Videos
|
National

ଶ୍ରମିକଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ସହାୟତା ରାଶିର ଚେକ୍ ପ୍ରଦାନ କଲେ ସିଏମ ଧାମି

Manini Pattanayak
Browse all articles by Manini Pattanayak
·2 years ago·1 min read
ଶ୍ରମିକଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ସହାୟତା ରାଶିର ଚେକ୍ ପ୍ରଦାନ କଲେ ସିଏମ ଧାମି

 ନୂଆଦିଲ୍ଲୀ: ଉତ୍ତରକାଶୀ ଟନେଲରୁ ଉଦ୍ଧାର ଶ୍ରମିକଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ଉତ୍ତରାଖଣ୍ଡ ସିଏମ୍ ପୁଷ୍କର୍ ସିଂ ଧାମି । ସିଟି ହସ୍ପିଟାଲରେ 41 ଶ୍ରମିକଙ୍କୁ ଭେଟିବା ସହ କଥା ହୋଇଛନ୍ତି ଧାମି । ଏଥିସହ ଶ୍ରମିକମାନଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ସହାୟତା ରାଶିର ଚେକ୍ ପ୍ରଦାନ କରିଛନ୍ତି ଉତ୍ତରାଖଣ୍ଡ ସିଏମ୍ । ସେପଟେ ସବୁ ଶ୍ରମିକଙ୍କ ସହ ଆଜି ଭିଡିଓ କନଫରେନ୍ସିଂ ଜରିଆରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ । ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।

ଦୀର୍ଘ 17 ଦିନ ପରେ ଉତ୍ତରକାଶୀର ଅନ୍ଧାରୀ ଟନେଲ ଭିତରୁ ଉଦ୍ଧାର ହୋଇଛି 41 ଜୀବନ । ଉଦ୍ଧାର ପରେ ସମସ୍ତ ଶ୍ରମିକଙ୍କୁ ଉତ୍ତରାଖଣ୍ଡର ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସମସ୍ତଙ୍କ ଉତ୍ତମ ଚିକିତ୍ସା ନିମନ୍ତେ ରିଷିକେଶରେ ଥିବା ଏମସକୁ ସ୍ଥାନାନ୍ତର କରାଯାଇଛି । ବାୟୁସେନାର transport aircraft `ଚିନୁକ'ରେ ସେମାନଙ୍କୁ ଏମ୍‌ସକୁ ସ୍ଥାନାନ୍ତର କରାଯାଇଛି । ପ୍ରଧାନମନ୍ତ୍ରୀ ଶ୍ରମିକଙ୍କୁ ଭେଟିବାକୁ ଏମ୍‌ସକୁ ଯାଇପାରନ୍ତି ବୋଲି ସୂଚନା ମିଳିଛି ।

ଅଧିକ ପଢନ୍ତୁ ଭାରତ ଖବର  
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Pushkar Singh Dhami met 41 workers in the hospital | Argus News