Videos
|
National

ଭାରତ ଡାଲି ପରେ ଭାରତ ଅଟା ଯୋଗାଇବେ କେନ୍ଦ୍ର ସରକାର

Smruti Parija
Browse all articles by Smruti Parija
·2 years ago·1 min read
ଭାରତ ଡାଲି ପରେ ଭାରତ ଅଟା ଯୋଗାଇବେ କେନ୍ଦ୍ର ସରକାର

ଅର୍ଗସ ବ୍ୟୁରୋ: 27 ଟଙ୍କା 50 ପଇସାରେ ମିଳିବ 'ଭାରତ ଅଟା' । ଡାଲି ପରେ ଭାରତ ଅଟା ବାଣ୍ଟିବେ କେନ୍ଦ୍ର ସରକାର । ଦିଲ୍ଲୀ କର୍ତ୍ତବ୍ୟ ପଥରେ ଆଜି ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ଯୋଗାଣ ମନ୍ତ୍ରୀ ପୀୟୁଷ ଗୋଏଲ୍ । କେନ୍ଦ୍ରୀୟ ଭଣ୍ଡାର ଓ ନାଫେଡ୍ ଜରିଆରେ ଲୋକଙ୍କୁ ବଣ୍ଟାଯିବ ଅଟା । ଏହାଦ୍ୱାରା ସାଧାରଣ ଜନତା ଉପକୃତ ହେବେ । କମ୍ ଦରରେ ଅଟା ଯୋଗାଣ ନେଇ ଆଜି ଷୋଘଣା କରିଛନ୍ତି କେନ୍ଦ୍ର ସରକାର । 

ଏହି ଅଟା ଦର 27 ଟଙ୍କା 50 ପଇସାରୁ ଅଧିକ ଦରରେ ବିକ୍ରୀ ହେବ ନାହିଁ । ଏନେଇ ଯୋଗାଣ ମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି ସାଧାରଣ ଜନାତଙ୍କ ସୁବିଧା ପାଇଁ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଉଛନ୍ତି । ଦର ବୃଦ୍ଧି ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟମାଟୋ, ପିଆଜ କମ୍ ଦରରେ ଖାଉଟିଙ୍କୁ ଯୋଗା ଯାଇଥାଏ ।  ସେହିପରି କେନ୍ଦ୍ର ସରକାର କେନ୍ଦ୍ରୀୟ ଭଣ୍ଡାର ଓ ନାଫେଡ୍ ଜରିଆରେ ଡାଲି କେଜି ପ୍ରତି 60 ଟଙ୍କାରେ ଯୋଗାଇଦେଇଛନ୍ତି ।  

ଆହୁରି ପଢନ୍ତୁ ଭାରତ ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: