'ମନ କି ବାତ'ରେ ଓଡ଼ିଶାର କଥା

Key Points
୧୨୪ତମ ମନ କି ବାତରେ ବିଞ୍ଜାନରୁ ନେଇ ସଂସ୍କୃତି ଯାଏଁ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ
ମନକି ବାତରେ ଓଡ଼ିଶାର କଥାକୁ ନେଇ ରାଜ୍ୟବାସୀ ଖୁଶୀ ପ୍ରକାଶ କରିଛନ୍ତି
କେନ୍ଦୁଝର ଜିଲ୍ଲାର ସଂକୀର୍ତ୍ତନ ମଣ୍ଡଳୀ ସହାୟତାରେ ଜଙ୍ଗଲରେ ନିଆଁ ନ ଲଗାଇବାକୁ ସଚେତନ କରିବାର ଉଦ୍ୟମକୁ ପ୍ରଶଂସା
ସେହିପରି, ମୟୁରଭଞ୍ଜର ଆଦିବାସୀ ମହିଳାଙ୍କୁ ବୁଣାକାର ଭାବେ ନିଜ ସମ୍ପ୍ରଦାୟର ସାନ୍ତାଳୀ ଶାଢ଼ୀ ତିଆରି କରୁଥିବାରୁ ପ୍ରସଂଶା କରିଛନ୍ତି
କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ବଡ଼ଜାମପଶି ପଞ୍ଚାୟତର ମୁର୍ଗାପାହାଡ଼ି ଗାଁ । ଅଟେଇ ସଂରକ୍ଷିତ ଜଙ୍ଗଲ ନିକଟରେ ଥିବା ଏହି ଗାଁ ଆଜି ହଠାତ୍ ଚର୍ଚ୍ଚାର ପରିସରକୁ ଆସିଥିଲା । ଗାଁରେ ପ୍ରଶାସନିକ ଅଧିକାରୀଙ୍କର ଭିଡ଼ ଜମିଥିଲା । ଗାଁର ପ୍ରମିଳା ପ୍ରଧାନଙ୍କୁ ଆଜି ୧୨୪ ତମ ମନକୀ ବାତ୍ କାର୍ଯ୍ୟକ୍ରମରେ ଉଚ୍ଚ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗାଁ ଗାଁ ବୁଲି ନିଜ ସଂକୀର୍ତ୍ତନ ମଣ୍ଡଳୀ ଦ୍ଵାରା ସେ ଲୋକଙ୍କୁ ଜଙ୍ଗଲରେ ନିଆଁ ନଲଗାଇବାକୁ ସଚେତନ କରୁଥିଲେ ।ଗତ ୩ବର୍ଷ ଧରି ପ୍ରମିଳା ପ୍ରଧାନ ୧୫ ଜଣ ପୁରୁଷ ଓ ମହିଳାଙ୍କ ସହାୟତାରେ ଗାଁ ଗାଁ ବୁଲି ନିଜ ସଂକୀର୍ତ୍ତନ ମଣ୍ଡଳୀ ସହାୟତାରେ ଜଙ୍ଗଲରେ ନିଆଁ ନ ଲଗାଇବାକୁ ସଚେତନ କରାଉଛନ୍ତି । ଫଳରେ ଗତବର୍ଷ ୮୦ ପ୍ରତିଶତ ଜଙ୍ଗଲରେ ନିଆଁ ରୋକା ଯାଇପାରିଥିବା କହିଛନ୍ତି କେନ୍ଦୁଝର DFO । ଏସବୁକୁ ନେଇ ଆଜି 'ମନକୀ ବାତ୍' କାର୍ଯ୍ୟକ୍ରମରେ କେନ୍ଦୁଝରର ପ୍ରମିଳା ପ୍ରଧାନଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ସେହିପରି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ମନ କି ବାତ ରେ ମୟୁରଭଞ୍ଜର ଆଦିବାସୀ ମହିଳାଙ୍କୁ ବୁଣାକାର ଭାବେ ନିଜ ସମ୍ପ୍ରଦାୟର ଶାଢ଼ୀ ତିଆରି କରୁଥିବାରୁ ପ୍ରସଂଶା କରିଛନ୍ତି। ଯାହା ଶୁଣିବା ପରେ ବୁଣାକାର ଆଦିବାସୀ ମହିଳାଙ୍କ ମଧ୍ୟରେ ବେଶ ଉତ୍ସାହ ଖେଳି ଯାଇଛି। ଘରୁ ପାଦ କାଢି ଏହି ବୁଣାକାର ମାନେ ଦୀର୍ଘ ବର୍ଷ ହେବ ଏହି କାମ କରି ଆସୁଛନ୍ତି। ନିଜ ସମ୍ପ୍ରଦାୟର ଶାଢ଼ୀ ଏବଂ ଅନ୍ୟ ସାମଗ୍ରୀ ତିଆରି କରିବାରେ ବେଶ ଖୁସି ରହୁଥିବା ମହିଳାଙ୍କୁ ଆଜି ପ୍ରଧାନମନ୍ତ୍ରୀଙ୍କ ମନ କି ବାତ, ଆହୁରି ପ୍ରେରଣା ଯୋଗାଇଛି। ଏହା ସହ ସରକାରଙ୍କ ପକ୍ଷରୁ ଅଧିକ ସାହାଯ୍ୟ ସହଯୋଗ ମିଳିଲେ ଆଦିବାସୀ କଳା ଏବଂ ସଂସ୍କୃତିକୁ ନିଦର୍ଶନ ଦେଉଥିବା ଆଦିବାସୀ ପୋଷାକ ଭବିଷ୍ୟତରେ ବିଶ୍ବବ୍ୟାପି ହୋଇପାରିବ ବୋଲି ଆଶା କରିଛନ୍ତି ବୁଣାକାର ମାନେ।
📱 Get Argus News App
✨ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୨୪ତମ ମନ କି ବାତରେ ବିଞ୍ଜାନରୁ ନେଇ ସଂସ୍କୃତି ଯାଏଁ ଆଲୋଚନା କଲେ ମୋଦୀ। ଆଦିବାସୀଙ୍କ ଦ୍ବାରା ଜଙ୍ଗଲ ସୁରକ୍ଷା ସଚେତନତା ଓ ସଂସ୍କୃତିକୁ ନିଦର୍ଶନ ଦେଉଥିବା ଆଦିବାସୀ ପୋଷାକ ସାନ୍ତାଳୀ ଶାଢ଼ୀ ବିଷ୍ୟତରେ ବିଶ୍ବବ୍ୟାପି ହୋଇପାରିବ ବୋଲି ଆଶା କରିଛନ୍ତି ବୁଣାକାର ମାନେ।
ମନକି ବାତରେ ଓଡ଼ିଶାର କଥାକୁ ନେଇ ରାଜ୍ୟବାସୀ ଖୁଶୀ ପ୍ରକାଶ କରିଛନ୍ତି। ଯାହା ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସାଜିବ।