Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ତାଜମହଲକୁ ପଛରେ ପକାଇଲା ଅଯୋଧ୍ୟା ରାମ ମନ୍ଦିର

National

ତାଜମହଲକୁ ପଛରେ ପକାଇଲା ଅଯୋଧ୍ୟା ରାମ ମନ୍ଦିର

Banajyotshna Ray
Browse all articles by Banajyotshna Ray
·1 year ago
ତାଜମହଲକୁ ପଛରେ ପକାଇଲା ଅଯୋଧ୍ୟା ରାମ ମନ୍ଦିର

ଅର୍ଗସ ବ୍ୟୁରୋ:  ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଆକର୍ଷିତ କରିବାରେ ତାଜମହଲକୁ ପଛରେ ପକାଇଲା ଅଯୋଧ୍ୟା ରାମ ମନ୍ଦିର। ୨୦୨୪ରେ ମୋଟ୍ ୧୬ କୋଟି ୭୦ ଲକ୍ଷ ପର୍ଯ୍ୟଟକ ତାଜମହଲ ବୁଲିଆସିଥିବା ବେଳେ ଅଯୋଧ୍ୟା ରମ ମନ୍ଦିରକୁ ଗତବର୍ଷ ୧୮ କୋଟି ୧୦ ଲକ୍ଷ ଶ୍ରଦ୍ଧାଳୁ ଆସିଛନ୍ତି। ଅର୍ଥାତ ୨୦୨୪ରେ ତାଜମହଲ ଅପେକ୍ଷା ରାମମନ୍ଦିରକୁ ୧କୋଟି ୪୦ ଲକ୍ଷ ଅଧିକ ପର୍ଯ୍ୟଟକ ଆସିଛନ୍ତି। ଭାରତ ଇତିହାସରେ ପ୍ରଥମ ଥର ପାଇଁ ତାଜମହଲ ଅପେକ୍ଷା ଅଧିକ ଲୋକ କୌଣସି ମନ୍ଦିରକୁ ଦର୍ଶନ କରିବାକୁ ଆସିଛନ୍ତି।


ଅଯୋଧ୍ୟା ପଛକୁ ରହିଛି କାଶୀ ବିଶ୍ବନାଥ ମନ୍ଦିର ଯେଉଁଠିକି ୨୦୨୪ରେ ୮ କୋଟି ୩୦ ଲକ୍ଷ, ତିରୁପତି ମନ୍ଦିରକୁ ଅଢେଇ କୋଟି, ଅମୃତସର ସ୍ବର୍ଣ୍ଣ ମନ୍ଦିରକୁ ୩କୋଟି ଏବଂ ଆଜମେର ସରିଫ ଦରଗାହକୁ ୭୩ ଲକ୍ଷ ଶ୍ରଦ୍ଧାଳୁ ଗତ ବର୍ଷ ଆସିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଦେଶ ଖବର:

Sponsored
Ayodhya's Ram Mandir has become Uttar Pradesh's top tourist attraction by surpassing the Taj Mahal | Argus News