ଅତୁଲ ସୁଭାଷଙ୍କ ପତ୍ନୀଙ୍କୁ ଗିରଫ କଲା ପୋଲିସ , ମା' , ଭାଇ ମଧ୍ୟ ଗିରଫ

ଅର୍ଗସ ବ୍ୟୁରୋ : ଅତୁଲ ସୁଭାଷ ଆତ୍ମହତ୍ୟା ଘଟଣା । ପତ୍ନୀ ନିକିତା ସିଂହାନିଆ ଗୁରୁଗ୍ରାମରୁ ଗିରଫ । ପ୍ରୟାଗରାଜରୁ ମା' ଓ ଭାଇ ଗିରଫ । ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଲା ପୋଲିସ । ପତ୍ନୀ ଓ ଶାଶୁଘର ଲୋକଙ୍କ ଅତ୍ୟାଚାର ଅଭିଯୋଗ । ନ୍ୟାୟ ବ୍ୟବସ୍ଥାରେ ତ୍ରୁଟି ଅଭିଯୋଗ ଆଣିଥିଲେ । ଅତୁଲ ସୁଭାଷ ଆତ୍ମହତ୍ୟା ପାଇଁ ପ୍ରୋତ୍ସାହନ ଦେବା ଅଭିଯୋଗରେ ପତ୍ନୀ ନିକିତା ସିଂହାନିଆ, ତାଙ୍କ ମା' ନିଶା ଓ ଭାଇ ଅନୁରାଗଙ୍କୁ ଗିରଫ କରାଯାଇଛି । ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଶୁକ୍ରବାର ବେଙ୍ଗାଲୁରୁ ପୁଲିସ ଜୌନପୁରରେ ଥିବା ନିକିତା ସିଂହାନିଆଙ୍କ ଘର ଉପରେ ନୋଟିସ୍ ଲଗାଇଥିଲା ।
ନୋଟିସରେ ତାଙ୍କୁ ୩ ଦିନ ମଧ୍ୟରେ ବୟାନ ରେକର୍ଡ କରିବାକୁ କୁହାଯାଇଥିଲା । ଅନ୍ୟପଟେ ନିକିତା ସିଂହାନିଆ, ନିଶା ସିଂହାନିଆ ଓ ଅନୁରାଗ ସିଂହାନିଆଙ୍କ ପକ୍ଷରୁ ଆହ୍ଲାବାଦ ହାଇକୋର୍ଟରେ ଅନ୍ତରୀଣ ଜାମିନ ଆବେଦନ କରାଯାଇଛି । ସୂଚନା ଅନୁସାରେ କିଛି ଦିନ ଏଆଇ ଇଞ୍ଜିନିୟର ଅତୁଲ ସୁଭାଷ ତଳେ ପତ୍ନୀ ଓ ଶାଶୁଘର ଲୋକଙ୍କ ଉପରେ ଅତ୍ୟାଚାର ଓ ନ୍ୟାୟ ବ୍ୟବସ୍ଥାରେ ତ୍ରୁଟି ଅଭିଯୋଗ ଆଣି ଦେଢ଼ ଘଣ୍ଟାର ଭିଡିଓ ସହ ୨୩ ପୃଷ୍ଠାର ଏକ ସୁଇସାଇଡ୍ ନୋଟ୍ ଛାଡ଼ି ଆତ୍ମହତ୍ୟା କରିଥିଲେ ।