Videos
|
National

ଦ୍ବିତୀୟ ପର୍ଯ୍ୟାୟରେ ୨୯ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେପି

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଦ୍ବିତୀୟ ପର୍ଯ୍ୟାୟରେ ୨୯ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେପି

ଅର୍ଗସ ବ୍ୟୁରୋ : ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି। ଦ୍ବିତୀୟ ପର୍ଯ୍ୟାୟରେ ମଧ୍ୟ 29 ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ । ପ୍ରଥମ ପର୍ଯ୍ୟାୟ ପରି ଦ୍ବିତୀୟ ପର୍ଯ୍ୟାୟରେ ମଧ୍ୟ ବହୁ ହାଇ ପ୍ରୋଫାଇଲ୍ ନେତାଙ୍କୁ ବିଜେପି ପ୍ରାର୍ଥୀ କରିଛି। ନରେଲା ଆସନରୁ ରାଜକରଣ କ୍ଷେତ୍ରୀ, ତିମାରପୁର ଆସନରୁ ସୂର୍ଯ୍ୟପ୍ରକାଶ ଖତ୍ରୀ, ମୁଣ୍ଡକା ଆସନରୁ ଗଜେନ୍ଦ୍ର ଦରାଲଙ୍କୁ ପ୍ରାର୍ଥୀ କରିଛି ବିଜେପି । ସେହିପରି ମାଟିଆ ମହଲ ଆସନରୁ ଦୀପ୍ତୀ ଇନ୍ଦୋରା, ମାଦିପୁର ଆସନରୁ ଉର୍ମିଳା କୈଳାଳ ଗଙ୍ଗୱାଲେଙ୍କୁ ବିଜେପି ଟିକେଟ ମିଳିଛି ।


ଶୁକ୍ରବାର ନୂଆଦିଲ୍ଲୀରେ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ହୋଇଥିଲା। ବୈଠକରେ ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଦଳ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ବହୁ ବରିଷ୍ଠ ନେତା ସାମିଲ ହୋଇଥିଲେ। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଗତ 4 ତାରିଖରେ ପ୍ରଥମ ପର୍ଯ୍ୟାୟରେ ବିଜେପି 29 ପ୍ରାର୍ଥୀଙ୍କ ନାୀଁ ଘୋଷଣା କରିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
BJP announced the names of 29 candidates in the second phase for Delhi Assembly Elections | Argus News