ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ମକର ସଂକ୍ରାନ୍ତି ପାଇଁ ସ୍କୁଲ-କଲେଜ ଛୁଟି
·1 year ago

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ମକର ସଂକ୍ରାନ୍ତି ପାଇଁ ସ୍କୁଲ କଲେଜ ଛୁଟି। କଲେଜ ଓ ସ୍କୁଲ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଛୁଟି ଘୋଷଣା କରିଛନ୍ତି। ଏହି ନିର୍ଦ୍ଦେଶ ଅନୁଯାୟୀ, ଜାନୁୟାରୀ ୧୧ ରୁ ୧୬ ପର୍ଯ୍ୟନ୍ତ କଲେଜଗୁଡ଼ିକରେ ମୋଟ ଛଅ ଦିନ ଛୁଟି ରହିବ। ସେହିପରି ସ୍କୁଲଗୁଡିକ ଜାନୁଆରୀ ୧୧ ରୁ ୧୭ ପର୍ଯ୍ୟନ୍ତ ସାତ ଦିନ ପାଇଁ ଛୁଟି ରହିବ। ମକର ସଂକ୍ରାନ୍ତି ଦକ୍ଷିଣ ଭାରତରେ ଏକ ନିଆରା ପର୍ବ ଭାବରେ ବେଶ ଜଣାଶୁଣା । ମକର ସଙ୍କ୍ରାନ୍ତି, ନୂତନ ବର୍ଷର ଶୁଭ ଆରମ୍ଭ ।
ଏହି ଅବସରରେ ଲୋକମାନେ ଗାଁରେ ଗୁଡ଼ି ଉଡାଇବ ସହ ମଉଜମସ୍ତି କରିଥାନ୍ତି। ବିଶେଷକରି ଏହି ସମୟରେ ଗାଁର ପ୍ରତିଟି ଘରେ ବିଭିନ୍ନ ପ୍ରକାର ପିଠାପଣାର ଆସର ଜମିଥାଏ । ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ ଘରେ ଘରେ ଉତ୍ସବମୁଖର ହୋଇଯାଏ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: