ଝାଡ଼ୁ ଝଡ଼ିବାର କାରଣ, ପଦ୍ମ ଫୁଟିବାର କାରଣ ?

Key Points
15ରୁ 25 ପର୍ଯ୍ୟନ୍ତ ଶାସନ କଲା ଝାଡୁ
70 ଆସନରୁ 67ରେ ଦଳ ଜିତିଥିଲା
27 ବର୍ଷ ପରେ ଫୁଟିଛି ପଦ୍ମ
ଅର୍ଗସ ବ୍ୟୁରୋ: ଗୋଟେ ସମୟରେ ପଞ୍ଚାୟତ ନିର୍ବାଚନ ଦେଖିନଥିବା ଦଳ ସରକାରକୁ ଚାଲି ଆସିଲା । 70 ଆସନରୁ 67ରେ ଦଳ ଜିତିଲା । ମୁଖ୍ୟମନ୍ତ୍ରୀ ହେଲେ ଅରବିନ୍ଦ କେଜ୍ରିୱାଲ । 15ରୁ 25 ପର୍ଯ୍ୟନ୍ତ ଶାସନ କଲା ଝାଡୁ । ଏମିତିକି ପଡୋଶୀ ରାଜ୍ୟ ପଞ୍ଜାବରେ ମଧ୍ୟ ଆଧିପତ୍ୟ ବିସ୍ତାର କଲା ଦଳ । ସମସ୍ତେ ଭାବିଲେ ଦେଶରେ ନୂଆ ଚେହେରା ସାଜୁଛନ୍ତି କେଜ୍ରିୱାଲ ।
କିନ୍ତୁ ପାଞ୍ଚ ବର୍ଷରେ ବଦଳିଗଲା ସ୍ଥିତି । ଯେଉଁ ଦଳ ସାଧାରଣ ଲୋକଙ୍କ ଡଦଳ ବୋଲି କହୁଥିଲା । ନିଜକୁ ଆମ ଆଦମୀ କହୁଥିଲା, ସେମାନେ ହାତକଡି ପିନ୍ଧି ଜେଲ ଗଲେ । ଆଉ ତାପରେ ବେଲରେ ଆସି ସିନା ନିର୍ବାଚନ ଲଢିଲେ । ହାତରୁ ସରକାର ଚାଲିଗଲା । ଆପ ସୁପ୍ରିମୋ କେଜ୍ରିୱାଲଙ୍କ ଠାରୁ ବଡ଼ ବଡ଼ ନେତାଙ୍କ ଭାଗ୍ୟ ଧୂଳିଷାତ ହେଲା । ନୂଆଦିଲ୍ଲୀରୁ ନିର୍ବାଚନ ଲଢିଥିବା ଅରବିନ୍ଦ କେଜ୍ରିୱାଲ ମଧ୍ୟ ପରାସ୍ତ ହୋଇଛନ୍ତି । ୨୦୧୫ରେ, ଆମ୍ ଆଦମୀ ପାର୍ଟି ୬୭ଟି ସିଟ୍ ଜିତିଥିଲାବେଳେ ୨୦୨୦ରେ ଏହି ସଂଖ୍ୟା ୬୨କୁ ଖସି ଆସିଥିଲା। ଅନ୍ୟପକ୍ଷରେ, ବିଜେପି ୨୦୧୫ରେ ୩ଟି ଏବଂ ୨୦୨୦ରେ ୮ଟି ସିଟ୍ ଜିତିଥିଲା। ଆଉ ଏବେ 48 ଆସନରେ ଦଳ କରିଛି ବାଜିମାତ୍ ।
ତେବେ ଜାଣନ୍ତୁ ଏହି ସମସ୍ତ କାରଣ ଆପ ପରାଜୟର ବଡ଼ ଫ୍ୟାକ୍ଟ ହୋଇପାରେ....
ଦୁର୍ନୀତି ଅଭିଯୋଗ-
ଆପ୍ ସରକାରର ଦ୍ୱିତୀୟ ପାଳିରେ ଅବକାରୀ ନୀତି ଦୁର୍ନୀତି ଅଭିଯୋଗ ପୂରା ଦେଶକୁ ଦୋହଲାଇ ଦେଇଥିଲା। ବିବାଦ ଏତେ ବଢ଼ିଥିଲା ଯେ ଆପ୍ ସରକାର ଲାଗୁ କରିଥିବା ଅବକାରୀ ନୀତିକୁ ପ୍ରତ୍ୟାହାର କରି ନେଇଥିଲେ। ଅବକାରୀ ନୀତି ଆଣି ଅରବିନ୍ଦ କେଜ୍ରିୱାଲ ସରକାର ଦିଲ୍ଲୀକୁ ମଦୁଆ ସହରରେ ପରିଣତ କରିଥିବା ବିଜେପି ଅଭିଯୋଗ କରିଥିଲା। ମଦ ଦୋକାନ ଦୁର୍ନୀତି କେଜ୍ରିୱାଲଙ୍କ ହରାଇବାର ପ୍ରମୁଖ କାରଣ ମଧ୍ୟରୁ ଗୋଟିଏ । ମାଫିଆଙ୍କ ସହ କଥା ହେବାର ଫୋନ୍ ରେକର୍ଡ ଠାରୁ ଟଙ୍କା କାରବାର ଯାଏଁ । ଏହି ମାମଲାରେ ମନୀଷ ସିସୋଦିଆଙ୍କଠୁ ସତ୍ୟେନ୍ଦ୍ର ଜୈନ ଏଂବଂ ନିଜେ ସେବେର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଫସିଥିଲେ । ଦୁର୍ନୀତି ବିରୋଧରେ ଗଠନ ହୋଇଥିବା ଆପ ନିଜକୁ କହୁଥିଲା ବେଳେ ନେତା ମାନଙ୍କ ସମ୍ପୃକ୍ତି ଏବଂ ଗିରଫଦାରୀ ଦଳର ଭାବମୂର୍ତ୍ତି କ୍ଷୁର୍ଣ୍ଣ କରିଥିଲା ।
ଯମୁନାର ଅଭିଷାପ-
ଦୂଷିତ ଯମୁନାକୁ ସଫା କରିବାର ନିର୍ଭର ପ୍ରତିଶ୍ରୁତି ଦେଇଥିଲା ଆପ୍ ସରକାର । ଜଳ ଏକ ପ୍ରକାର ବିଷରେ ପରିଣତ ହୋଇଥିବାବେଳେ ସରକାର ଆସିଲେ ଝାଡୁ ଯମୁନାରୁ ଅଳିଆ ସଫା କରିବ ବୋଲି କହିଥିଲେ କେଜ୍ରିୱାଲ । କିନ୍ତୁ କଥା କେବଳ କଥାରେ ରହିଯାଇଥିଲା । ଯାହାକୁ ନେଇ ଫିଡକି ଥିଲେ ରାଜଧାନୀ ବାସୀ । ଏମିତିକି ପ୍ରତି ଘରେ ବିଶୁଦ୍ଧ ଜଳ ପହଁଞ୍ଚାଇବା, ଦିଲ୍ଲୀର ରାସ୍ତା ଘାଟକୁ ପ୍ୟାରିସ ଭଳି କରିବା ପ୍ରତିଶ୍ରୁତି ଦେଇଥିଲା ଆମ ଆଦମୀ ପାର୍ଟି ।
📱 Get Argus News App
✨କଂଗ୍ରେସ ସହ ମତଭେଦ-
ମେଣ୍ଚ କରିବେ କି ନହିଁ ? ଦ୍ୱନ୍ଦରେ ରହିଲେ ଆମ ଆଦମୀ ପାର୍ଟି ଓ ବିଜେପି । ହରିୟାଣା ଫଳାଫଳ ଏହି ଦୁଇ ଦଳକୁ ଅନେକ କିଛି ଶିଖାଇଥିବାବେଳେ ପୁନର୍ବାର ଦିଲ୍ଲୀରେ ଦିଲ୍ ମିଶିନଥିଲା । ଯାହା ଫଳରେ ତାହାର ପୁରା ଫାଇଦା ବିଜେପି ଉଠାଇଥିଲା । ଅନେକ ମୁସଲିମ ବହୁଳ ସିଟରେ ମଧ୍ୟ ବିଜେପି ବାଜିମାତ୍ କରିଛି ।
ନେତୃତ୍ୱରେ ଅସ୍ଥିରତା:
ଗେମ୍ ଖେଳି ଗେମ ଚେଞ୍ଜର ହେବାକୁ ଚେଷ୍ଟା କଲେ କେଜ୍ରିୱାଲ । ଆରେଷ୍ଟ ପରେ ମୁଖ୍ୟମନ୍ତ୍ରୀ ପଦ ଛାଡିଥିଲେ । ଆତିଶୀକୁ ଚେୟାର ଦେଇ ପ୍ରଚାରକୁ ଓହ୍ଲାଇଥିଲେ । ପୁଣି ଜନତା କମବ୍ୟାକ କରିବେ ବୋଲି ଭାବିନେଇଥିଲେ । ହେଲେ ନେତୃତ୍ୱର ଅସ୍ଥିରତା ଲୋକଙ୍କ ଉପରେ ପକାଇଲା ପ୍ରଭାବ ।
କିଛି ନେବିନି କହି ଶୀଶ ମହଲ
ଗାଡ଼ି ନେବିନି, ବଙ୍ଗଳା ନେବିନି, ସୁରକ୍ଷା ବ୍ୟବସ୍ଥାକୁ ଛୁଇଁବି ନାହିଁ । ଆମ ଆଦମୀ ଆମ ଲୋକଙ୍କ ପାଖରେ କଣ ପାଇଁ ସୁରକ୍ଷା ମାଗିବ ? କିନ୍ତୁ ସତ୍ତାକୁ ଆସିବା ପରେ କେବଳ ବିଳାସପୂର୍ଣ୍ଣ ଗାଡି କରିନଥିଲେ ବରଂ କେନ୍ଦ୍ରଠାରୁ Z ପ୍ଲସ୍ ସୁରକ୍ଷା ପାଇବା ସତ୍ତ୍ୱେ ସେ ପଞ୍ଜାବ ସରକାରଙ୍କଠାରୁ ମଧ୍ୟ ସର୍ବୋଚ୍ଚ ସୁରକ୍ଷା ନେଇଥିଲେ । ସରକାରୀ ଘର ନେବି ନାହିଁ କହି ନିଜ ପାଇଁ ତିଆରି କରିଥିଲେ ଅତିରିକ୍ତ ବିଳାସପୂର୍ଣ୍ଣ ଆବାସ । ଯାହାର ନାଁ ଦିଆଯାଇଥିଲାଶୀଶମହଲ । ସିଏଜି ରିପୋର୍ଟ ମଧ୍ୟ କେଜ୍ରିୱାଲଙ୍କ ଘରକୁ ନେଇ ପ୍ରଶ୍ନ ଉଠାଇଥିଲା....