ଘଞ୍ଚ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ଟଳିଲେ ୩ ନକ୍ସଲ

Key Points
ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ନକ୍ସଲ ନିହତ
ବିପୁଳ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଜବତ
ଘଞ୍ଚ ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ଜାରି
ଅର୍ଗସ ବ୍ୟୁରୋ: ସୁରକ୍ଷାକର୍ମୀଙ୍କୁ ବଡ଼ ଧରଣର ସଫଳତା ମିଳିଛି । ଛତିଶଗଡ଼ର ବିଜାପୁର ଜାତୀୟ ପାର୍କର ଘଞ୍ଚ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ନକ୍ସଲ ନିହତ ହୋଇଛନ୍ତି । ଘଞ୍ଚ ଜଙ୍ଗଲ ମଧ୍ୟରୁ ରବିବାର ୩ ନକ୍ସଲଙ୍କ ମୃତଦେହ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଜବତ କରାଯାଇଥିବା ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।
ତେବେ ନିହତ ନକ୍ସଲଙ୍କ ପରିଚୟ ମିଳି ନାହିଁ । ଘଞ୍ଚ ଜଙ୍ଗଲରେ ଏବେ ବି ସିଆର୍ପିଏଫ୍ ଯବାନ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି । ଶନିବାର ଏକ ବିସ୍ଫୋରଣରେ ସିଆର୍ପିଏଫ୍ର ଜଣେ ଯବାନ ଆହତ ହେବା ପରେ ଆରମ୍ଭ ହୋଇଥିଲା ନକ୍ସଲ ନିପାତ ଅପରେସନ୍ । ସିଆର୍ପିଏଫ୍ ୧୯୬ ବ୍ୟାଟାଲିୟନର ଯବାନ ଅଭ୍ୟାସ କରୁଥିବା ବେଳେ ନକ୍ସଲ ଖଞ୍ଜିଥିବା ଆଇଇଡି ବିସ୍ଫୋରଣ ହୋଇଥିଲା ।
📱 Get Argus News App
✨ବିସ୍ଫୋରଣରେ ଆହତ ଜଣେ ଯବାନଙ୍କୁ ତୁରନ୍ତ ବିଜାପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ନକ୍ସଲ ପ୍ରବଣ ଛତିଶଗଡ଼ର ବିଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ନକ୍ସଲ ଆଇଇଡିର ବ୍ୟବହାର କରୁଛନ୍ତି । ଏହା ପୂର୍ବରୁ ଗୁରୁବାର ସୁକମା-ବିଜାପୁର ସୀମାରେ ବଡ଼ ଧରଣର ଗୁଳି ବିନିମୟ ହୋଇଥିବା ବେଳେ ୩ ନକ୍ସଲ ନିହତ ହୋଇଥିଲେ ।
ଏନକାଉଣ୍ଟର ପୂର୍ବରୁ ସୁକମା-ବିଜାପୁର ସୀମାରେ ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ ୮ ଜଣ ଯବାନ ସହିଦ ହୋଇଥିଲେ । ଏହା ପର ଠାରୁ ଉକ୍ତ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍କୁ ଜୋରଦାର କରାଯାଇଛି ।