Videos
|
National

ରାମ ମନ୍ଦିରର ଗର୍ଭଗୃହ ଠାରୁ ମନ୍ଦିରର ବାହାର ପରିସର ପର୍ଯ୍ୟନ୍ତ ଭବ୍ୟ ଚିତ୍ର ...

Manini Pattanayak
Browse all articles by Manini Pattanayak
·2 years ago·1 min read
ରାମ ମନ୍ଦିରର ଗର୍ଭଗୃହ ଠାରୁ  ମନ୍ଦିରର ବାହାର ପରିସର ପର୍ଯ୍ୟନ୍ତ  ଭବ୍ୟ ଚିତ୍ର ...

ନୂଆଦିଲ୍ଲୀ: ଆସନ୍ତାକାଲି  ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା। ୫୦୦ ବର୍ଷର ଅପେକ୍ଷା ହେବ ଶେଷ। ସାଧିୁ-ସନ୍ଥ ଏବ ସାଧାରଣ ଲୋକଙ୍କ ବ୍ରତ ହେବ ସଫଳ।  ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଆସନ୍ତୁ ଦେଖିବା ଭବ୍ୟ ପ୍ରାଣ ପ୍ରତିଷ୍ଠାର ଫଟୋ। 


 ରାମ ମନ୍ଦିରର ଗର୍ଭଗୃହ ଠାରୁ  ମନ୍ଦିରର ବାହାର ପରିସର ପର୍ଯ୍ୟନ୍ତ  ରଙ୍ଗ-ବେରଙ୍ଗ ଫୁଲରେ ସଜାହୋଇଛି। ମନ୍ଦିରର ସ୍ତମ୍ଭ, ଛାତ ଏବଂ କାନ୍ଥକୁ ଫୁଲରେ ଆକର୍ଷଣ ଆକୃତି ଦିଆଯାଇଛି ।ଯାହା ପରିବେଶକୁ ଦିବ୍ୟ ଏବଂ ପବିତ୍ର  କରୁଛି।  

ମନ୍ଦିରର ଉପର ଭାଗକୁ ମଧ୍ୟ ବହୁତ ସୁନ୍ଦର ଶୈଳୀରେ ସଜାଯାଇଛି । ଏହି କାର୍ଯ୍ୟ ପାଇଁ ଅନେକ କର୍ମଚାରୀ ନିୟୋଜିତ ହୋଇଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଯୋଧ୍ୟାରେ ବିଶ୍ୱର ସବୁଠୁ ବଡ ଦ୍ୱୀପ ଲଗାଯାଇଛି।  ଯାହାର ବ୍ୟାସ ପାଖାପାଖି ୩୦୦ ଫିଟ୍‌। ଏହା ୧୦୦୮ ଟନ ମାଟି ରେ ଗଢା ଯାଇଛି। ଏହି ଦ୍ୱୀପକୁ ଲଗାତାର ପ୍ରଜ୍ଜ୍ୱଳିତ  କରି ରଖିବା ପାଇଁ ପାଖାପାଖି ୨୧ ହଜାର ଲିଟର ତେଲର ବ୍ୟବହାର କରାଯିବ। 

ପ୍ରାଣ ପ୍ରତିଷ୍ଠାରେ  ପିଏମ ମୋଦି, ସିଏମ ଯୋଗୀ, ୟୁପରି ରାଜ୍ୟପାଳ, ଆରଏସଏସର  ମୋହନ ଭାଗବତ ପ୍ରଭୃତି ମାନ୍ୟଗନ୍ୟ ବ୍ୟକ୍ତି ସାମିଲ ହେବେ। 

 ପ୍ରାଣ ପ୍ରତିଷ୍ଠା ପୂର୍ବରୁ  ରାମ ମନ୍ଦିରକୁ ଆଲୋକରେ ସଜାଇ ଆଲୋକିତ କରାଯାଇଛି। ରାତିରେ ଏହି ଦୃଶ୍ୟ ଅତି ମନୋରମ ଦିଶୁନି। ଭବ୍ୟ ଆୟୋଜନ ପୂର୍ବରୁ  ମନ୍ଦିର ସହ ଆଖପାଖର ସ୍ଥାନକୁ ମଧ୍ୟ ସଜାଯାଇଛି।

ମା' ଜାନକୀଙ୍କ ବାପଘରୁ  ଆସିଛି ଭାର। ଯାହା ଜନକପୁର(ନେପାଳ) ଏବଂ ସୀତାମଢୀ(ବିହାର)ର ନନିହାଲରୁ ଅଯୋଧ୍ୟାକୁ  ଆସିଛି। 

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ  ପୁରା ଦେଶ ରାମ ଜ୍ୟୋତି ଜଳାଇବା ପାଇଁ ଆଗ୍ରହ ପ୍ରକାଶ। ଖାଲି ଦେଶ ନୁହେଁ ବିଦେଶରେ ମଧ୍ୟ ଭାରତୀୟ ମାନେ ଜବର୍ଦସ୍ତ ଉତ୍ସାହଦେଖିବାକୁ ମିଳିଛି। ଆମେରିକା, ବ୍ରିଟେନ  ସମେତ  ତମାମ ଦେଶ ଦେଶରେ କାର୍ଯ୍ୟକ୍ରମ ଆୟୋଜନ କରାଯିବ।