ଅଭିନେତା ଅଲୁ ଅର୍ଜୁନଙ୍କ ଘର ଉପରେ ପଥରମାଡ଼ ଘଟଣାରେ ୮ ଜେଏସି ନେତା ଅଟକ

ଅର୍ଗସ ବ୍ୟୁରୋ: ଅଭିନେତା ଅଲୁ ଅର୍ଜୁନଙ୍କ ଘର ଉପରେ ପଥରମାଡ଼ ଘଟଣାରେ ୮ ଜେଏସି ନେତା ଅଟକ । ହାଇଦ୍ରାବାଦରେ ଅଲୁ ଅର୍ଜୁନଙ୍କ ଘର ଜୁବୁଲି ହିଲ୍ସ ଉପରେ ଆଜି ପଥର ମାଡ ହୋଇଥିଲା । ପଥର ମାଡ଼ କରିଥିବା ୟୁବକମାନେ ଓସମାନିଆ ୟୁନିଭର୍ସିଟି ସହିତ ଜଡିତ ଥିବା ଜଏଣ୍ଟ ଆକ୍ସନ କମିଟିର ସଦସ୍ୟ ବୋଲି ଜଣାପଡିଛି । ଆଜି ଅଲୁ ଅର୍ଜୁନ ସୋସିଆଲ ମିଡିଆରେ ପୋଷ୍ଟ କରି ଅଫଲାଇନ କିମ୍ବା ଅନ୍ଲାଇନ୍ରେ କାହା ସହିତ ଅପମାନଜନକ ଭାଷା ବ୍ୟବହାର ନ କରିବାକୁ ପ୍ରଶଂସକଙ୍କୁ ନିବେଦନ କରିଥିଲେ। ହାଇଦ୍ରାବାଦର ଥିଏଟରରେ ଘଟିଥିବା ଦୁର୍ଘଟଣାରେ ସେ ଦୁଃଖିତ। ଘଟଣାରେ ତାଙ୍କ ଚରିତ୍ରକୁ ହତ୍ୟା କରିବା ପାଇଁ ଚେଷ୍ଟା କରାଯାଉଥିବା କହିଥିଲେ ଅଲୁ ଅର୍ଜୁନ । ପୁଷ୍ପା ୨ର ପ୍ରିମିୟର୍ ସମୟରେ ସନ୍ଧ୍ୟା ଥିଏଟରରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା ଏବଂ ତାଙ୍କର ୮ ବର୍ଷର ଶିଶୁକୁ ଭେଣ୍ଟିଲେଟରରେ ରଖିବାକୁ ପଡିଲା। ୧୩ ଡିସେମ୍ବରରେ ଆଲୁ ଅର୍ଜୁନଙ୍କୁ ଗିରଫ କରାଯାଇଥିଲା। ତେବେ ତେଲଙ୍ଗାନା ହାଇକୋର୍ଟ ତାଙ୍କୁ ୪ ସପ୍ତାହ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନରେ ମୁକ୍ତ କରିଛନ୍ତି। ମହିଳାଙ୍କ ମୃତ୍ୟୁକୁ ନେଇ ଅଭିନେତା ଗମ୍ଭୀର ନୁହନ୍ତି ଏବଂ ତାଙ୍କ ପରିବାରକୁ ଠିକ୍ ସାହାଯ୍ୟ ମିଳିନାହିଁ ବୋଲି ପ୍ରଦର୍ଶନକାରୀ ମାନେ ଦାବି କରିଥିଲେ । ଏହାସହିତ ଅଲ୍ଲୁ ଅର୍ଜୁନ ମହିଳାଙ୍କ ପରିବାରକୁ ଏକ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଥିଲେ ।
