Videos
|
National

ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ନେଇ ବଢ଼ୁଛି ଚର୍ଚ୍ଚା

Banajyotshna Ray
Browse all articles by Banajyotshna Ray
·2 years ago
ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ନେଇ ବଢ଼ୁଛି ଚର୍ଚ୍ଚା

ଅର୍ଗସ ବ୍ୟୁରୋ:  ନିର୍ବାଚନ ବେଳ ପାଖେଇ ଆସୁଥିବା ବେଳେ ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ନେଇ ବଢ଼ୁଛି ଚର୍ଚ୍ଚା। ୟା ଭିତରେ ସାଧାରଣ ଲୋକଙ୍କଠୁ ରାୟ ମାଗିଛନ୍ତି କମିଟି। ଦେଶରେ ଏକାସଙ୍ଗେ ନିର୍ବାଚନ କରାଇବାକୁ ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ବରେ ଗଠିତ କମିଟି ଲୋକଙ୍କ ରାୟ ମାଗିଛନ୍ତି। କମିଟି ପକ୍ଷରୁ ଏଥିଲାଗି ପବ୍ଲିକ ନୋଟିସ ଜାରି କରାଯାଇଛି।

ଜାନୁଆରୀ 15 ତାରିଖ ସୁଦ୍ଧା ମତାମତ ଦେବାକୁ ଡେଡଲାଇନ ରଖାଯାଇଛି। ସାଧାରଣ ଲୋକଙ୍କୁଠାରୁ ମିଳିଥିବା ପରାମର୍ଶକୁ ବିଚାର ବିମର୍ଶ ଲାଗି କମିଟି ନିକଟରେ ରଖାଯିବ। ଏଥିଲାଗି ଏକ ଏକ ୱେବସାଇଟ ଜାରି କରାଯାଇଛି। ଦେଶର ଯେ କୌଣସି ଲୋକ ONE ଡଟ୍ ଜିଓଭି ଡଟ୍ ଇନରେ ନିଜର ମତ ପୋଷ୍ଟ କରିପାରିବେ। SC ହାଇଫେନ୍ HLC ଆଟ୍ ଜିଓଭି ଡଟ୍ ଇନରେ ଇମେଲ ମଧ୍ୟ କରିପାରିବେ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: