Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୮  ଆତଙ୍କବାଦୀଙ୍କୁ ଗରିଫ କରିଛି ଆସାମ ପୋଲିସ ଏସଟିଏଫ

National

୮  ଆତଙ୍କବାଦୀଙ୍କୁ ଗରିଫ କରିଛି ଆସାମ ପୋଲିସ ଏସଟିଏଫ

Banajyotshna Ray
Browse all articles by Banajyotshna Ray
·1 year ago·1 min read
୮  ଆତଙ୍କବାଦୀଙ୍କୁ ଗରିଫ କରିଛି ଆସାମ ପୋଲିସ ଏସଟିଏଫ

ଅର୍ଗସ ବ୍ୟୁରୋ: ଆସାମ ପୋଲିସକୁ ବଡ଼ ସଫଳତା । ଗୌହାଟିରୁ ୮  ଆତଙ୍କବାଦୀଙ୍କୁ ଗରିଫ କରିଛି ଆସାମ ପୋଲିସ ଏସଟିଏଫ । ଏହି ଗ୍ୟାଙ୍ଗ ଭାରତରେ ବେଆଇନ ଅନୁପ୍ରବେଶ କରିବା ପରେ ବିଭିନ୍ନ ହିନ୍ଦୁ ସଂଗଠନ ଓ ଆରଏସଏସ ଉପରେ ଆକ୍ରମଣ କରିବା ପାଇଁ ଯୋଜନା କରୁଥିଲେ। ଏଥିପାଇଁ ପ୍ରସ୍ତୁତ କରାଯାଉଥିଲା ବ୍ଲୁପ୍ରିଣ୍ଟ । ଗିରଫ ସମସ୍ତ ଆତଙ୍କବାଦୀ ଅଲ କାଏଦା ସଂଗଠନର ସଦସ୍ୟ ହୋଇଥିବା ଜଣାପଡ଼ିଛି । ଡିସେମ୍ବର ୧୭ ତାରିଖ ବିଳମ୍ବ ରାତିରୁ ୧୮ ତାରିଖ ଭୋର ଯାଏ କେରଳ, ବେଙ୍ଗଲ ଓ ଆସାମରେ ରେଡ କରାଯାଇଥିଲା।


ଗ୍ୟାଙ୍ଗ ଲିଡର ବାଂଲାଦେଶର ନାଗରିକ ମହମ୍ମଦ ସାଦ ରଦି ଓରଫ ମହମ୍ମଦ ଶାହବ ଶେଖ ନଭେମ୍ବର ମାସରେ ଭାରତ ଆସି ଆସାମ ଓ ପଶ୍ଚିମବଙ୍ଗରେ ଥିବା ସ୍ଲିପର ସେଲ୍ସକୁ ଆକ୍ଟିଭ କରିଥିଲା। ଏହାପରେ ସେ କେରଳ ଚାଲି ଯାଇଥିଲା । କେରଳ ଓ ବେଙ୍ଗଲ ପୋଲିସ୍‌ ସହ ମିଳିତ ଭାବେ ଆସାମ ପୋଲିସ ଆରମ୍ଭ କରିଥିଲା ଅପରେସନ ପ୍ରଘାତ । ବିଭିନ୍ନ ସ୍ଥାନରେ ଚଢ଼ାଉ ପରେ ଶେଷରେ ଅପରେସନ ପ୍ରଘଟକୁ ମିଳିଛି ବଡ଼ ସଫଳତା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Bangladesh National Among 8 Arrested For Plan To Target RSS, Hindu Groups, Says Assam STF | Argus News