ଦେଶରେ ନୂଆ ତୈଳ ଭଣ୍ଡାରର ସନ୍ଧାନ, ପ୍ରଥମ ଥର ବାହାରିଲା ତେଲ
·2 years ago

ଅର୍ଗସ ବ୍ୟୁରୋ: ଦେଶରେ ନୂଆ ତୈଳ ଭଣ୍ଡାରର ସନ୍ଧାନ । ବଙ୍ଗୋପସାଗର କୃଷ୍ଣା-ଗୋଦାବରୀ ବେସିନ କାକିନାଡା ଉପକୂଳଠାରୁ ୩୦ କିଲୋମିଟର ଦୂରରେ ତୈଳ ଭଣ୍ଡାର ଠାବ ସହ ପ୍ରଥମ ଥର ପାଇଁ ତେଲ ବାହାର କରାଯାଇଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦିପ ସିଂହ ପୁରୀ । ୨୦୧୬-୧୭ରେ ଏଠାରେ ତୈଳ ଖନନ କାର୍ଯ୍ୟ ଆରମ୍ଭ କରାଯାଇଥିଲା ।
କିନ୍ତୁ କୋଭିଡ ପାଇଁ ଏଥିରେ ବିଳମ୍ବ ହୋଇଛି । ତେବେ ଖୁବ କମ ସମୟରେ ଭାରତ ପ୍ରାକୃତିକ ଗ୍ୟାସ୍ ଉତ୍ପାଦନ କରିବା ସହ ଜୁନ୍ ସୁଦ୍ଧା ଦିନକୁ ୪୫ ହଜାର ବ୍ୟାରେଲ ଉତ୍ପାଦନ କରିବାରେ ସକ୍ଷମ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହି ଉତ୍ପାଦନ ଦେଶର ମୋଟ ଅଶୋଧିତ ତୈଳ ଉତ୍ପାଦନର ୭% ହେବ । ଏବଂ ଗ୍ୟାସ ଉତ୍ପାଦନର ମଧ୍ୟ ୭ ପ୍ରତିଶତ ହେବ।
ଅଧିକ ପଢ଼ନ୍ତୁ ଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: