ଆରବସାଗର ବୋଟ ଟ୍ରାଜେଡି: ୧୩ ମୃତ
·1 year ago·1 min read

ଅର୍ଗସ ବ୍ୟୁରୋ: ମୁମ୍ବାଇର ଗେଟ ୱେ ଅଫ ଇଣ୍ଡିଆରୁ ଏଲିଫେଣ୍ଟା ଯାଉଥିବା ବୋଟ ଦୁର୍ଘଟଣାର ଶିକାର ହୋଇଛି । ବୁଧବାର ଅପରାହ୍ନ ୩୩ଟା ୫୫ ମିନିଟରେ ବୋଟ ପ୍ରାୟ ୮୦ ଲୋକଙ୍କୁ ନେଇ ଯାଉଥିଲା । ଦୁର୍ଘଟଣା ଖବର ମିଳିବା ପରେ କୋଷ୍ଟ ଗାର୍ଡ ଉଦ୍ଧାର କାମରେ ଲାଗିଯାଇଥିଲା। ବୋଟରେ ପର୍ଯ୍ୟଟକମାନେ ଏଲିଫାଣ୍ଟା ଦ୍ବୀପ ବୁଲିବାକୁ ଯାଇଥିଲେ। ପ୍ରାୟ ୧୦୦ରୁ ଅଧିକ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି।
ନିଖୋଜଙ୍କୁ ଉଦ୍ଧାର ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି। କୋଷ୍ଟଗାର୍ଡ ତରଫରୁ ଉଦ୍ଧାର କାମ ଜାରି ରହିଛି । ବୋଟରେ ଥିବା ୮୦ ଯାତ୍ରୀଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ମଧ୍ୟରେ ୩ ନୌସେନା କର୍ମଚାରୀ ଅଛନ୍ତି। ଏବେ ମଧ୍ୟ ବହୁ ଲୋକ ନିଖୋଜ ଅଛନ୍ତି । ସେମାନଙ୍କ ଖୋଜା ଚାଲିଛି ଆରବ ସାଗରର ଗଭୀର ଜଳରେ। ଏହି ଦୁର୍ଘଟଣାର କାରଣ ଜଣାପଡି ନାହିଁ। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ପ୍ରତିଶ୍ରୁତି ଦେଇଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: