Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

'ଭାରତୀୟ ନାଗରିକ ଲେବାନନ୍ ଯାତ୍ରା କରନି '

Smruti Parija
Browse all articles by Smruti Parija
·1 year ago·1 min read
'ଭାରତୀୟ ନାଗରିକ ଲେବାନନ୍ ଯାତ୍ରା କରନି '

Key Points

  • ଜଳୁଛି ମଧ୍ୟପ୍ରାଚ୍ୟ 
  • ଭାରତ ସରକାରଙ୍କ ନିର୍ଦ୍ଦେଶ
  • ତୁରନ୍ତ ଲେବାନନ୍ ଛାଡ
  • ଭାରତୀୟ ନାଗରିକ ଲେବାନନ୍ ଯାତ୍ରା କରନି 

ଅର୍ଗସ ବ୍ୟୁରୋ: ଲେବାନନ୍ ରେ ଯୁଦ୍ଧର ଭୟଙ୍କର ପରିସ୍ଥିତି ଭିତରେ ଭାରତୀୟ ନାଗରିକଙ୍କୁ ଲେବାନନ୍ ଯାତ୍ରା ନକରିବାକୁ ଭାରତ ସରକାରଙ୍କ ତରଫରୁ ନିର୍ଦେଶ ଦିଆଯାଇଛି । ଯେଉଁମାନେ ପୁର୍ବରୁ ଲେବାନନ୍ ରେ ରହିଛନ୍ତି ସେମାନଙ୍କୁ ଲେବାନନ୍ ର ଇଣ୍ଡିଆନ୍ ଏମକୁ ତୁରନ୍ତ ଯୋଗାଯୋଗ କରିବାକୁ ଏମ୍ବାସି ପକ୍ଷରୁ ନିର୍ଦେଶ ଦିଆଯାଇଛି । 

ଏହା ସହିତ  ଭାରତୀୟ ନାଗରିକମାନଙ୍କୁ ମଧ୍ୟ ଲେବାନନରେ ସେମାନଙ୍କର ଗତିବିଧି ଉପରେ ପ୍ରତିବନ୍ଧକ ଲଗାଇବାକୁ ପରାମର୍ଶ ଦିଆଯାଇଛି । ଇମେଲ, ଜରୁରୀକାଳୀନ ନମ୍ବର ମାଧ୍ୟମରେ ସେମାନେ ବେରୁଟରେ ଥିବା ଭାରତର ଦୂତାବାସ ସହିତ ଯୋଗାଯୋଗରେ ରହିବା ପାଇଁ ଆଡଭାଇଜରି ଜାରି କରାଯାଇଛି ।

ଇସ୍ରାଏଲ ଓ ଲେବାନନ୍ ମଧ୍ୟରେ ଲଢେଇ ଭୟଙ୍କର ରୂପ ଧାରଣ କରୁଛି ଏବଂ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଉତ୍ତେଜନା ଚରମରେ ପହଞ୍ଚିଛି । ଏଭଳି ସ୍ଥିତିରେ ବେରୁତସ୍ଥିତ ଭାରତୀୟ ଦୂତାବାସ ଲେବାନନ୍ ରେ ରହୁଥିବା ସମସ୍ତ ଭାରତୀୟ ନାଗରିକ ତୁରନ୍ତ ଦେଶ ଛାଡିବାକୁ ପରାମର୍ଶ ଦେଇଛି ।  ଏହାସହ ଭାରତୀୟ ନାଗରିକମାନେ ଭାରତରୁ କିମ୍ବା ଅନ୍ୟ କୌଣସି ରାଷ୍ଟ୍ରରୁ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଲେବାନନ୍ ନଯିବାକୁ ପରାମର୍ଶ ଦିଆଯାଇଛି । ଲେବାନନ୍ ରେ ଥିବା ସମସ୍ତ ଭାରତୀୟ ଯଥାଶୀଘ୍ର ଲେବାନନ୍ ଛାଡିବାକୁ କୁହାଯାଇଥିବାବେଳେ ଯିଏ କୌଣସି କାରଣରୁ ଅଟକ ରହିବ, ସେ ଅତ୍ୟଧିକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି । କୌଣସି ସମସ୍ୟା ଉପୁଜିଲେ ତତ୍କାଳ ବେରୁତସ୍ଥିତ ଭାରତୀୟ ଦୂତାବାସ ସହ ଯୋଗାଯୋଗ କରିବାକୁ ପରାମର୍ଶ ଜାରି ହୋଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

2006 ରୁ ଇସ୍ରାଏଲ ଓ ହିଜବୁଲ୍ଲା ମଧ୍ୟରେ ଲାଗି ରହିଥିବା ତିକ୍ତତା ଏବେ ଭୀଷଣ ରୂପ ନେଉଛି । ଇସ୍ରାଏଲ ଆକ୍ରମଣରେ ଗାଜାରୁ ଧୂଆଁ ଲିଭିନଥିବାବେଳେ ଲେବାନନରେ ଛାତି ପିଟୁଛି ହିଜବୁଲ୍ଲା । ଆଗକୁ ଏହି ପ୍ରତିଶୋଧର ନିଆଁ ଆହୁରି ଭୟଙ୍କର ହେବା ଆଶଙ୍କା ରହିଛି ।
 

Sponsored
‘Avoid travel to Lebanon’: Indian Embassy’s advisory to nationals amid violence | Argus News