Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କୋଲକତା ଦୁଷ୍କର୍ମ : ମୁହଁ ଖୋଲିଲେ ରାଷ୍ଟ୍ରପତି

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
କୋଲକତା ଦୁଷ୍କର୍ମ : ମୁହଁ ଖୋଲିଲେ ରାଷ୍ଟ୍ରପତି

Key Points

  • କୋଲକତା ଦୁଷ୍କର୍ମ : ମୁହଁ ଖୋଲିଲେ ରାଷ୍ଟ୍ରପତି
  • କହିଲେ, ମୁଁ ବ୍ୟଥିତ ଏବଂ ଭୟଭୀତ
  • ଘଟଣାକୁ ଗମ୍ଭୀରତାର ସହ ନେଲେ

ଅର୍ଗସ ବ୍ୟୁରୋ : ବହୁଚର୍ଚ୍ଚିତ କୋଲକତା ଦୁଷ୍କର୍ମ ମାମଲାରେ ମୁହଁ ଖୋଲିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କହିଛନ୍ତି, ଏମିତି ଭୟାନକ ଘଟଣା ମତେ ଚକିତ କରିଛି । ଘଟଣା ଜାଣିବା ପରେ ମୁଁ ବ୍ୟଥିତ ଓ ଭୟଭୀତ । ତେବେ ମାମଲାରେ ରାଷ୍ଟ୍ରପତି ମୁହଁ ଖୋଲିଥିବାରୁ ମାମଲାର ଗମ୍ଭୀରତା ସ୍ପଷ୍ଟ ହେବା ସହିତ ତୁରନ୍ତ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । କାରଣ ମାମଲା ହେବା ପରେ ସୁପ୍ରିମକୋର୍ଟ ନିଜ ଆଡୁ ହସ୍ତକ୍ଷେପ କରି ମମତା ସରକାର ଓ ପଶ୍ଚିମବଙ୍ଗ ପୋଲିସ ଉପରେ କ୍ଷୋଭ ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ଦୋଷୀଙ୍କୁ ଆଦୌ ଛଡାଯିବନି ବୋଲି ସ୍ପଷ୍ଟ କରିଥିଲେ । ଆଉ ଗତକାଲି ରାଷ୍ଟ୍ରପତି ମଧ୍ୟ ଏନେଇ ପ୍ରତିକ୍ରିୟା ରଖିଛନ୍ତି । 

କୋଲକାତା ଲଜ୍ଜା ଘଟଣାକୁ ନେଇ ସାରା ଦେଶ ସ୍ତବ୍ଧ ହୋଇଯାଇଥିବା ବେଳେ କ୍ଷୋଭ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି । ଏଭଳି ବର୍ବରୋଚିତ ଓ ଭୟାନକ ଘଟଣା ତାଙ୍କୁ ହତଚକିତ କରିଛି । ଯୌନ ପିପାଶୁଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାର ଏବେ ସମୟ ଆସିଛି । ସେମାନେ ମହିଳାମାନଙ୍କୁ କମ ସମର୍ଥ, କମ୍ ଶକ୍ତିଶାଳୀ, କମ ଧୀଶକ୍ତି ସମ୍ପନ୍ନ ବୋଲି ବିଚାର କରିଥାନ୍ତି । ମହିଳାମାନଙ୍କୁ ସେମାନେ ଏକ ଭୋଗ୍ୟବସ୍ତୁ ଭାବେ ବିବେଚନା କରିଥାନ୍ତି । କୋଲକାତା ଲଜ୍ଜା କେବଳ ଗୋଟିଏ ଘଟଣା ନୁହେଁ । ଏଭଳି ଲଜ୍ଜାଜନକ ଘଟଣା ବାରମ୍ବାର ହେଉଛି ।  ମହିଳାଙ୍କୁ ନିର୍ଯାତନା, ଅତ୍ୟାଚାରର ଶିକାର ହେବାକୁ ପଡୁଛି । ୨୦୧୨ରେ ନିର୍ଭୟା କାଣ୍ଡ ପରେ ସାରା ଦେଶରେ ଏହାକୁ ନେଇ ବିକ୍ଷୋଭ ଓ ପ୍ରତିବାଦ ହୋଇଥିଲା । ୧୨ ବର୍ଷ ପରେ କୋଲକାତାର ଲଜ୍ଜା ଘଟଣା ସାମ୍ନାକୁ ଆସିବା ପରେ ବହୁତ ହୋଇଗଲା ବୋଲି ଅତି କ୍ଷୋଭର ସହ କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । 

ଆର ଜି କର ମେଡ଼ିକାଲରେ ଡାକ୍ତରଙ୍କୁ ଦୁଷ୍କର୍ମ ହେବା ପରେ ପ୍ରଥମେ ମାମଲାକୁ ଚାପି ଦେବାକୁ ଚେଷ୍ଟା କରିଥିଲା ପୋଲିସ । ହେଲେ ପରିବାର ପହଞ୍ଚି ଆତ୍ମହତ୍ୟା ନୁହେଁ ବରଂ ଝିଅକୁ ହତ୍ୟା ହୋଇଛି ଦାବି କରିଥିଲା । ଶେଷରେ ହତ୍ୟା ପୂର୍ବରୁ ଦୁଷ୍କର୍ମ ହୋଇଛି ବୋଲି ସ୍ପଷ୍ଟ ହୋଇଥିଲା । କିନ୍ତୁ ମାମଲାକୁ ରଫାଦଫା କରିବାକୁ ପଶ୍ଚିମବଙ୍ଗ ସରକାର ଯେଉଁପରି ଭାବରେ ହୀନ ପ୍ରୟାସ କଲେ ତାହା ପୁରା ଦେଶକୁ ଦୋହଲାଇ ଦେଇଛି । ଏମିତିକି ତୁରନ୍ତ ଦୋଷୀଙ୍କ ବିରୋଧରେ କଡ଼ା ଆକ୍ସନ ନେବାକୁ ଦାବି ବି ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ, କୋଲକାତା ଲଜ୍ଜା ଘଟଣାକୁ ନେଇ ପଶ୍ଚିମବଙ୍ଗରେ ବିଜେପିର ଜୋରଦାର ପ୍ରତିବାଦ ଗତକାଲି ଦେଖିବାକୁ ମିଳିଥିଲା । ସାରା ରାଜ୍ୟରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ସେପଟେ ଏଭଳି ବନ୍ଦକୁ ଭଣ୍ଡୁର କରିବାକୁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟାରିକେଡ୍ ସହ ପୋଲିସ ଛାଉଣୀ କରାଯାଇଥିଲା । କିନ୍ତୁ ଏହାକୁ ଭୃକ୍ଷେପ ନକରି ହଜାର ହଜାର ବିଜେପି କର୍ମୀ ଆନ୍ଦୋଳନକୁ ଓହ୍ଲାଇଥିଲେ । ମାଡ଼ ମାରି ଅନେକ ଆନ୍ଦୋଳନକାରୀ ଓ ବିଜେପି କର୍ମୀଙ୍କୁ ଲହୁ ଲୁହାଣ କରିଥିଲା ପୋଲିସ।  ଏପଟେ, ପୋଲିସର ଦମନଲୀଲାକୁ ବିଜେପିର ବରିଷ୍ଠ ନେତା ଓ ନେତ୍ରୀ ମାନେ ତୀବ୍ର ନିନ୍ଦା କରିଛନ୍ତି । ଆର.ଜି କର ମେଡିକାଲ କଲେଜରେ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ପଶ୍ଚିମବଙ୍ଗରେ ବିରୋଧ ଓ ପ୍ରଦର୍ଶନ ଜାରି ରହିଛି । 
 

Sponsored
President Murmu | Argus News