ରାସ୍ତାରେ ପଡିଥିବା ୧୦୦ଟଙ୍କିଆ ନୋଟକୁ ଧରୁଛନ୍ତି କି ...

ନୂଆଦିଲ୍ଲୀ: ରାସ୍ତାରେ ପଡିଛି ୧୦୦ ଟଙ୍କିଆ ନୋଟ। ବହୁତ କମ ଲୋକ ରାସ୍ତାରୁ ୧୦୦ ଟଙ୍କିଆ ନୋଟ ପଡିଥିବ ଦେଖି ଅଣଦେଖା କରିଦେଉଛନ୍ତି। କିନ୍ତୁ ପ୍ରାୟତଃ ଲୋକମାନେ ଏ ଟଙ୍କାକୁ ରାସ୍ତାରୁ ଉଠାଇ ଆଣି ଖୁସି ହେଇଯାଉଛନ୍ତି। କାରଣ ଟଙ୍କା ଭଳି ଜିନିଷକୁ ଛାଡିବ କିଏ। କିନ୍ତୁ ଟଙ୍କା ଉଠାଇବାର କିଛି ସମୟ ପରେ ଲୋକଙ୍କ ମନ ଖୁସି ହେବା ପରିବର୍ତ୍ତେ ଦୁଃଖି ହେଇଯାଉଛି ଆଉ ବିରକ୍ତି ହେଇଯାଉଛନ୍ତି ଲୋକେ। କାରଣ ଏହା ସତସତିଆ ୧୦୦ ଟଙ୍କିଆ ନୁହେଁ।
ଗୋଟିଏ କାଫେ ତାର ବିଜ୍ଞାପନ ପାଇଁ କାଗଜର ଗୋଟିଏ ପଟେ ୧୦୦ଟଙ୍କିଆ ନୋଟ୍ର ପ୍ରିଣ୍ଟ ରଖି କାଗଜର ଅନ୍ୟପଟେ କାଫେର ବିଜ୍ଞାପନ ଛପାଯାଇଛି। ଲୋକମାନେ ୧୦୦ ଟଙ୍କା ଭାବି ଉଠାଇବା ପରେ ଦେଖନ୍ତି ଯେ ଏହା ଏକ ବିଜ୍ଞାପନର ଆଡ୍। କାଫେ ବିଜ୍ଞାପନର ଏହି ନିଆରା ଶୈଳି ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେଉଛି। ତେବେ ଇଷ୍ଟାଗ୍ରାମରେ @cafe_mantralay ନାମକ ଆକାଉଣ୍ଟ ରେ ଏହି ଭିଡଇଓ ସେୟାର ହୋଇଛି। ଏହି ଭିଡିଓକୁ ଏପର୍ଯ୍ୟନ୍ତ ୩ ଲକ୍ଷ ୧୧ ହଜାର ରୁ ଅଧିକ ଲୋକ ଦେଖିସାରିଲେଣି। ଭିଡିଓ ଦେଖିସାରିବା ପରେ କିଛି ୟୁଜର କହିଛନ୍ତି ସ୍ମାର୍ଟ ଆଡର୍ଭଟାଇଜିଙ୍ଗ, ଆଉ କେହି କହିଛନ୍ତି ଏହା ଧୋକା , ଅନ୍ୟ କିଛି ୟୁଜର କହିଛନ୍ତି ନୂଆ ବିଜନେସ ପାଇଁ ଏପରି କୌଶଳ ଆପଣାଇବା ନିଆତି ଦରକାର।
ଅଧିକ ପଢନ୍ତୁ ଭାରତ ଖବର
