିଲା। 

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
France's Macron backs India's bid for permanent seat in UN Security Council | Argus News