କେହି ଜାଣିପାରିଲେନି, 206 କଏଦୀ ଜେଲ୍ ରୁ ହେଇଗଲେ ଫେରାର

Key Points
ବନ୍ଦୀଙ୍କୁ କରାଯାଉଥିଲା ସ୍ଥାନାନ୍ତର
ହେଲେ ଫେରାର୍ ହେଇଗଲେ 200ରୁ ଉର୍ଦ୍ଧ୍ୱ କଏଦୀ
ଏବେ ଯାଏଁ କରାଚୀରେ ହେଲାଣି 15 ଥର ଭୂମିକମ୍ପ
ମୌକାର ଫାଇଦା ଉଠାଇଲେ କଏଦୀ । ଭୂମିକମ୍ପ ହେବାରୁ ଜେଲ୍ ରୁ ବନ୍ଦୀମାନଙ୍କୁ କଢାଯାଉଥିବାବେଳେ ମୌକାର ଫାଇଦା ଉଠାଇ ଚମ୍ପଟ୍ ମାରିଛନ୍ତି କଏଦୀ । ପାଖାପାଖି 206 ଜଣ କଏଦୀ ଫେରାର୍ ହୋଇଯାଇଥିବା ଜଣାପଡିଛି । ଆଉ ଏ ସବୁ ଘଟିଛି ପାକିସ୍ତାନର କରାଚୀ ଜେଲ୍ ରେ ।
କରାଚୀରେ ଗତ 24 ଘଣ୍ଟା ମଧ୍ୟରେ ଭୂମିକମ୍ପ ହୋଇଥିଲା । ଏଥିମଧ୍ୟରେ ଜେଲ ସୁପରିଟେଣ୍ଡେଣ୍ଟ ପାଖାପାଖି 600 କଏଦୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଇଥିଲେ । ଏହାରି ମଧ୍ୟରେ ମଉକାର ଫାଇଦା ଉଠାଇ 206 ଜଣ ବନ୍ଦୀ ଫେରାର୍ ହୋଇଯାଇଛନ୍ତି । ସେମାନଙ୍କ ମଧ୍ୟରେ ଅଧିକାଂଶ ଡ୍ରଗ୍ସ ବେପାରରେ ଧରାପଡିଥିଲେ ।
📱 Get Argus News App
✨ଜେଲ୍ ସୁପରିଟେଣ୍ଡେଣ୍ଟଙ୍କ କହିବାନୁଯା ଅଧିକାରୀମାନେ ପଳାତକଙ୍କୁ ଖୋଜିବା ପାଇଁ ଆରମ୍ଭ କରିଛନ୍ତି । ପଳାତକଙ୍କ ବିରୋଧରେ କଡା ପଦକ୍ଷେପ ନିଆଯିବ । ଏହା ବିଷୟରେ ତଦନ୍ତ କରିବା ପାଇଁ ଏକ ତଦନ୍ତକାରୀ ଟିମ୍ ଗଠନ କରାଯାଇଛି । ନିକଟ ଦିନ ଗୁଡିକରେ ଏହା ସବୁଠାରୁ ବଡ ଜେଲ୍ ଭଙ୍ଗ ଘଟଣା ବୋଲି କୁହାଯାଉଛି ।
ଅନ୍ୟପଟେ କରାଚୀରେ ରବିବାରଠାରୁ ଏବେ ପର୍ଯ୍ୟନ୍ତ ପାଖାପାଖି 15ଟି ଭୂମିକମ୍ପ ହୋଇସାରିଲାଣି ।