Videos
|
National

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା: 12th ଫେଲ୍ ଶ୍ରେଷ୍ଠ ଫିଚର ଫିଲ୍ମ, ଶାହାରୁଖ ଖାନ ଶ୍ରେଷ୍ଠ ଅଭିନେତା

Ritu Das
Browse all articles by Ritu Das
·1 year ago·2 min read
ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା: 12th ଫେଲ୍ ଶ୍ରେଷ୍ଠ ଫିଚର ଫିଲ୍ମ, ଶାହାରୁଖ ଖାନ ଶ୍ରେଷ୍ଠ ଅଭିନେତା

Key Points

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା

12th ଫେଲ୍ ଶ୍ରେଷ୍ଠ ଫିଚର ଫିଲ୍ମ

ଶାହାରୁଖ ଖାନ ଶ୍ରେଷ୍ଠ ଅଭିନେତା

୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ନେଇ ଶୁକ୍ରବାର ଘୋଷଣା କରାଯାଇଛି। ୨୦୨୩ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ରଗୁଡ଼ିକୁ ନେଇ ଏହି ପୁରସ୍କାର ଘୋଷଣା କରାଯାଇଛି। ବିକ୍ରାନ୍ତ ମେସି ଓ ରାଣୀ ମୁଖାର୍ଜୀଙ୍କ ନାମ ବେଶ ଚର୍ଚ୍ଚାରେ ଥିଲା, କିନ୍ତୁ ଏବେ ସମସ୍ତ ଅପେକ୍ଷାର ଅନ୍ତ ଘଟିଛି। ଜୁରୀ ସଦସ୍ୟ ଆଶୁତୋଷ ଗୋବାରୀକର ଓ ପି ଶେଷାଦ୍ରୀଙ୍କ ନେତୃତ୍ୱରେ ଫିଲ୍ମଗୁଡ଼ିକୁ କିଛି ସପ୍ତାହ ଧରି ତର୍ଜମା କରାଯାଇଥିଲା। ଶେଷରେ ସେମାନେ ନିଜର ରିପୋର୍ଟ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଏଲ୍‌ ମୁରୁଗନଙ୍କୁ ପ୍ରଦାନ କରିଛନ୍ତି। ଶେଷରେ ଦିଲ୍ଲୀର ଜାତୀୟ ମିଡ଼ିଆ ସେଣ୍ଟରରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ବିଜେତାଙ୍କ ନାମ ଘୋଷଣା କରାଯାଇଛି।
ବିଜେତାଙ୍କ ତାଲିକା:
ସ୍ବତନ୍ତ୍ର ଉଲ୍ଲେଖ: ଆନିମଲ (ରି-ରେକର୍ଡିଂ ମିକ୍ସର) – ଏମ୍‌ ଆର୍‌ ରାଜକ୍ରିଷ୍ଣନ
ଶ୍ରେଷ୍ଠ ତାଈ ଫେକ ଫିଲ୍ମ: ପାଈ ତାଙ୍ଗ
ଶ୍ରେଷ୍ଠ ଗାରୋ ଫିଲ୍ମ: ରିମଦୋଗିତାଙ୍ଗା
ଶ୍ରେଷ୍ଠ ତେଲୁଗୁ ଫିଲ୍ମ: ଭଗବନ୍ତ କେସରୀ
ଶ୍ରେଷ୍ଠ ତାମିଲ ଫିଲ୍ମ: ପାର୍କିଂ
ଶ୍ରେଷ୍ଠ ପଞ୍ଜାବୀ ଫିଲ୍ମ: ଗୋଦ୍ଦେ ଗୋଦ୍ଦେ ଚା
ଶ୍ରେଷ୍ଠ ଓଡ଼ିଆ ଫିଲ୍ମ: ପୁଷ୍କରା
ଶ୍ରେଷ୍ଠ ମରାଠୀ ଫିଲ୍ମ: ଶ୍ୟାମଚୀ ଆଈ
ଶ୍ରେଷ୍ଠ କନାଡ଼ା ଫିଲ୍ମ: କନ୍ଦିଲୁ
ଶ୍ରେଷ୍ଠ ହିନ୍ଦୀ ଫିଲ୍ମ: କଟହଲ୍‌
ଶ୍ରେଷ୍ଠ ଆକ୍ସନ ନିର୍ଦ୍ଦେଶନା: ହନୁମାନ (ତେଲୁଗୁ)
ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶନା(Choreography): ରକି ଔର ରାଣୀ କୀ ପ୍ରେମ କାହାଣୀ (ଢିଣ୍ଢୋରା ବାଜେ ରେ)
ଶ୍ରେଷ୍ଠ ଗୀତ: ବଲଗମ୍‌(ତେଲୁଗୁ)
ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା (ତାମିଲ): ବାଥୀ – ଜି ଭି ପ୍ରକାଶ କୁମାର
ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା (ହିନ୍ଦୀ): ଆନିମଲ – ହର୍ଷବର୍ଦ୍ଧନ ରାମେଶ୍ୱର
ଶ୍ରେଷ୍ଠ ମେକଅପ (ହିନ୍ଦୀ): ସାମ୍‌ ବାହାଦୁର – ଶ୍ରୀକାନ୍ତ ଦେଶାଇ
ଶ୍ରେଷ୍ଠ ପୋଷାକ ଡିଜାଇନର: ସାମ୍‌ ବାହାଦୁର – ଦିବ୍ୟା ଗମ୍ଭୀର, ସଚୀନ ଲାଭଲେକର, ନିଧୀ ଗମ୍ଭୀର
ଶ୍ରେଷ୍ଠ ସାଉଣ୍ଡ ଡିଜାଇନର: ଆନିମଲ୍‌ – ସଚୀନ ସୁଧାକରନ, ହରିହରନ୍‌ ମୁରଲୀଧରନ୍‌
ଶ୍ରେଷ୍ଠ ସଂଳାପ ଲେଖକ: ସିର୍ଫ ଏକ ବନ୍ଦା କାଫି ହେ
ଶ୍ରେଷ୍ଠ ସିନେମାଟୋଗ୍ରାଫୀ: ଦ କେରଳ ଷ୍ଟୋରୀ – ପ୍ରଂଶାନ୍ତନୁ ମହାପାତ୍ର
ଶ୍ରେଷ୍ଠ ମହିଳା ପ୍ଲେବ୍ୟାକ ସିଙ୍ଗର: ଶିଳ୍ପା ରାଓ
ଶ୍ରେଷ୍ଠ ପୁରୁଷ ପ୍ଲେବ୍ୟାକ ସିଙ୍ଗର: ପିଭିଏନ୍‌ ଏସ୍‌ ରୋହିତ (ତେଲୁଗୁ)
ଶ୍ରେଷ୍ଠ ଶିଶୁ କଳାକାର: ଗାନ୍ଧୀ ତଥା ଚେତୁ – ସୁକ୍ରୀତି ଭେନୀ ବନ୍ଦ୍ରେଦୀ
ଜିପ୍ସୀ – କବୀର ଖଣ୍ଡାରେ
ନାଲ – ତ୍ରିଶା ତୋସାର, ଶ୍ରୀନିବାସ ପୋକାଲେ, ଭାର୍ଗବ ଜଗପତ
ଶ୍ରେଷ୍ଠ ଅଭିନେତ୍ରୀ: ରାଣୀ ମୁଖାର୍ଜୀ
ଶ୍ରେଷ୍ଠ ଅଭିନେତା: ଶାହରୁଖ ଖାନ, ବିକ୍ରାନ୍ତ ମେସି
ଶ୍ରେଷ୍ଠ ଲୋକପ୍ରିୟ ଫିଲ୍ମ: ରକି ଔର ରାଣୀ କୀ ପ୍ରେମ କାହାଣୀ
ଶ୍ରେଷ୍ଠ ଫିଚର ଫିଲ୍ମ: ୧୨ବୀଁ ଫେଲ
ଶ୍ରେଷ୍ଠ ଚିତ୍ରନାଟ୍ୟ: ବେବୀ (ତେଲୁଗୁ) – ସାଇ ରାଜେଶ ନୀଲମ
ଓଡ଼ିଆ ଚଳଚ୍ଚିତ୍ର ’ପୁଷ୍କରା’ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ପୁରସ୍କୃତ ହୋଇଥିବାରୁ ରାଜ୍ୟବାସୀଙ୍କ ମଧ୍ୟରେ ଖୁସିର ଲହରୀ ଦେଖାଦେଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
national-film-awards-announced-12th-fell-best-feature-film-shah-rukh-khan-best-actor | Argus News