Videos
|
National

ବିପର୍ଯ୍ୟୟ ମୁକାବିଲା ପାଇଁ ୫ଟି ରାଜ୍ୟକୁ ୧୫୫୫ କୋଟି ମଞ୍ଜୁର କଲା କେନ୍ଦ୍ର

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ବିପର୍ଯ୍ୟୟ ମୁକାବିଲା ପାଇଁ ୫ଟି ରାଜ୍ୟକୁ ୧୫୫୫ କୋଟି ମଞ୍ଜୁର କଲା କେନ୍ଦ୍ର

ଅର୍ଗସ ବ୍ୟୁରୋ : ଓଡ଼ିଶାକୁ ଅତିରିକ୍ତ କେନ୍ଦ୍ରୀୟ ସହାୟତା। ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ବା NDR ଫଣ୍ଡ ଅଧୀନରେ ଓଡ଼ିଶା ସମେତ ୫ଟି ରାଜ୍ୟ ପାଇଁ 1555 କୋଟି ଟଙ୍କା ପ୍ରଦାନ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ। ଏ ନେଇ ସୋସିଆଲ୍ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ। ଲେଖିଛନ୍ତି, ଆନ୍ଧ୍ରପ୍ରଦେଶ, ନାଗାଲାଣ୍ଡ, ଓଡ଼ିଶା, ତେଲେଙ୍ଗାନା ଓ ତ୍ରିପୁରାକୁ NDR ଫଣ୍ଡ ଅଧୀନରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଅତିରିକ୍ତ 1554.99 କୋଟି ଟଙ୍କା ମଞ୍ଜୁର କରିଛି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ଅଧୀନରେ 27ଟି ରାଜ୍ୟକୁ ପୂର୍ବରୁ କେନ୍ଦ୍ର ସରକାର 18,323 କୋଟି ଟଙ୍କା ମଞ୍ଜୁର କରିଥିବାବେଳେ ଏବେ 5ଟି ରାଜ୍ୟ ପାଇଁ ଅତିରିକ୍ତ ରାଶି ଦିଆଯାଇଛି।

ଆନ୍ଧ୍ରପ୍ରଦେଶକୁ ୬୦୮.୦୮ କୋଟି, ନାଗାଲ୍ୟାଣ୍ଡକୁ ୧୭୦.୯୯ କୋଟି, ଓଡିଶାକୁ ୨୫୫.୨୪ କୋଟି, ତେଲେଙ୍ଗାନାକୁ ୨୩୧.୭୫ କୋଟି ଏବଂ ତ୍ରିପୁରାକୁ ୨୮୮.୯୩ କୋଟି ଟଙ୍କା ପ୍ରଦାନ କରାଯାଇଛି । ତେବେ ମଙ୍ଗଳବାର ଦିନ ଶାହ ଆସାମ ମୁଖ୍ୟମନ୍ତ୍ରୀ ହିମ୍ନତ ବିଶ୍ବଶର୍ମାଙ୍କୁ ଭେଟି ଗୌହାଟୀରେ ହେବାକୁ ଥିବା ୨ ଦିନିଆ ମେଗା ବ୍ୟବସାୟ ସମ୍ମିଳନୀର ସଫଳତା ନିଶ୍ଚିତ କରିବାକୁ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି ।

ଗତ ମାସ ଏକ ବୈଠକରେ ଶାହ ବିପର୍ଯ୍ୟୟ ମୁକାବିଲା ପ୍ରୋଜେକ୍ଟ ପାଇଁ ବିଭିନ୍ନ ରାଜ୍ୟକୁ ୩,୦୨୭.୮୬ କୋଟି ଦେବାକୁ ଅନୁମୋଦନ କରିଥିଲେ । ଯେଉଁ ବୈଠକରେ ନିର୍ମଳା ସୀତାରମଣ, ଶିବରାଜ ସିଂ ଚୌହାନ , ନିତି ଆୟୋଗର ଭାଇସ ଚେୟାରମ୍ୟାନ ଉପସ୍ଥିତ ରହି ବାତ୍ୟା, ବନ୍ୟା ପୀଡିତ ରାଜ୍ୟର ସହର ଏବଂ ମରୁଡି ଅଞ୍ଚଳ ଗୁଡିକୁ ନେଇ ସ୍ଥିତି ସମୀକ୍ଷା କରିଥିଲେ । ତେବେ ସେହି ପାଣ୍ଠିକୁ ସରକାରଙ୍କ ଦ୍ବାରା ଆଘତ କରାଯାଇ କେନ୍ଦ୍ର ବିପର୍ଯ୍ୟୟ ପ୍ରଶମନ ପାଣ୍ଠିକୁ ପ୍ରଦାନ କରାଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: