Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଭାବପୂର୍ଣ୍ଣ ପତ୍ର

National

ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଭାବପୂର୍ଣ୍ଣ ପତ୍ର

Manini Pattanayak
Browse all articles by Manini Pattanayak
·2 years ago·1 min read
ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଭାବପୂର୍ଣ୍ଣ ପତ୍ର

ନୂଆଦିଲ୍ଲୀ:  2024ର ମହାଲଢ଼େଇ। ଆଜି ତାରିଖ ଘୋଷଣା ହେଲା, କିନ୍ତୁ ତା ପୂର୍ବରୁ ଗତକାଲି ରାତିରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଭାବପୂର୍ଣ୍ଣ ଚିଠି ଲେଖିଛନ୍ତି ପ୍ରଧାନମନ୍ତ୍ରୀ। 140 କୋଟି ଭାରତୀୟଙ୍କୁ ନିଜ ପରିବାର ବୋଲି କହିଛନ୍ତି ନରେନ୍ଦ୍ର ମୋଦି। ଗତ 10 ବର୍ଷ ପରେ ବିକାଶ ରାସ୍ତାରେ ଆଗେଇ ଚାଲିଛି ଭାରତ, ଏଥିପାଇଁ ସମସ୍ତଙ୍କର ଭାଗିଦାରୀକୁ ଧନ୍ୟବାଦ ଦେଇଛନ୍ତି ମୋଦି। ବିକଶିତ ଭାରତ ଗଠନ ଦିଗରେ ଦେଶବାସୀଙ୍କ ମତ ଲୋଡ଼ିଛନ୍ତି ପ୍ରଧାନମନ୍ତ୍ରୀ।  ଏହି ଆବେଗଭରା ପତ୍ରରେ ଦେଶବାସୀଙ୍କୁ ନିଜ ପରିବାର ବୋଲି ସମ୍ବୋଧନ କରିଛନ୍ତି ପିଏମ୍। ଦେଶ ବିକାଶରେ ଭାଗିଦାରୀ ବନିଥିବାରୁ ଦେଶବାସୀଙ୍କୁ ଜଣାଇଛନ୍ତି ଧନ୍ୟବାଦ। 140 କୋଟି ଭାରତୀୟଙ୍କ ବିଶ୍ବାସ ଓ ସମର୍ଥନ ମୋତେ ପ୍ରେରଣା ଦେଇଛି ବୋଲି ଲେଖିଛନ୍ତି ମୋଦି।
ଚିଠିରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଆମର ସବୁଠୁ ବଡ ସଫଳତା।  

ଗରିବ, କୃଷକ, ଯୁବକ ଓ ମହିଳାଙ୍କ ଜୀବନ ଶୈଳୀରେ ଉନ୍ନତି ଆସିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ପକ୍କା ଘର, ସମସ୍ତଙ୍କ ପାଇଁ ବିଦ୍ୟୁତ୍, ଜଳ, ଏଲପିଜି, ଆୟୁଷ୍ମାନ ଭାରତ ମାଧ୍ୟମରେ ମାଗଣା ଚିକିତ୍ସା ଚିକିତ୍ସା, ଚାଷୀଙ୍କୁ ଆର୍ଥିକ ସହାୟତା, ମାତୃ ବନ୍ଦନା ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ସହାୟତା ଏବଂ ଅନେକ ଉଦ୍ୟମର ସଫଳତା କେବଳ ଆପଣମାନେ ମୋ ଉପରେ ରଖିଥିବା ବିଶ୍ବାସ ରଖିବା ଯୋଗୁଁ ସମ୍ଭବ ହୋଇଥିବା ଚିଠିଲେ ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ ସେହପରି ଦେଶରେ ଜିଏସଟି ଲାଗୁ କରିବା, ଧାରା 370 ଉଚ୍ଛେଦ, ତିନି ତଲାକ ଉପରେ ନୂତନ ନିୟମ, ସଂସଦରେ ମହିଳାଙ୍କ ଅଂଶଗ୍ରହଣକୁ ବଢାଇବା ପାଇଁ ନାରୀ ଶକ୍ତି ବନ୍ଦନ ଅଧିନିୟମ ଆଣିବା, ନୂତନ ସଂସଦ ଭବନ ଉଦଘାଟନ, ପରି ଐତିହାସିକ ନିଷ୍ପତ୍ତି ଦେଶବାସୀଙ୍କ ସମର୍ଥନ ଯୋଗୁଁ ସମ୍ଭବ ହୋଇପାରିଥିବା ଚିଠିଲେ ଲେଖିଛନ୍ତି ପିଏମ୍। ଏଥିସହ ବିକଶିତ ଭାରତ ନିର୍ମାଣ ପାଇଁ ଦେଶବାସୀଙ୍କ ସମର୍ଥନ ଲୋଡିଛନ୍ତି ପ୍ରଧାନମନ୍ତ୍ରୀ।   

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Prime Minister Narendra Modi on Saturday wrote an open letter to all citizens of the country and sought suggestions for shaping the Union government's "Viksit Bharat" agenda. | Argus News