Videos
|
National

କିଏ ଏହି ବାବା ? ଯାହାଙ୍କ ପାଇଁ କାନ୍ଦୁଛି ଭାରତ...

Bikash Chandra Barik
Browse all articles by Bikash Chandra Barik
·1 year ago·2 min read
କିଏ ଏହି ବାବା ? ଯାହାଙ୍କ ପାଇଁ କାନ୍ଦୁଛି ଭାରତ...

Key Points

୨୦ ବର୍ଷ ବୟସରୁ ରାମ ମନ୍ଦିରରେ ପୂଜା କରିଆସୁଛନ୍ତି

ଶେଷରେ ୮୫ ବର୍ଷୀୟ ବୟସରେ, ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି

ଅର୍ଗସ ବ୍ୟୁରୋ:କୌଣସି ସେଲିବ୍ରେଟି କିମ୍ବା ନେତା ମନ୍ତ୍ରୀଙ୍କ ଦେହାନ୍ତ ହେଲେ ଦିନଯାକ ଖବର ବାଜେ । ଶୋକ ପାଳନ ହୁଏ, ସୋସିଆଲ ମିଡିଆରେ ଖୁବ RIP ଲେଖା ହୁଏ । ହେଲେ ଆଜି ଏଥିରେ ବ୍ୟତିକ୍ରମ ଘଟିଛି । ମୋବାଇଲରୁ ଟିଭି । ରେଡିଓରୁ ପେପର ସବୁଠି ଛାଇ ଯାଇଛି ଜଣେ ସାଧୁଙ୍କ ଫଟୋ । ଧଳା ଧାଢି ରଖିଥିବା ଶତାୟୁ ସାଧୁ ଜଣଙ୍କ ସର୍ବଦା ଗୌରକ ବସ୍ତ୍ର ପରିଧାନ କରିଥାନ୍ତି ।


ପ୍ରଧାନମନ୍ତ୍ରୀଙ୍କ ଠାରୁ ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଠାରୁ ଦେଶର ତମାମ ବିଦ୍ୱାନ ସାଧୁ ଜଣଙ୍କୁ ସମ୍ମାନ କରିଥାନ୍ତି । ଆଜି ତାଙ୍କ ବିୟୋଗରେ ପ୍ରତିଠି ମଠ କାନ୍ଦୁଛି, ପ୍ରତି ଆଖଡାରେ ଶୋକର ଛାୟା । ପ୍ରତି ମନ୍ଦିରରେ ତାଙ୍କ ପାଇଁ ପ୍ରାର୍ଥନା । ସେ ସାଧୁ-ବିଦ୍ୱାନ-ସନ୍ଥ ଜଣଙ୍କ ହେଉଛନ୍ତି ରାମ ମନ୍ଦିରର ମୁଖ୍ୟ ପୂଜକ ସ୍ୱର୍ଗତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ।

ପିଲାଟି ଦିନୁ ପ୍ରଭୁ ରାମଚନ୍ଦ୍ରଙ୍କୁ ପୂଜାର୍ଚ୍ଚନା କରିଆସୁଛନ୍ତି । ୨୦ ବର୍ଷ ବୟସରୁ ରାମ ମନ୍ଦିରରେ ପୂଜା କରିଆସୁଛନ୍ତି । ଶେଷରେ ୮୫ ବର୍ଷୀୟ ବୟସରେ, ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୧୯୯୨ ମସିହାରେ ଯେତେବେଳେ ବାବରୀ ମସଜିଦ ବିବାଦ ଆରମ୍ଭ ହୋଇଥିଲା ସେତେବେଳେ ସେ ରାମ ଲଲାଙ୍କ ଏକ ଛୋଟ ମୂର୍ତ୍ତିର ପୂଜାର୍ଚ୍ଚନା କରୁଥିଲେ । ଗତ ମାସ ଜାନୁଆରୀ ୧୧ ତାରିଖରେ, ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କୁ ଅଯୋଧ୍ୟା ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ସମାରୋହର ପ୍ରଥମ ବାର୍ଷିକୀ ପାଳନ କରୁଥିବାର ଦେଖିବା ପାଇଁ ମିଳିଥିଲା ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କର ପିଲାଦିନରୁ ହିଁ ଭଗବାନଙ୍କ ପ୍ରତି ବଢିଥିଲା ଭକ୍ତି ଓ ଅନୁରାଗ । ହେତୁ ପାଇବା ଠାରୁ ସେ ନିଷ୍ପତ୍ତି ନେଇଥିଲେ ଯେ ସେ ସନ୍ୟାସ ଗ୍ରହଣ କରିବେ ଏବଂ ନିଜକୁ ଭଗବାନଙ୍କ ଚରଣରେ ସମର୍ପିତ କରିବେ । ତାଙ୍କର ଏହି ନିଷ୍ପତ୍ତିରେ ତାଙ୍କ ମାତା ପିତା ମଧ୍ୟ ଖୁବ୍ ଖୁସି ଥିଲେ ଏବଂ କୌଣସି ବାଧା ଦେଇନଥିଲେ । ରାମ ମନ୍ଦିର ବିବାଦ ବେଳେ ଆଚାର୍ଯ୍ୟଙ୍କର ଥିଲା ବଡ଼ ଭୂମିକା ।

ଯେତେବେଳେ ବଡ଼ ବଡ଼ ସଂଗଠନଗୁଡ଼ିକ ବାବରୀ ମସଜିଦ ମାମଲାର ବିବାଦକୁ ନେଇ ମୋର୍ଚ୍ଚା ଆରମ୍ଭ କରିଥିଲେ, ସେତେବେଳେ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ହିଁ ରାମଲାଲ ମୂର୍ତ୍ତିଙ୍କୁ ସୁରକ୍ଷାରେ ରଖିଥିଲେ । କୁହାଯାଏ ଯେ ବାବରୀ ଧ୍ୱଂସ ଦିନ ସେ ରାମ ଲଲାଙ୍କ ମୂର୍ତ୍ତିକୁ କୋଳରେ ଧରି ପଳାଇ ଯାଇଥିଲେ ଏବଂ ସେବେଠାରୁ ସେ ରାମ ଲଲାଙ୍କ ପୂଜାର୍ଚ୍ଚନା କରିଥାନ୍ତି ।


୧୯୪୫ ମସିହାରେ ଉତ୍ତର ପ୍ରଦେଶର ସନ୍ଥ କବୀରନଗରରେ ଜନ୍ମଗ୍ରହଣ କରିଥିଲେ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ । ୧୯୭୫ ମସିହାରେ ସଂସ୍କୃତ ବିଦ୍ୟାଳୟରୁ ଆଚାର୍ଯ୍ୟ ଡିଗ୍ରୀ ହାସଲ କରିଥିଲେ। ଏହା ପରେ ସେ ଅଯୋଧ୍ୟାର ସଂସ୍କୃତ କଲେଜରେ କାର୍ଯ୍ୟ ଆରମ୍ଭ କରିଥିଲେ । ହେଲେ ପରବର୍ତ୍ତୀ ସମୟରେ ସେ ରାମଲଲାଙ୍କ ସେବାରେ ନିଜକୁ ଉତ୍ସର୍ଗ କରି ଦେଇଥିଲେ । ଆଚାର୍ଯ୍ୟଙ୍କର ଇଛା ଥିଲା ତାଙ୍କ ପ୍ରଭୁଙ୍କ ପାଇଁ ଭବ୍ୟ ମନ୍ଦିରଟେ ଗଢା ହେଉ । ଶେଷରେ ତାଙ୍କର ସବୁ ଇଛା ପୂରଣ ହୋଇଥିଲା ।

ଜାନୁୟାରୀ 22 2024 ରେ ପ୍ରତିଷ୍ଠା ହୋଇଥିଲା ପ୍ରଭୁ ପୁରୁଷୋତ୍ତମଙ୍କ ଦିବ୍ୟ ମନ୍ଦିର । ଆଉ ଆଜି ଯେତେବେଳେ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ମହାପ୍ରୟାଣ ଘଟୁଛି ସେତେବେଳେ ସମସ୍ତ ସାଧୁ ସମାଜ ତାଙ୍କୁ ମନେପକାଉଛନ୍ତି । ଶେଷରେ କହୁଛନ୍ତି ଜୟ ଶ୍ରୀ ରାମ୍....