ବାବୁ ବନିଲେ ଗାୟକ...ଛାଡ଼ିଲେ ଆଇଏଏସ ଚାକିରି, ଏଣିକି ଗୀତ ଗାଇବେ

Key Points
ୟୁପିଏସ୍ସି ପରୀକ୍ଷା ଉତ୍ତୀର୍ଣ୍ଣ ହେବାକୁ ସଫଳତାର ଶିଖର ଛୁଇଁବା ଭଳି ଦେଖାଯାଏ, କଶିଶ ମିତ୍ତଲ୍ ମଧ୍ୟ IAS ହେଲେ, କିନ୍ତୁ ତା ପରେ କୁଆଡ଼େ ଗଲେ...
JEE ରେ 6th ରାଙ୍କ, IIT ଗ୍ରାଜୁଏଟ୍, 21 ବର୍ଷରେ IAS; ସବୁକିଛି ଛାଡ଼ି ଶାସ୍ତ୍ରୀୟ ସଙ୍ଗୀତ ପାଇଁ ଆତ୍ମସମର୍ପିତ, ସେ ହେଉଛନ୍ତି କ୍ଲାସିକାଲ୍ ସିଙ୍ଗର କଶିଶ୍ ମିତ୍ତଲ୍
୨୦୧୯ ମସିହାରେ, ସେ ଏହି ପ୍ରତିଷ୍ଠିତ ଚାକିରି ଛାଡ଼ି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଲେ
କଶିଶ୍ ମିତ୍ତଲ୍ ନିଜର ପ୍ରକୃତ ପ୍ରେମ ଏବଂ ପ୍ରତିଭା ପଛରେ ଦୃଢ଼ ରହିଲେ
କଶିଶ୍ ମିତ୍ତଲ୍ ଜଣେ ମେଧାବୀ ଛାତ୍ର । JEEରେ ଅଲ ଇଣ୍ଡିଆ ରାଙ୍କ ୬, IIT ଦିଲ୍ଲୀରୁ ସ୍ନାତକ ଓ UPSCରେ 58 ରାଙ୍କ ରଖି ୨୧ ବର୍ଷରେ IAS ହେଲେ। କିନ୍ତୁ ସବୁ କିଛି ଛାଡ଼ି ଦେଲେ,କାହା ପାଇଁ?
ବ୍ୟୁରୋକ୍ରାଟିକ୍ ଚାକିରିରେ ସଫଳ, କିନ୍ତୁ କିଛି ବର୍ଷ ପରେ ଚାକିରିରୁ ନେଇଗଲେ ଅବସର । ୨୦୧୯ ମସିହାରେ, ସେ ଏହି ପ୍ରତିଷ୍ଠିତ ଚାକିରି ଛାଡ଼ି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଲେ। ଏହି ତ୍ୟାଗର ପଛରେ ଥିଲା-ତାଙ୍କର ଅଗାଧ ଭଲପାଇବା ଏବଂ ସମର୍ପଣ-ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ପାଇଁ। ଏବେ ସେ ଦିଲ୍ଲୀର ଚାକିରି ଦୁନିଆରୁ ଦୂରେ, ଅଧିକାଂଶ ସମୟ ମଞ୍ଚରେ ସଙ୍ଗୀତ ପରିବେଷଣ କରୁଛନ୍ତି।
📱 Get Argus News App
✨ଆଇଏଏସ ଅଫିସର ହେବାର ଲକ୍ଷ୍ୟ ସମସ୍ତଙ୍କର ଥାଏ, ଓ ୟୁପିଏସ୍ସି ପରୀକ୍ଷା ଉତ୍ତୀର୍ଣ୍ଣ ହେବାକୁ ସଫଳତାର ଶିଖର ଛୁଇଁବା ଭଳି ଦେଖାଯାଏ। କିନ୍ତୁ କସିଶ୍ ମିତ୍ତଲ୍ ନିଜର ପ୍ରକୃତ ପ୍ରେମ ଏବଂ ପ୍ରତିଭା ପଛରେ ଦୃଢ଼ ରହିଲେ।
1989 ରେ ଜଲନ୍ଧରରେ ଜନ୍ମିତ କସିଶ୍ ମିତ୍ତଲଙ୍କର ଡିଏନଏରେ ସଙ୍ଗୀତ ରହିଥିଲା। ସେ ମାତ୍ର ଛଅ ବର୍ଷ ବୟସରୁ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଶିଖିବା ଆରମ୍ଭ କଲେ ଏବଂ ୧୧ ବର୍ଷରେ ପଞ୍ଜାବର ହରିବଲ୍ଲଭ ସମ୍ମିଳନୀରେ ସଙ୍ଗୀତ ପରିବେଷଣ କରିଥିଲେ। ସ୍କୁଲ ଓ ଆଇଆଇଟି ଦିନରେ ମଧ୍ୟ ସଙ୍ଗୀତ ସହ ଜଡ଼ିତ ରହିଲେ। ପଣ୍ଡିତ୍ ଯଶପାଲ୍ ଜୀଙ୍କ ଠାରୁ ଆଗ୍ରା ଘରାନାର ସଙ୍ଗୀତ ଶିଖିଥିବା କସିଶ୍ ଆକାଶବାଣୀ-ଦୂରଦର୍ଶନର ଏ-ଗ୍ରେଡ଼ ଶିଳ୍ପୀ ଓ ICCR ଦ୍ୱାରା ମାନ୍ୟତାପ୍ରାପ୍ତ ଶିଳ୍ପୀ ଭାବରେ ଅନେକ ସମାରୋହରେ ପ୍ରଦର୍ଶନ କରିଛନ୍ତି।
ସେବା ଏବଂ ସଙ୍ଗୀତ: ଏକ ଅଭିନବ ଯାତ୍ରା
ଆଇପିଏସ୍ ପିତାଙ୍କର ପ୍ରଭାବରେ ପ୍ରେରିତ ହୋଇ, କସିଶ୍ ମିତ୍ତଲ୍ ଆଇଆଇଟି ଦିଲ୍ଲୀରୁ ବି.ଟେକ୍ ପରେ ପ୍ରଥମ ପ୍ରୟାସରେ UPSC ପାସ୍ କରି ୨୧ ବର୍ଷରେ, ସବୁଠାରୁ କମ ବୟସରେ ଆଇଏଏସ୍ ହେବାର ଗୌରବ ଅର୍ଜନ କଲେ। ଚଣ୍ଡିଗଡ଼,ଅରୁଣାଚଳ ପ୍ରଦେଶର ତୱାଙ୍ଗ ଓ ନୀତି ଆଯୋଗରେ ଉଚ୍ଚ ପଦବୀରେ ଦାୟିତ୍ବ ସମ୍ପାଦନ କରିସାରିଛନ୍ତି। ଯଥେଷ୍ଟ ସମ୍ମାନ ଓ ସଫଳତା ପରେ ମଧ୍ୟ, ସଙ୍ଗୀତ ପ୍ରତି ହିଁ ତାଙ୍କ ପ୍ରକୃତ ଆସ୍ଥା ରହିଲା।
କସିଶ ମିତ୍ତଲ୍ 2019 ମସିହାରେ IAS ଜବ୍ ଛାଡ଼ିଦେଇ ସଙ୍ଗୀତକୁ ନିଜ ଜୀବନର ମୂଳ ଲକ୍ଷ୍ୟ କରିଛନ୍ତି। ତାଙ୍କର ଏହି ନିଷ୍ପତ୍ତି ସମଗ୍ର ଦେଶରେ ଆଶ୍ଚର୍ଯ୍ୟ ଓ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଲା। ସେ କହିଛନ୍ତି ଯେ, "ଶାସ୍ତ୍ରୀୟ ସଙ୍ଗୀତ ପାଇଁ ପୂର୍ଣ୍ଣ ସମର୍ପଣ ଦରକାର।" IAS ଅଫିସର୍ ହେବା ସତ୍ୱେ ମଧ୍ୟ, ସେ ତାଙ୍କର ଜୀବନର ଅସଲ ପ୍ରେମ ସଙ୍ଗୀତକୁ ବାଛିଲେ।
IAS ଛାଡ଼ିଦେବା ପରେ, ତାଙ୍କର ଗାୟନ ଓ ସଙ୍ଗୀତ କାର୍ଯ୍ୟକଳାପ ଦେଶବ୍ୟାପୀ ଲୋକପ୍ରିୟ ହେଲା। ସୋସିଆଲ ମିଡିଆରେ ତାଙ୍କ ଭାବପୂର୍ଣ୍ଣ ଗାୟନ ଖୁବ ଚର୍ଚ୍ଚା ସାଉଁଟୁଛି। ତାଙ୍କର ସଙ୍ଗୀତ ପ୍ରତି ଅବଦାନ ପାଇଁ ବହୁତ ପୁରସ୍କାର ଓ ସମ୍ମାନ ମିଳିଛି।ସେ ପଞ୍ଜାବ ରାଜ୍ୟ କଳା ଓ ସଂସ୍କୃତି ପୁରସ୍କାର (2007), IIT ଦିଲ୍ଲୀ ଦ୍ୱାରା ‘ସରସ୍ୱତୀ ସମ୍ମାନ’ (2010), ଓ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତରେ ଉତ୍କୃଷ୍ଟତା ପାଇଁ ‘ନାଦ ଶ୍ରୀ ସମ୍ମାନ’ (2018) ରେ ସମ୍ମାନିତ ହୋଇଛନ୍ତି।
IAS ରୁ ସଙ୍ଗୀତ ଯାତ୍ରା ଯାଏଁ କସିଶ ମିତ୍ତଲ୍ ତାଙ୍କ ଅସଲ ପ୍ରେମ ପାଇଁ ସମ୍ମାନୀତ ଚାକିରି ଛାଡ଼ି, ଶାସ୍ତ୍ରୀୟ ସଙ୍ଗୀତରେ ନିଜ ସ୍ୱପ୍ନ ପୂରଣ କରିଛନ୍ତି।ଏହି ଆଗ୍ରହ, ଦୃଢ଼ ଇଚ୍ଛାଶକ୍ତି ଓ ସମର୍ପଣ ଦ୍ୱାରା କସିଶ ମିତ୍ତଲ, ଏକ IAS ଅଫିସର୍ ରୁ ସଙ୍ଗୀତରେ ନିଜ ଜୀବନର ସାର୍ଥକତା ଖୋଜିବାରେ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି।