Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଜୟ ଶ୍ରୀରାମ ନାମରେ ଗଗନ ପବନ ପ୍ରକମ୍ପିତ

Smruti Parija
Browse all articles by Smruti Parija
·1 year ago·2 min read
ଜୟ ଶ୍ରୀରାମ ନାମରେ ଗଗନ ପବନ ପ୍ରକମ୍ପିତ

ଅଦ୍ଭୂତ...ଅକଳ୍ପନୀୟ ରାମଲାଲାଙ୍କ ସୂର୍ଯ୍ୟତିଲକ । ଜୟ ଶ୍ରୀରାମ ଧ୍ୱନୀରେ ଗଗନ ପବନ ପ୍ରକମ୍ପିତ ହେଉଛି । ରାମ ନବମୀ ଅବସରରେ ଅଯୋଧ୍ୟାର ରାମ ଜନ୍ମଭୂମି ମନ୍ଦିରରେ ଠିକ୍ ମଧ୍ୟାହ୍ନ ୧୨ଟାରେ ସୂର୍ଯ୍ୟ କିରଣ ରାମ ଲଲ୍ଲାଙ୍କ ତିଲକରେ ପଡିଥିଲା । ଏହି ଅଲୌକିକ ଦୃଶ୍ୟ ଦେଖି ଭକ୍ତଙ୍କ ମନ ଭାବବିହ୍ୱଳ ହୋଇପଡିଛି । ଏହି ସୂର୍ଯ୍ୟ ତିଲକ ସହିତ ପୁରା ବର୍ଷ ତମାମ ଶ୍ରୀରାମଙ୍କର ସୂର୍ଯ୍ୟଭିଷେକ କରାଯିବ ।


ପବିତ୍ର ରାମନବମୀରେ ଅଯୋଧ୍ୟାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଏହି ପବିତ୍ର ଦିନରେ ରାମଲାଲାଙ୍କ ଅଲୌକିକ ଦର୍ଶନ କରିବାକୁ କାହିଁ କେତେ ଦୂରରେ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସକାଳ 9.30 ରୁ 10.30 ମଧ୍ୟରେ ରାମଲାଲାଙ୍କ ଅଭିଷେକ କରାଯାଇଛି । ସେହିପରି ସକାଳ 10.40 ରୁ 11.45 ମଧ୍ୟରେ ଶୃଙ୍ଗାର କରାଯାଇଛି । ଏହାପରେ ମଧ୍ୟାହ୍ନ ଠିକ୍ 12 ଟାରେ ସୂର୍ଯ୍ୟତିଲକ ହୋଇଛି । ଏହା ବ୍ୟତୀତ, ତୀର୍ଥ କ୍ଷେତ୍ରର ସାଧାରଣ ସମ୍ପାଦକ ଚମ୍ପଟ ରାୟ ଭକ୍ତମାନଙ୍କୁ ପ୍ରଚଣ୍ଡ ରୌଦ୍ର ତାପରୁ ରକ୍ଷା ପାଇବା ପାଇଁ ବାହାରକୁ ଯିବା ସମୟରେ ମୁଣ୍ଡ ଘୋଡ଼ାଇ ରଖିବାକୁ ନିବେଦନ କରିଛନ୍ତି । ରାମନବମୀ ଅବସରରେ ଏକତ୍ରିତ ହେଉଥିବା ଭିଡ଼କୁ ଦୃଷ୍ଟିରେ ରଖି ଏହି ସମସ୍ତ ବ୍ୟବସ୍ଥା କରାଯାଇଛି । ଶ୍ରୀରାମ ଜନ୍ମୋତ୍ସବ ଅବସରରେ, ରାମ ମନ୍ଦିର ସମେତ ପ୍ରମୁଖ ମନ୍ଦିର ଗୁଡ଼ିକୁ ଫୁଲ ଏବଂ ଆଲୋକରେ ସଜାଯାଇଛି ।


ଅଯୋଧ୍ୟାକୁ ବିଭିନ୍ନ ଜୋନ୍ ଏବଂ ସେକ୍ଟରରେ ବିଭକ୍ତ କରାଯାଇଛି। ଶ୍ରଦ୍ଧାଳୁମାନଙ୍କୁ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଏ, ସେଥିପାଇଁ ପୂର୍ବାଞ୍ଚଳ ଏକ୍ସପ୍ରେସୱେ ଦେଇ ଭାରି ଯାନବାହନ ପଠାଯିବ। ମହାକୁମ୍ଭ ପରି, ବିକଳ୍ପ ବ୍ୟବସ୍ଥା ମଧ୍ୟ କରାଯାଇଛି । ସୁରକ୍ଷା ପାଇଁ PAC ଏବଂ ପୋଲିସ ସହିତ ଅର୍ଦ୍ଧସାମରିକ ବାହିନୀ ମୁତୟନ କରାଯାଇଛି । ସରୟୁ ନଦୀ ପାଖରେ ପୋଲିସ, ଏନଡିଆରଏଫ ଏବଂ ଏସଡିଆରଏଫକୁ ସଜାଗ ରଖାଯାଇଛି । ଆଇଜି କହିଛନ୍ତି ଯେ ରାମ ମନ୍ଦିର ଦର୍ଶନ ପାଇଁ ସମସ୍ତ ସ୍ୱତନ୍ତ୍ର ପାସ ସକାଳ 9ଟାରୁ ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ ବାତିଲ କରାଯିବ ଏବଂ ସାଧାରଣ ଭକ୍ତମାନଙ୍କୁ ପ୍ରାଥମିକତା ଦିଆଯିବ ।


ବିଭାଗୀୟ କମିଶନର ଗୌରବ ଦୟାଲ କହିଛନ୍ତି ଯେ ରାମନବମୀରେ ଅଯୋଧ୍ୟା ଆସୁଥିବା ଭକ୍ତମାନଙ୍କୁ ଯେପରି କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ନହୁଏ, ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ମହାକୁମ୍ଭ ସମୟରେ ଭିଡ଼ ନିୟନ୍ତ୍ରଣରେ ହୋଇଥିବା ନୂତନତ୍ୱରୁ ଶିକ୍ଷା ନେଇ, ଭିଡ଼ ପରିଚାଳନା ଏବଂ ଭକ୍ତମାନଙ୍କୁ ସୁବିଧା ଯୋଗାଇବା ପାଇଁ ବ୍ୟବହାର କରାଯାଇଛି । ଏହାସହ ଡ୍ରୋନ ମାଧ୍ୟମରେ ଶ୍ରଦ୍ଧାଳୁଙ୍କ ଉପରେ ସରୟୁ ଜଳ ସିଞ୍ଚନ କରାଯାଉଛି ।

Sponsored
‘Surya Tilak’ illuminates Ram Lalla’s forehead at the Ram Janmabhoomi Temple in Ayodhya | Argus News