Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମୁକେଶ ଅମ୍ବାନୀ  କହିଲେ, ୟେ ତୋ ରବ ନେ ବନା ଦି ଯୋଡି

Manini Pattanayak
Browse all articles by Manini Pattanayak
·2 years ago·2 min read
ମୁକେଶ ଅମ୍ବାନୀ  କହିଲେ, ୟେ ତୋ ରବ ନେ ବନା ଦି ଯୋଡି

ନୂଆଦିଲ୍ଲୀ:  ଅନନ୍ତ- ରାଧିକାଙ୍କ ଚାଲିଛି ପ୍ରି-ଓ୍ୱେଡିଙ୍ଗ ସମାରୋହ ।  ପୁଅର ପ୍ରାକ-ବିବାହ ଉତ୍ସବରେ ଭାବବିହ୍ୱଳ ହେଲେ ରିଲାଏନ୍ସ  ଇଣ୍ଡଷ୍ଟ୍ରୀର ଚେୟାରମ୍ୟାନ ମୁକେଶ ଅମ୍ବାନୀ। କହିଲେ ଅନନ୍ତଙ୍କ ମଧ୍ୟରେ ମୁଁ ମୋ ବାପା ଧିରୁଭାଇ ଅମ୍ବାନୀଙ୍କ ଝଲକ ଦେଖିବାକୁ ପାଇଥାଏ।  ସଂସ୍କୃତରେ ଅନନ୍ତର ଅର୍ଥ ହେଉଛି ଯାହାର କୌଣସି ଅନ୍ତ ନାହିଁ। ମୋତେ ଅନନ୍ତଙ୍କ ଠାରେ ଅନନ୍ତ ସମ୍ଭାବନା ଦେଖାଯାଉଛି। ମୁଁ ଅନନ୍ତ ଅମ୍ବାନୀଙ୍କ ନିକଟରେ ଅନନ୍ତ ଶକ୍ତି ଦେଖିବାକୁ ପାଉଛି।  ଯେତେବେଳେ ମୁଁ ଅନନ୍ତଙ୍କୁ ଦେଖେ ମୋ ପିତା  ଧିରୁଭାଇ ଅମ୍ବାନୀ ଝଲକ ଦେଖିବାକୁ ପାଇଥାଏ। ଅନନ୍ତ ଏବଂ ରାଧିକାଙ୍କ ବିବାହ ନେଇ  ମୁକେଶ କହିଥିଲେ " ୟେ ତୋ ରବ ନେ ବନା ଦି ଯୋଡି" । 

ସେହିପରି  ରିଲାଏନ୍ସ ଫାଉଣ୍ଡେସନର ସଂସ୍ଥାପକ ଏବଂ ଚେୟାରପର୍ସନ ନୀତା ଅମ୍ବାନୀ ମଧ୍ୟ ପୁଅର ପ୍ରି-ଓ୍ୱେଡିଙ୍ଗ ଫକ୍ସନରେ  ଭାବବିହ୍ୱଳ ହୋଇପଡିଥିଲେ। ନୀତା କହିଥିଲେ,  ଯେତେବେଳେ ରାଧିକାଙ୍କ ସହ ମୋ ସାନପୁଅ ଅନନ୍ତଙ୍କ ବିବାହ  କଥା ଉଠିଲା  ସେବେଠୁ ମୋର ଇଛା ଥିଲା ଏହି ବିବାହର ଆୟଜୋନ ଭବ୍ୟ ହେବ ବୋଲି  ନୀତା କହିଥିଲେ।   ପରିବାର ପାଇଁ ଜାମନଗର ବହୁତ ମହତ୍ତ୍ୱପୂର୍ଣ୍ଣ ସେଥିପାଇଁ ଏହିଠାରେ ପ୍ରି-ଓ୍ୱେଡିଙ୍ଗର ଆୟୋଜନ କରାଗଲା। ଗୁଜୁରାଟ ଅମ୍ବାନୀ ପରିବାର ପାଇଁ ଏକ ବିଶେଷ ସ୍ଥାନ। କାରଣ  ଗୁଜୁରାଟର ଜାମନଗରରେ ମୁକେଶ ଏବଂ ତାଙ୍କ ବାପା  ରିଫାଇନରି ପ୍ରତିଷ୍ଠା କରିଥିଲେ।  ନୀତା ମଧ୍ୟ ଏକ ଶୁଷ୍କ ଅଞ୍ଚଳକୁ ଏକ ଜୀବନ୍ତ ସମ୍ପ୍ରଦାୟରେ ପରିଣତ କରି ଏଠାରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ |  

ପ୍ରୀ ଓ୍ୱେଡିଙ୍ଗ ସମାରୋହ ପାଇଁ  ଜାମନଗର  ଏୟାରପୋର୍ଟକୁ  ଅସ୍ଥାୟୀ ଭାବେ ୧୦ ଦିନ ପାଇଁ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦର ଭାବେ ନାମିତ କରାଯାଇଛି।  ତେବେ ଏଭଳି ନିଷ୍ପତ୍ତିର ଉଦ୍ଦେଶ୍ୟ ହେଉଛି  ଅନନ୍ତ  ଏବଂ ରାଧିକାଙ୍କ  ତିନିଦିବସୀୟ ପ୍ରୀ ଓ୍ୱେଡିଙ୍ଗ ସମାରୋହ ପାଇଁ ବିଲ ଗେଟସ,  ମାର୍କ ଜୁକରବର୍ଗ, ରିହାନା, ଇବାଙ୍କା ଟ୍ରମ୍ପ ଏବଂ ବହୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସମେତ ବିଶ୍ୱ ଅତିଥିମାନଙ୍କ ଆଗମନକୁ ସୁଗମ କରିବା ।  ମାର୍ଚ୍ଚରୁ  ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ସାରା ବିଶ୍ୱର  ଅନେକ ହାଇପ୍ରୋଫାଇଲ ଅତିଥି ସାମିଲ ହେଉଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 ଅଧିକ ଦେଖନ୍ତୁ : 
 

Sponsored
see infinite potential in Anant. Whenever I see Anant, I see my father Dhirubhai in him. | Argus News