|
logo
Live

Argus News - ଟ୍ରକ୍‌କୁ ପଛରୁ ଧକ୍କା ଦେଲା ପିକଅପ୍ ଭ୍ୟାନ, ଆଖି ବୁଜିଲେ ୮ ଯାତ୍ରୀ

National

ଟ୍ରକ୍‌କୁ ପଛରୁ ଧକ୍କା ଦେଲା ପିକଅପ୍ ଭ୍ୟାନ, ଆଖି ବୁଜିଲେ ୮ ଯାତ୍ରୀ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଟ୍ରକ୍‌କୁ ପଛରୁ ଧକ୍କା ଦେଲା ପିକଅପ୍ ଭ୍ୟାନ, ଆଖି ବୁଜିଲେ ୮ ଯାତ୍ରୀ

Key Points

ସଡ଼କ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ

ନାଶିକରେ ଟ୍ରକ୍‌କୁ ପଛରୁ ପିଟିଲା ପିକଅପ୍ ଭ୍ୟାନ

ଅର୍ଗସ ବ୍ୟୁରୋ: ଏକ ଭୀଷଣ ସଡ଼କ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ରବିବାର ବିଳମ୍ବିତ ରାତିରେ ମହାରାଷ୍ଟ୍ରର ନାଶିକରେ ଏକ ଟ୍ରକ୍‌କୁ ପିକଅପ୍ ଭ୍ୟାନ ପଛରୁ ଧକ୍କା ଦେଇଥିଲା । ଯେଉଁଥିରେ ପିକଅପ୍ ଭ୍ୟାନରେ ଥିବା ୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।


ଖବର ଅନୁସାରେ, ଦ୍ଵାରକା ସର୍କଲ ଆୟପ୍ପା ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଛି । ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏକ ପିକଅପ୍ ଭ୍ୟାନରେ ୧୬ ଜଣ ଫେରୁଥିଲେ । ପିକଅପ୍ ଭ୍ୟାନର ଡ୍ରାଇଭର ହଠାତ୍ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ଆଇରନ୍ ବୋଝେଇ ଟ୍ରକକୁ ପଛରୁ ଧକ୍କା ଦେଇଥିଲେ । ଘଟଣାସ୍ଥଳରେ କିଛି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିବା ପୋଲିସ କହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଦୁର୍ଘଟଣା ପରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପୋଲିସ ସୂଚନା ଅନୁସାରେ, ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି ।

Sponsored
ଟ୍ରକ୍‌କୁ ପଛରୁ ଧକ୍କା ଦେଲା ପିକଅପ୍ ଭ୍ୟାନ, ଆଖି ବୁଜିଲେ ୮ ଯାତ୍ରୀ | Argus News