ପୁଣି ଜମ୍ମୁ କାଶ୍ମୀରରେ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୪ ଯବାନ ସହିଦ
·1 year ago

ଅର୍ଗସ ବ୍ୟୁରୋ: ପୁଣି ଜମ୍ମୁ କାଶ୍ମୀରରେ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ । ବାନ୍ଦିପୋରା ଜିଲ୍ଲାର ଏସ୍କେ ପୟେନ ଅଞ୍ଚଳରେ ସେନା ଟ୍ରକ୍ ଘାଟିରୁ ତଳକୁ ଖସି ପଡ଼ିବାରୁ ୪ ଜଣ ଯବାନ ସହିଦ ଘଟିଛି । ୫ ଆହତ ଯବାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ପାହାଡ଼ ଉପରେ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ଟ୍ରକ । ସେନା ଓ ପୋଲିସ ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ।
ପୂର୍ବରୁ ଗତବର୍ଷ ଡିସେମ୍ବର ୨୪ ତାରିଖରେ ଜମ୍ମୁ କଶ୍ମୀରର ପୁଞ୍ଛ ଜିଲ୍ଲାରେ ସେନା ବସ୍ ପ୍ରାୟ ୩୫୦ ଫୁଟ୍ ଗଭୀର ଖାଇକୁ ଖସି ପଡ଼ିବାରୁ ୫ ଜଣ ଯବାନ ସହିଦ ହୋଇଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଦେଶ ଖବର: