Videos
|
National

୫ଟଙ୍କିଆ ପ୍ୟାକରୁ ବାହାରୁଛି ୨ ପିସ୍‌ର ଲେଜ

Banajyotshna Ray
Browse all articles by Banajyotshna Ray
·2 years ago·1 min read
୫ଟଙ୍କିଆ ପ୍ୟାକରୁ ବାହାରୁଛି ୨ ପିସ୍‌ର ଲେଜ

ଅର୍ଗସ ବ୍ୟୁରୋ:  ଲେଜ ଭିତରୁ ବାହାରୁଛି ଖାଲି ପବନ। ପ୍ୟାକେଟ ଭିତରେ ଦୁଇ ପିଇସର ଲେଜ ଦେଇ ଖାଲି ପବନ ଭରିଦେଉଛନ୍ତି କମ୍ପାନି। ୫ ଟଙ୍କାର ଲେଜ ଭିତରେ ଖାଲି ପବନ। ଲୋକଙ୍କୁ ଠକୁଛନ୍ତି କମ୍ପାନୀମାନେ। ଏଭଳି ଏକ ଭିଡିଓ ଏବେ ଭାଇରାଲ ହୋଇଛି। ଜଣେ ବ୍ୟକ୍ତି ନିଜ ଏକ୍ସ ହ୍ୟାଣ୍ଡେଲରେ ଏହି ଭିଡିଓ ସେୟାର କରିଛନ୍ତି। ସ୍ନାକ୍ସ ଖାଇବାକୁ ସମସ୍ତଙ୍କୁ ଭାରି ଭଲ ଲାଗେ। ଶିଶୁମାନଙ୍କର ଏମିତିରେ ବିନା ସ୍ନାକ୍ସରେ କିଛି ହୁଏନି। ଆଉ ସ୍ନାକ୍ସ ଭିତରେ ଶିଶୁଙ୍କର ପ୍ରିୟ ହୋଇଥାଏ ଲେଜ। ଲେଜ ଖାଇବାକୁ ଶିଶୁଙ୍କୁ ଭାରି ଭଲ ଲାଗେ। କିନ୍ତୁ ଏହି ଲେଜ ପ୍ୟାକେଟ ଭିତରେ ଅଧିକ ମାତ୍ରାରେ ପବନ ଦେଇ ଲୋକଙ୍କୁ ଠକୁଛନ୍ତି କମ୍ପାନୀମାନେ। ଭାଇରାଲ ହୋଇଥିବା ଭିଡିଓରେ ଜଣେ ବ୍ୟକ୍ତି ଏକ ୫ ଟଙ୍କିଆ ଲେଜ ପ୍ୟାକେଟ ଆଣିଥିଲେ । ସେ ବ୍ୟକ୍ତି ଜଣଙ୍କ ଯେତେବେଳେ ଲେଜ ପ୍ୟାକେଟକୁ ଖୋଲିଲେ, ତା ଭିତରେ ଏମିତି ଏକ ଜିନିଷ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ।

ପ୍ୟାକେଟ ଭିତରେ ମାତ୍ର ୨ଟି ଚିପ୍ସ ଅଛି। ବାକି ସବୁ ପବନ ଦେଇ ଭରିଦେଇଛି କମ୍ପାନୀ। ଏହା ଦେଖି ବ୍ୟକ୍ତି ଜଣଙ୍କ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ଏକ ଭିଡିଓ କରି ସାଧାରଣ ଲୋକଙ୍କୁ ସଚେତନ ପାଇଁ ସେୟାର କରିଛନ୍ତି। ଏଭଳି ଘଟରଶ ନୂଆ ନୁହେଁ ଯେ ଲେଜ କମ୍ପାନୀ ଲୋକଙ୍କୁ ଠକୁଛି ବୋଲି। ଏହା ପୂର୍ବରୁ ମଧ୍ୟ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ଲେଜ ଭିତରୁ ମଲା ମୂଷା ବାହାରିଥିଲା। ଯଦି ଏପରି କରିବେ ଲେଜ କମ୍ପାନୀ ତେବେ ସାଧାରଣ ଲୋକେ କରିବେ କଣ। ଏହାସହ ଶିଶୁମାନଙ୍କ ବିଶ୍ୱାସରେ ବିଶ୍ୱାସ ଘାତକ ହେଉଛି।

 

ଅଧିକ ପଢ଼ନ୍ତୁ ଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
₹5 Packet Of Lay’s Now Has Only 2 Potato Chips Inside & Desis Are Responding With Sarcasm | Argus News