Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସାଇବର ଠକେଇରୁ ବଞ୍ଚିବେ କେମିତି ? ବାଟ ବତାଇଦେଲେ ପିଏମ ମୋଦି

National

ସାଇବର ଠକେଇରୁ ବଞ୍ଚିବେ କେମିତି ? ବାଟ ବତାଇଦେଲେ ପିଏମ ମୋଦି

Sarbeswar Mohapatra
Browse all articles by Sarbeswar Mohapatra
·1 year ago·3 min read
ସାଇବର ଠକେଇରୁ ବଞ୍ଚିବେ କେମିତି ? ବାଟ ବତାଇଦେଲେ ପିଏମ ମୋଦି

Key Points

  • ସାଇବର ଠକେଇରୁ ବଞ୍ଚିବେ କେମିତି ?
  • ବାଟ ବତାଇଦେଲେ ପିଏମ ମୋଦି

ଅର୍ଗସ ବ୍ୟୁରୋ: ଆଜିକାଲି ସାଙ୍ଘାତିକ ହେଲାଣି ସାଇବର କ୍ରାଇମ୍‌ । ପ୍ରତିଦିନ କୋଟି କୋଟି ଟଙ୍କା ଠକେଇ କରୁଛନ୍ତି ସାଇବର ଲୁଟେରା । ହେଲେ ଏବେ ସେମାନଙ୍କଠାରୁ କେମିତି ବଞ୍ଚିକି ରହିବେ ? ସେନେଇ ବାଟ ବତାଇଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯାହାକୁ ନେଇ ଏବେଠୁ ଜୋର ଧରିଲାଣି ଚର୍ଚ୍ଚା । 

ସାଇବର ଫ୍ରଡ୍‌ ବା ଡିଜିଟାଲ ଆରେଷ୍ଟ ସ୍କାମ । ଇଏ ଏମିତି ଏକ ଚକ୍ରବ୍ୟୁହ, ଯେଉଁଥିରେ ଫସିବା ମାତ୍ରେ ଲକ୍ଷାଧିକ ଟଙ୍କା ଗାଏବ ହେଉଛି । ଖାଲି ଟଙ୍କା ଯାଉଛି ତାହା ନୁହେଁ ବରଂ ଶହଶହ ଲୋକ ବର୍ବାଦ ବି ହେଉଛନ୍ତି । କାରଣ କଷ୍ଟଅର୍ଜିତ ସମ୍ପତ୍ତି ମାତ୍ର କେଇ ମୁହୂର୍ତ୍ତରେ ବରବାଦ ହେଉଛି ।  ତେଣୁ ଗତକାଲି ମନକୀ ବାତ୍‌ କାର୍ଯ୍ୟକ୍ରମରେ ଏଭଳି ଏକ ସମ୍ୱେଦନଶୀଳ ପ୍ରସଙ୍ଗରେ ଦେଶବାସୀଙ୍କୁ ସଚେତନ କରାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଶେଷ କରି ସାଇବର ଫ୍ରଡ୍‌ରୁ ସୁରକ୍ଷା ପାଇଁ ୩ଟି ଉପାୟ ବତାଇଛନ୍ତି ପ୍ରଧାନମନ୍ତ୍ରୀ ।

ଏବେ ଦେଶର ଭୟଙ୍କର ଭାବରେ ବଢିଲାଣି ସାଇବର କ୍ରାଇମ୍‌ । ତେଣୁ ଏହାକୁ ନେଇ ଖୋଦ ପିଏମ ବି ଚିନ୍ତାବ୍ୟକ୍ତି କରିଛନ୍ତି । ଖାଲି ଚିନ୍ତା ବ୍ୟକ୍ତ କରିଛନ୍ତି ତାହା ନୁହେଁ ବରଂ ୩ଟି ସରଳ ସୂତ୍ର ବି କହିଛନ୍ତି । ଯାହା ସାଇବର କ୍ରାଇମ ରୋକିବାରେ ବେଶ ସହାୟକ ହେବ । ମୋଦି କହିଛନ୍ତି, କୌଣସି ଫେକ୍‌ କଲ ଆସିଲେ ଆଦୌ ବିଚଳିତ ନହୋଇ କିଛିକ୍ଷଣ ଚିନ୍ତା କରନ୍ତୁ । ତରତର ହୋଇ କୌଣସି ଭୁଲ କରନ୍ତୁ ନାହିଁ । ଏହାସହ ନିଜର ବ୍ୟକ୍ତିଗତ ତଥ୍ୟ କାହାରିକୁ ଦିଅନ୍ତୁ ନାହିଁ । ଯଦି ସମ୍ଭବ ହୋଇପାରୁଛି ତାହାଲେ କଲର ସ୍କ୍ରିନସଟ୍‌ ନିଅନ୍ତୁ ଏବଂ ରେକର୍ଡିଂ ବି କରିନିଅନ୍ତୁ । କୌଣସି ସରକାରୀ ଏଜେନ୍ସି ଫୋନ୍‌ କରି ଧମକ ଦିଅନ୍ତି ନାହିଁ କି ଭିଡିଓ କଲ୍‌ କରି ପଚରାଉଚରା କରନ୍ତି ନାହିଁ । ଟଙ୍କା ମାଗିଲେ କିଛି ଗଡ଼ବଡ଼ ଅଛି ବୋଲି ଜାଣି ନିଅନ୍ତୁ । ଯଦି ଏମିତି ସମସ୍ୟାର ସାମ୍ନା କରୁଛନ୍ତି ତାହାଲେ ରାଷ୍ଟ୍ରୀୟ ସାଇବର ହେଲ୍ପଲାଇନ୍‌ ନମ୍ବର- ୧୯୩୦ କଲ୍‌ କରନ୍ତୁ । cybercrime.gov.inରେ ରିପୋର୍ଟ କରନ୍ତୁ ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବଢି ଚାଲିଛି ସାଇବର ଅପରାଧ। ଦେଶରେ ଷଷ୍ଠ ସ୍ଥାନରେ ଓଡ଼ିଶା। ଏମିତିକି ସାଇବର ଅପରାଧ ହାରରେ ରାଜ୍ୟର ସ୍ଥାନ ଅଷ୍ଟମ ରହିଛି। ୨୦୨୦ରେ ରାଜ୍ୟରେ ପ୍ରତି ୧ ଲକ୍ଷ ଲୋକରେ ୪ ଜଣ ଲୋକ ସାଇବର ଅପରାଧର ଶିକାର ହୋଇଛନ୍ତି। ୩୦ ପ୍ରତିଶତ ଉପରମୁହାଁ ହୋଇଛି ସାଇବର ଅପରାଧ ମାମଲା। ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋ-ଏନ୍ସିଆର୍ବି ତଥ୍ୟ କହୁଛି, ୨୦୨୦ରେ ଅଦୃଶ୍ୟ ଲୁଟେରା ରାଜ୍ୟରେ ଘଟାଇଛନ୍ତି ୧୯୩୧ ସାଇବର ଅପରାଧ। ମାନେ ଦିନକୁ ପ୍ରାୟ ୫ଟି କେସ୍। ଗତବର୍ଷ ରାଜ୍ୟରେ ୫୨୪ଟି ଅଶ୍ଳୀଳ, ଯୌନ ଉଦ୍ଦୀପକ ଓ ଶିଶୁ ଯୌନ ସମ୍ପର୍କିତ ସାଇବର ଅପରାଧ ଘଟିଛି । ସେହିଭଳି ୫୪୯ଟି ଅନ୍ଲାଇନ୍ ବ୍ୟାଙ୍କ ଠକେି, ୩୬୨ଟି ଏଟିଏମ୍ ଠକେଇ, ୪୫ଟି ଫୋର-ଟ୍ୱେଣ୍ଟି ଜାଲିଆତି ମାମଲା ସାମ୍ନାକୁ ଆସିଥିଲା।

NCRB ରିପୋର୍ଟ କହୁଛି, ୨୦୨୦ରେ କୌଣସି ଗୋଟିଏ ବି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି । ୯୯.୯ ପ୍ରତିଶତ ମାମଲା ବିଚାର ନ ହୋଇ ପଡ଼ିରହିଛି । ସାଇବର ଫ୍ରଡ୍ କମିଶନରେଟ୍ ପୁଲିସର ନିଦ ହଜାଇ ଦେଇଛି । କେବଳ ଭୁବନେଶ୍ୱରରୁ ୧୦ କୋଟିରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି ସାଇବର୍ ଲୁଟେରା । ୟୁପିଆଇ, କ୍ରେଡିଟ୍-ଡେବିଟ୍ କାର୍ଡ, ଏଟିଏମ୍, ଲଟେରି ଭଳି ନୂଆ ନୂଆ କୌଶଳ ଅବଲମ୍ବନ କରି ଚିତା କାଟୁଛନ୍ତି ସାଇବର ଠକ। ତଥ୍ୟ କହୁଛି, ଯେତିକି ଲୁଟ୍ ହେଉଛି, ଅସୁଲ ହେଉଛି ଖୁବ୍ ନଗଣ୍ୟ । 

ଓଡ଼ିଶାରେ ବିଶେଷ କରି ଝାଡ଼ଖଣ୍ଡ, ଦିଲ୍ଲୀ, ପଶ୍ଚିମବଙ୍ଗ, ଗୁଜରାଟ, ହରିୟାଣାର ସାଇବର ଲୁଟେରା ସକ୍ରିୟ ଅଛନ୍ତି। ରାଜ୍ୟରେ ଟେକ୍ନୋଲୋଜି, ଦକ୍ଷତା ଓ ମାନବ ସମ୍ବଳର ଅଭାବ ସାଇବର ଲୁଟେରାଙ୍କୁ କାୟା ବିସ୍ତାର ଲାଗି ଖୋରାକ ଯୋଗାଉଛି । ୨୦୨୦ରେ ଦେଶରେ ସାଇବର ଅପରାଧ ମାମଲା ୧୧.୮ ପ୍ରତିଶତ ବଢ଼ି ୫୦ ହଜାର ୩୫ରେ ପହଞ୍ଚିଛି। କିନ୍ତୁ ସାଇବର ଅପରାଧରେ ଓଡ଼ିଶାର ଉପରମୁହାଁ ଟ୍ରେଣ୍ଡ ରାଜ୍ୟ ଗୃହ ବିଭାଗର ନିଦ ହଜାଇଲାଣି । ତେବେ ମୋଦି ସାଇବର କ୍ରାଇମକୁ ଯେଉଁ ବୟାନ ଦେଇଛନ୍ତି ତାହାକୁ ନେଇ ଏବେ ଦେଶରେ ଚର୍ଚ୍ଚା ଚାଲିଛି ।

 

Sponsored
PM Modi | Argus News